26.1 C
Bhubaneswar
Tuesday, March 24, 2026
Homeଓଡିଶାସୀମାନ୍ତରେ ଲାଗିଲା ମାଓ ପୋଷ୍ଟର

ସୀମାନ୍ତରେ ଲାଗିଲା ମାଓ ପୋଷ୍ଟର

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତ ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମ ଜିଲ୍ଲାର କରେଇକେଲା ଠାରେ ସିପିଆଇ ମାଓବାଦୀଙ୍କ ପକ୍ଷରୁ ପୋଷ୍ଟର ଓ ବ୍ୟାନର ଲଗାଯାଇଛି। ଏହି ପୋଷ୍ଟର ଓ ବ୍ୟାନର ମାଧ୍ୟମରେ ମାଓବାଦୀମାନେ ଆସନ୍ତା ଜୁଲାଇ ୨୫ ତାରିଖ ଦିନ ଝାଡ଼ଖଣ୍ଡ ଏବଂ ବିହାର ରାଜ୍ୟ ବନ୍ଦ ଡାକରା ଦେଇଛନ୍ତି। ଏହାଛଡ଼ା ପୋଷ୍ଟରରେ ମାଓବାଦୀମାନେ ଆସନ୍ତା ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଶହୀଦ ସପ୍ତାହ ପାଳନ କରାଯିବା ସୂଚନା ଦେଇଛନ୍ତି। ନକ୍ସଲ ନେତା କମ୍ରେଡ ଜୟା ହେମ୍ବ୍ରମଙ୍କ ସମେତ ତିନିଜଣ ନକ୍ସଲଙ୍କ ଗିରଫଦାରୀକୁ ମଧ୍ୟ ଏହି ପୋଷ୍ଟରରେ ବିରୋଧ କରାଯାଇଛି। ଏହି ଘଟଣା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking