ଦିଗପହଣ୍ଡି : ବିଭିନ୍ନ ଅଫିସରେ ସାମ୍ବାଦିକଙ୍କୁ ପ୍ରବେଶ ମନା । ସାନଖମେୁଣ୍ଡି ବ୍ଲକ ପରିସରରେ ଲାଗିଛି ପୋଷ୍ଟର । ବିଭିନ୍ନ ବିଭାଗର ଗେଟ ସାମ୍ନାର ପୋଷ୍ଟର ଲାଗିଛି । ଏନେଇ ତଦନ୍ତ ଦାବି କଲା ସାନଖେମୁଣ୍ଡି ବ୍ଲକ ପ୍ରେସ କ୍ଲବ । ସାମ୍ବାଦିକଙ୍କୁ ପ୍ରବେଶ ମନାକୁ ନେଇ ସଭାପତିଙ୍କୁ ନିନ୍ଦା କରାଯାଇଛି । ବ୍ରହ୍ମପୁର ପ୍ରେସ କ୍ଲବ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରାଯାଇଛି । ସାନଖେମୁଣ୍ଡି ବ୍ଲକ ସାମ୍ନାରେ ସାମ୍ବାଦିକ ଧାରଣା କରିଛନ୍ତି ।