24.1 C
Bhubaneswar
Friday, February 6, 2026
Homeଓଡିଶାହଷ୍ଟେଲରୁ ନିଖୋଜ ୨ଛାତ୍ରୀ ଉଦ୍ଧାର

ହଷ୍ଟେଲରୁ ନିଖୋଜ ୨ଛାତ୍ରୀ ଉଦ୍ଧାର

ମୟୂରଭଂଜ: ମୟୂରଭଂଜ ଜିଲ୍ଲା ଉଦଳା ବ୍ଲକ ରାଢୋ କେଜିବିଭି ବିଦ୍ଯାଳୟରୁ ଗତକାଲି ରାତିରେ ନିଖୋଜ ହୋଇଯାଇଥିବା ଦୁଇ ଜଣ ଷଷ୍ଠ ଶ୍ରେଣୀର ଛାତ୍ରୀ ଉଦ୍ଧାର ହୋଇଛନ୍ତି। ଆଜି ଅପରାହ୍ନ ପ୍ରାୟ ୪ ଘଟିକା ସମୟରେ ଦୁଇ ଛାତ୍ରୀ ଚାଲିଚାଲି ଆସୁଥିବା ବେଳେ ଶ୍ମଶାନକାଳୀ ମନ୍ଦିର ନିକଟରୁ ସେମାନଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଉଦ୍ଧାର କରିଛନ୍ତି। ପଚରାଉଚରା ପରେ ସେମାନେ ଉଦଳାରେ ଚାଲୁଥିବା ପ୍ରସିଦ୍ଧ ସରସ୍ୱତୀ ମେଳା ବୁଲିବାକୁ ଆସିଥିଲେ ବୋଲି ଜଣାପଡ଼ିଛି। ଗତକାଲି ରାତିରେ ଦୁଇ ଛାତ୍ରୀ ବିଦ୍ୟାଳୟ ପାଚେରୀ ଡେଇଁ ମେଳା ବୁଲିବାକୁ ଆସିଥିବା ବେଳେ ରାତିରେ ଚୁଳିଆପୋଷି ଗ୍ରାମର ଜଣେ ମହିଳାଙ୍କ ଘରେ ରାତିରେ ଅଶ୍ରୟ ନେଇଥିଲେ ବୋଲି ଜଣାପଡ଼ିଛି। ଯାହାକି ଘଟଣା ବାବଦରେ ନିଖୋଜ ଛାତ୍ରୀ ଙ୍କ ପରିବାର ଲୋକେ ଖବର ପାଇବା ପରେ ବିଦ୍ୟାଳୟରେ ପହଞ୍ଚି ପଚାରି ବୁଝିବା ସହିତ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ସାରିଲେଣି। ଆଜି ଅପରାହ୍ନରେ ଦୁହେଁ ବିଦ୍ଯାଳୟ ଅଭିମୁଖେ ଆସୁଥିବା ବେଳେ ସେମାନଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଉଦ୍ଧାର କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking