ଭୁବନେଶ୍ୱର: ଗୃହ ବାରମ୍ବାର ମୁଲତବୀ । ବିରୋଧୀଙ୍କ ହଟ୍ଟଗୋଳ ହୋହଲ୍ଲା ଭିତରେ ଜନତାଙ୍କ ପ୍ରଶ୍ନ ସ୍ଥଗିତ । ସମସ୍ୟାର ସମାଧାନ ହୋଇପାରୁନାହିଁ । ବିଭାଗୀୟ ମନ୍ତ୍ରୀ ଗୃହରେ ଲିଖିତ ଉତ୍ତର କି ପ୍ରତିଶ୍ରୁତି ରଖି ପାରୁନାହାନ୍ତି । ଏନେଇ ଗୃହ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି ସୁରମା ପାଢୀ । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଟଳ ବିରୋଧୀ । ହାତରେ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ସନ କରୁଛନ୍ତି । ସରକାରଙ୍କ ବିରୋଧରେ ନାରାବାଜି କରି ଅସ୍ୱାଭାବିକ ରହୁଛି ପ୍ରଶ୍ନକାଳ।ବାଚସ୍ପତି ସୁରମାପାଢୀ ବିରୋଧୀଙ୍କୁ ନିଜ ସ୍ଥାନକୁ ଯିବାକୁ ଅନୁରୋଧ କରିବା ସତ୍ତ୍ୱେ ଖାତିର କରିନଥିଲେ । ଆହୁରି ହୋହଲ୍ଲା କରିଥିଲେ । ଆଜି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଶିଳ୍ପ , ବିଦ୍ୟାଳୟ ଓ ଗଣଶିକ୍ଷା , ଉଚ୍ଚଶିକ୍ଷା ଅନୁସୂଚିତ ଉନ୍ନୟନ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ, କ୍ରୀଡା ଓ ଯୁବ କଲ୍ୟାଣ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଏବଂ ଓଡିା ଭାଷା ସାହିତ୍ୟ ସଂସ୍କୃତି ବିଭାଗର ରହିଛି ପ୍ରଶ୍ନକାଳ । ସେପଟେ ଗୃହର ନିର୍ମାଣ, ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗର ରହିଛି ଖର୍ଚ୍ଚ ଦାବି ଆଲୋଚନା । ତେବେ ପ୍ରଶ୍ନ ଉଠୁଛି , ବିରୋଧୀଙ୍କ ହଙ୍ଗାମା, ଗୃହ ଚଳାଇ ନଦେବା ଏହା କଣ ସମାଧାନ । ଜନତାଙ୍କ ସମସ୍ୟାର ସମାଧାନ ହୋଇ ପାରୁନାହିଁ । ଜନତାଙ୍କ ଆଶା ଆଶାରେ ହିଁ ରହିଯାଉଛି ।










