34.8 C
Bhubaneswar
Tuesday, July 15, 2025
Homeଓଡିଶାସୁବର୍ଣ୍ଣ ଖଡିକାରେ ଛେରାପହଁରା କଲେ ଗଜପତି ମହାରାଜ

ସୁବର୍ଣ୍ଣ ଖଡିକାରେ ଛେରାପହଁରା କଲେ ଗଜପତି ମହାରାଜ

ପୁରୀ:  ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଦିନାତ୍ମକ ଯାତ୍ରା । ସିଂହଦ୍ୱାର ଚକଡ଼ାରେ ବିଜେ ଅଛନ୍ତି ୩ ରଥ । ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ୱଜ ରଥ ପ୍ରସ୍ତୁତ । ତିନି ରଥରେ ବିରାଜମାନ କରିବେ ଶ୍ରୀବିଗ୍ରହ । ଶ୍ରୀକ୍ଷେତ୍ରରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ । ମହାପ୍ରଭୁଙ୍କ ଅପେକ୍ଷାରେ ଶ୍ରଦ୍ଧାଳୁ । ବଡ଼ଦାଣ୍ଡରେ ଭକ୍ତିମୟ ପରିବେଶ । ଏଥିସହ ରଥଯାତ୍ରାର ଅନ୍ୟତମ ଆକର୍ଷଣୀୟ ପର୍ବ ‘ଛେରାପହଁରା’ ନୀତି ଅନୁଷ୍ଠିତ ହୋଇଯାଇଛି  ।  ରଥ ଉପରେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଦ୍ୱାରା ଛେରାପହଁରା ନୀତି କରାଯାଇଛି  । ଗଜପତି ମହରାଜ ଆଜି ଶ୍ରୀନଅରରୁ ତାମଜାନରେ ଆସି ରଥ ଉପରେ ପହଞ୍ଚିଥିଲେ । ସେ ରାଜବେଶରେ ରଥ ଉପରେ ‘ଛେରାପହଁରା’ କରିଥିଲେ । ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ପ୍ରଥମେ ତାଳଧ୍ବଜ ରଥରେ ଚଢି ସୁବାସିତ ଜଳ ସିଂଚନ କରିଥିଲେ । ପରେ ସୁବର୍ଣ୍ଣ ଖଡିକାରେ ଛେରାପହଁରା ଆରମ୍ଭ  କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking