ନୂଆଦିଲ୍ଲୀ: ଏଲପିଜି ଅଭାବ ସମସ୍ୟା ମଧ୍ୟରେ କେ ବଡ ଖବର ସାମ୍ନାକୁ ଆସିଛି । ପ୍ରାୟ ୪୭, ୦୦୦ ଟ୍ରେିକ ତରଳିକୃତ ପେଟ୍ରୋଲିୟମ ଗ୍ୟାସ ବହନ କରି ଆଉଏକ ଏଲପିଜି ଟ୍ୟାଙ୍କର ନନ୍ଦା ଦେବୀ ମଙ୍ଗଳବାର ଦିନ ଗୁଜୁରାଟର ଭାଡିନାର ବନ୍ଦରରେ ପହଞ୍ଚିଛି । ଏହା ପୂର୍ବରୁ ପ୍ରଥମ ଏଲପିଜି ଟ୍ୟାଙ୍କର ଶିବାଲିକ , ଯାହା ଦ୍ୱନ୍ଦ୍ୱଗ୍ରସ୍ତ ହରମୁଜ ପ୍ରଣାଳୀପାର କରିଥିଲା । ଗୁଜୁରାଟର ଭାଡିନାର ବନ୍ଦରରେ ପହଞ୍ଚିଛି । ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ଭିତରେ ଇରାନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏଲପିଜି ବହନ କରୁଥିବା ଦୁଇଟି ଭାରତୀୟ ଜାହାଜକୁ ହରମୁଜ ପ୍ରଣାଳୀଦେଇ ପରିବହନ ଅନୁମତି ଦିଆଯାଇଥିଲଆ । ଦୁଇଟି ଜାହାଜ ହେଉଛି , ଶିବାଲିକ, ନନ୍ଦା ଦେବୀ । ନନ୍ଦ ଦେବୀ ଜାହାଜର ମୁଖ୍ୟ ଅଧିକାରୀ କହିଛନ୍ତି ଯେ ଏହି ପଦକ୍ଷେପ ଭାରତୀୟ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ଏବଂ ଜାହାଜ ପରିବହନ ନିଗମ ଦ୍ୱାରା ନିଆଯାଇଛି, ଯେଉଁଥିରେ ଭାରତୀୟ ଏବଂ ଇରାନୀ ନୌସେନା ହରମୁଜ୍ ପ୍ରଣାଳୀ ପାର ହେବା ପାଇଁ ଆବଶ୍ୟକ ସହାୟତା ଯୋଗାଇ ଦେଉଛନ୍ତି। ଏହା ଦ୍ୱିତୀୟ ଏଲପିଜି ବାହକ ଯାହା ଭାରତରେ ପହଞ୍ଚିଛି, ସଫଳତାର ସହ ହର୍ମୁଜ୍ ପ୍ରଣାଳୀ ଦେଇ ଗତି କରିଛି।
ସୋମବାର ଦିନ, ଭାରତୀୟ ଏଲପିଜି ବାହକ ‘ଶିବାଲିକ୍’ ପ୍ରାୟ 40,000 ମେଟ୍ରିକ୍ ଟନ୍ ତରଳ ପେଟ୍ରୋଲିୟମ୍ ଗ୍ୟାସ୍ ବହନ କରି ଗୁଜୁରାଟର ମୁନ୍ଦ୍ରା ବନ୍ଦରରେ ପହଞ୍ଚିଥିଲା। ଏଥିମଧ୍ୟରୁ 20,000 ମେଟ୍ରିକ୍ ଟନ୍ ମୁନ୍ଦ୍ରାରେ ଅନଲୋଡ୍ କରାଯିବ, ଯେତେବେଳେ ବାକି 26,000 ମେଟ୍ରିକ୍ ଟନ୍ ମାଙ୍ଗାଲୋର ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।
ପ୍ରାୟ 81,000 ଟନ୍ ମୁର୍ବାନ୍ ଅଶୋଧିତ ତୈଳ ବହନ କରି ୟୁଏଇରୁ ଆସିଥିବା ଭାରତୀୟ ପତାକା ଜାହାଜ ‘ଜଗ୍ ଲାଡକି’ ସୁରକ୍ଷିତ ଭାବରେ ଭାରତ ଅଭିମୁଖେ ଯାତ୍ରା କରୁଛି ବୋଲି ସିହ୍ନା କହିଛନ୍ତି। ଅଧିକାରୀ କହିଛନ୍ତି ଯେ ପାରସ୍ୟ ଉପସାଗର ଅଞ୍ଚଳରେ ସମସ୍ତ ଭାରତୀୟ ନାବିକ ସୁରକ୍ଷିତ ଅଛନ୍ତି ଏବଂ ଗତ 24 ଘଣ୍ଟା ମଧ୍ୟରେ କୌଣସି ଅଘଟଣର ରିପୋର୍ଟ ହୋଇନାହିଁ। ଫଳସ୍ୱରୂପ, ପାରସ୍ୟ ଉପସାଗରରେ ଏବେ 22ଟି ଭାରତୀୟ ପତାକା ଜାହାଜ ବାକି ଅଛି, ଯାହା ମୋଟ 611 ଜଣ ନାବିକଙ୍କୁ ନେଇ ଗତି କରୁଛି।










