21.1 C
Bhubaneswar
Sunday, December 7, 2025
Homeଓଡିଶାସାଂସଦ ମହୁଆଙ୍କ ଅଭିଯୋଗର ଜବାବ ଦେଲେ ନୟାଗଡ଼ ଏସପି

ସାଂସଦ ମହୁଆଙ୍କ ଅଭିଯୋଗର ଜବାବ ଦେଲେ ନୟାଗଡ଼ ଏସପି

ନୟାଗଡ: ଟିଏମସି ସାଂସଦ ମହୁଆ ମୋଇତ୍ର ଅଭିଯୋଗର ଜବାବ ଦେଇଛି ନୟାଗଡ଼ ପୋଲିସ । SP ଏସ୍ ସୁଶ୍ରୀ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ସାଂସଦ ମହୁଆଙ୍କ ଅଭିଯୋଗ ଭିତ୍ତିହୀନ । ଏହି ଅଭିଯୋଗର କୌଣସି ସତ୍ୟସତ୍ୟ ନାହିଁ । କିଛିଦିନ ତଳେ ସୋସିଆଲ ମିଡିଆ ପ୍ଲାଟଫର୍ମ xରେ ଗୋଟିଏ ଭିଡ଼ିଓ ପୋଷ୍ଟ କରି କହିଥିଲେ, ଓଡ଼ିଶା ନୟାଗଡ଼ ଜିଲ୍ଲାର ଓଡଗାଁ ଅଂଚଳରୁ କିଛି ଲୋକଙ୍କୁ ରୋହିଙ୍ଗିଆ କହି ପିଲିସ ତଡି ଦେଇଛନ୍ତି । ସାଂସଦଙ୍କର ଏହି ଅଭିଯୋଗ ଉପରେ ଆଜି ନୟାଗଡ଼ ଏସପି ଏସ ସୁଶ୍ରୀ ନିଜର ପ୍ରତିକ୍ରିୟା ରଖିଛନ୍ତି । ଏସପି କହିଛନ୍ତି, ଜିଲ୍ଲାରୁ କୌଣସି ବଙ୍ଗଳାଭାଷୀ ବ୍ୟକ୍ତିଙ୍କୁ ତଡ଼ା ଯାଇ ନାହିଁ । ସ୍ଥାନୀୟ ଲୋକଙ୍କ ଅଭିଯୋଗ କ୍ରମେ ଗତ ମାସ 27 ତାରିଖରେ ଓଡ଼ଗାଁ NAC କର୍ତ୍ତୃପକ୍ଷଙ୍କ ସହ ମିଳିତ ଭାବେ ଓଡ଼ଗାଁ ଥାନାଙ୍କୁ ଡାକି ପୋଲିସ ପକ୍ଷରୁ 14 ଜଣ ଫେରିବାଲାଙ୍କୁ ପଚରାଉଚରା କରିବା ସହ ସେମାନଙ୍କର ପରିଚୟ ପତ୍ର ଯାଞ୍ଚ କରାଯାଇଥିଲା ।

ପରେ ସେମାନଙ୍କୁ ଛାଡ଼ି ଦିଆଯାଇଛି । ଏସପି କହିଛନ୍ତି, ଓଡ଼ଗାଁ NAC ସହାୟତାରେ ସେମାନଙ୍କର ପରିଚୟ ପତ୍ର ଯାଞ୍ଚ ବେଳେ ଜଣା ପଡିଛି ସେମାନେ ମୁର୍ଶଦାବାଦ ଅଞ୍ଚଳର ଇଣ୍ଡିଆନ ବୋଲି । ସେମାନଙ୍କର ସମସ୍ତ ପ୍ରମାଣପତ୍ର ଉପଜିଲ୍ଲାପାଳଙ୍କୁ ଦିଆଯାଇଛି । ଓଡ଼ଗାଁ NACରେ ରହୁଥିବା 14 ଜଣ ବଙ୍ଗଳା ଭାଷୀ ଫେରିବାଲାଙ୍କ ମଧ୍ୟରୁ 7 ଜଣ ଭଡ଼ାଘର ଛାଡ଼ି ପଳାଇ ଯାଇଥିବା ଜଣାପଡିଛି । କାହାରିକୁ ତଡା ଯାଇନାହିଁ । ସରକାରଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ଗାଁ ଅଞ୍ଚଳରେ ଅଣ ଓଡ଼ିଆ ଲୋକଙ୍କ ପରିଚୟ ପତ୍ର ଯାଞ୍ଚ ପ୍ରକ୍ରିୟା ଜାରି ରହିଛି । ଚିହ୍ନଟ ହୋଇଥିବା ବ୍ୟକ୍ତିମାନେ ସମସ୍ତ ମୁର୍ଶିଦାବାଦ ଅଞ୍ଚଳର ବୋଲି ପୋଲିସ ପକ୍ଷରୁ କୁହାଯାଇଛି, ଗତ ମାସ 27 ତାରିଖରୁ ପୋଲିସ ଏବଂ ଓଡ଼ଗାଁ NAC ପକ୍ଷରୁ ମିଳିତ ଯାଞ୍ଚ ପ୍ରକ୍ରିୟା ଚାଲିଛି । ଭୟରେ ସେମାନେ ପଳାଇ ଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ସତ୍ୟାସତ ନଜାଣି ଏଭଳି ମିଛ ଅଭିଯୋଗ କରିବାର କିଛି ମୂଲ୍ୟ ନାହିଁ ବୋଲି SP ଏସ୍ ସୁଶ୍ରୀ କହିଛନ୍ତି। ଏସପି କହିଛନ୍ତି, କିଛିଦିନ ତଳେ ଓଡଗାଁ ଥାନା ଅଞ୍ଚଳର 14 ଜଣ ଫେରିଵାଲା ଥିବା ଖବର ପାଇଥିଲୁ । ସେମାନେ ବାଂଲାଦେଶୀ କି ରୋହିଙ୍ଗିଆ ଜାଣିବା ପାଇଁ ନିୟମ ଅନୁସାରେ ରୁଟିନ ଭେରିଫିକେସନ ପାଇଁ ଥାନାକୁ ଡକା ଯାଇଥିଲା l

ଥାନା ତରଫରୁ ଏବଂ ତହସିଲଦାର ପକ୍ଷରୁ ସେମାନଙ୍କୁ ପରିଚୟପତ୍ର ଦେଖେଇବା ପାଇଁ କୁହାଯାଇଥିଲା l ପରେ ଖବର ପାଇଥିଲୁ କି, ସେମାନଙ୍କ ଭିତରୁ 7ଜଣ ପଳେଇଥିଲେ । ଆମ ତରଫରୁ ସେମାନଙ୍କୁ କିଛି କୁହାଯାଇନାହିଁ l ସେମାନେ ନିଜର ଇଛା ମୁତାବକ ପକେଇଥିଲେ l କିନ୍ତୁ ଏବେ ବି ଯେଉଁମାନେ ଅଛନ୍ତି ସେମାନେ ଆମକୁ ସହଯୋଗ କରୁଛନ୍ତି l ଏହା ସହିତ ଜିଲ୍ଲାର ସମସ୍ତ ଅଞ୍ଚଳରେ ଚି଼ହ୍ନଟ ପ୍ରକ୍ରିୟା ଜାରି ରହିଛି । ଯେଉଁମାନେ ପଳେଇ ଯାଇଛନ୍ତି ସେମାନଙ୍କର ସାହାଯ୍ୟ ଆମକୁ ଦରକାର ରହିଥିଲା । ସବୁ ରେକର୍ଡ ଠିକ ଅଛି । ସେମାନଙ୍କ ପରିଚୟ ଠିକ ଅଛି । ଆମ ପକ୍ଷରୁ କିଛି ଅସୁବିଧା ନାହିଁ । କିଛି ବ୍ୟସ୍ତ ହେବାର ନାହିଁ, ଆମକୁ ସହଯୋଗ କରନ୍ତୁ l ଏବେ ପଯ୍ୟନ୍ତ ଜିଲ୍ଲାରେ 100ରୁ 150 ଚି଼ହ୍ନଟ ହୋଇଛନ୍ତି । ସେଥିରୁ 14 ଜଣ ଓଡଗାଁରେ ଥିଲେ । ଯେଉଁଥିରୁ 7ଜଣ ପଳେଇଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking