15.1 C
Bhubaneswar
Tuesday, January 13, 2026
Homeଦେଶ ବିଦେଶସଡ଼କ ଦୁର୍ଘଟଣା: ୩୮ ମୃତ

ସଡ଼କ ଦୁର୍ଘଟଣା: ୩୮ ମୃତ

ନୂଆଦିଲ୍ଲୀ: ବ୍ରାଜିଲରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଯାତ୍ରୀବାହୀ ବସ୍ ଏବଂ ଟ୍ରକ୍ ମଧ୍ୟରେ ଧକ୍କାରେ ୩୮ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି। ବ୍ରାଜିଲର ମିନାସ୍ ଜେରାଇସ୍ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ସମସ୍ତ ଆହତଙ୍କୁ ଚିକିତ୍ସା ଲାଗି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସ୍‌ରେ ୪୫ ଜଣ ଯାତ୍ରୀ ଥିଲେ ଏବଂ ଏହା ସାଓ ପାଉଲୋରୁ ଯାତ୍ରା ଆରମ୍ଭ କରିଥିଲା। ସମସ୍ତ ପୀଡିତଙ୍କୁ ଘଟଣାସ୍ଥଳରୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଅଧିକାରୀ କହିଛନ୍ତି। ଦୁର୍ଘଟଣା କାହିଁକି ଓ କିପରି ଘଟିଲା ସେନେଇ ତଦନ୍ତ ଆରମ୍ଭ ହୋଇଛି। ପ୍ରତ୍ୟକ୍ଷଦର୍ଶୀମାନେ ଉଦ୍ଧାରକାରୀ ଦଳକୁ କହିଛନ୍ତି ଯେ, ବସ୍‌ର ଟାୟାର ଫାଟି ଯାଇଥିଲା, ଯେଉଁଥିପାଇଁ ବସ୍ ଡ୍ରାଇଭର ନିୟନ୍ତ୍ରଣ ହରାଇ ବସିଥିଲେ ଫଳରେ ବସ୍‌ଟି ଟ୍ରକ୍ ସହିତ ଧକ୍କା ହୋଇଥିଲା। ଏହି ବସ୍ ସହିତ ଏକ କାର ମଧ୍ୟ ଧକ୍କା ହୋଇଥିଲା। ଏଥିରେ ତିନି ଜଣ ଯାତ୍ରୀ ଥିଲେ। ତେବେ ଏହି ତିନିଜଣ ବଞ୍ଚି ଯାଇଛନ୍ତି।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking