18.1 C
Bhubaneswar
Monday, January 12, 2026
Homeଓଡିଶାହୃଦଘାତରେ ଚାଲିଗଲା ଜଣେ ଚାଷୀଙ୍କ ଜୀବନ

ହୃଦଘାତରେ ଚାଲିଗଲା ଜଣେ ଚାଷୀଙ୍କ ଜୀବନ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ବାଉଁଶ କଣ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ପୁଅ ସହିତ ବିଲରେ କାମ କରୁଥିବା ସମୟରେ ହୃଦଘାତରେ ଚାଲିଗଲା ଜଣେ ଚାଷୀଙ୍କ ଜୀବନ। ମୃତ ଚାଷୀ ଭୁବନ ଥାନା ଅନ୍ତର୍ଗତ ବାଉଁଶ କଣ ଗ୍ରାମର ରବି ପ୍ରଧାନ ବୋଲି ଜଣାପଡିଛି। ସୁଚନା ଅନୁସାରେ, ସକାଳ ବେଳା ଚାଷୀ ରବି ପ୍ରଧାନ ଓ ତାଙ୍କ ପୁଅ ହିମାଂଶୁ ଦୁହେଁ ମିଶି ଗାଁ ପାଖ ବିଲରେ କାମ କରୁଥିଲେ। ତେବେ ହଠାତ୍ କାମ କରୁଥିବା ସମୟରେ ରବି ତଳେ ପଡିଯାଇଥିଲେ। ତେଣୁ ଆଖପାଖ ବିଲରେ କାମ କରୁଥିବା ଚାଷୀମାନେ ତାଙ୍କୁ ତୁରନ୍ତ ସେଠାରୁ ଉଦ୍ଧାର କରି ଭୁବନ ମେଡିକାଲରେ ଭର୍ତ୍ତୀ କରାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ଚିକିତ୍ସା କରିବା ପରେ ମୃତ ଘୋଷଣା କରିଥିଲେ। ତେବେ ଭୁବନ ପୋଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking