32.1 C
Bhubaneswar
Wednesday, September 18, 2024
Homeଓଡିଶାଲାଟିନ ପ୍ୟାନ ଭିତରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

ଲାଟିନ ପ୍ୟାନ ଭିତରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

ଯାଜପୁର: ଯାଜପୁର ଜିଲ୍ଲା ଯାଜପୁରରୋଡ଼ ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ରର ବିବାଦରେ ଛନ୍ଧି ରହିଯାଇଛି l ଗୋଟିଏ ବିବାଦ ପରେ ଆଉ ଏକ ବିବାଦ ସୃଷ୍ଟି ହୋଇଯାଉଛି l ମାସେ ନ ପୁରୁନୁ ଆଉ ଏକ ଅମାନବୀୟ ଘଟଣା ଦେଖା ଯାଇଛି l ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରର ଲାଟିନ ପ୍ୟାନ ଭିତରୁ ନବଜାତ ଶିଶୁର ମୃତ ଦେହ ସ୍ୱାସ୍ଥ୍ୟ କର୍ମୀଙ୍କ ଦ୍ୱାରା ଉଦ୍ଧାର, ହୋଇଚି ଶନିବାର ଦିନ ୨,୩୦ ମିନିଟ ସମୟରେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦ୍ୱାରା ଘଟଣାର ତଦନ୍ତ ଆରମ୍ଭ ହୋଇଛି l ସୂଚନା ଅନୁଯାୟୀ ଆଜି ସଖାଳେ ଡାକ୍ତର ଖାନାର କିଛି ସୁଇପର ସ୍ୱାସ୍ଥ୍ୟକେନ୍ଦ୍ରର ଲେବର ରୁମକୁ ସଫା କରିବାକୁ ଯାଇଥିଲେ l

ତେବେ ଲେବର ରୁମ ଲାଟିନ ଘର ପ୍ୟାନ ଭିତରେ ଏକ ନବଜାତ ଶିଶୁର ମୃତ ଦେହ ପଡ଼ିଥିବାକୁ ଦେଖିବାକୁ ପାଇଥିଲେ l ଏଥିସହିତ ମୃତ ଦେହ ଦେଖିବା ପରେ ତୁରନ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦେବାଶିଷ ସାହୁଙ୍କୁ ସୂଚନା ଦେଇଥିଲେ l ତେବେ ସୂଚନା ପାଇ ଡାକ୍ତର ଶ୍ରୀ ସାହୁ ତୁରନ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଂଚି ଘଟଣା ସମ୍ପର୍କରେ ଯାଞ୍ଚ କରିଛନ୍ତି l ସେପଟେ ଏହି ମୃତ ଶିଶୁ କାହାର ଆଉ କଉ ପରିସ୍ଥିତିରେ ଲାଟିନ ପ୍ୟାନ ଭିତରେ ପଡ଼ିଥିଲା ସ୍ପଷ୍ଠ ହେଇନାହିଁ l ଏପରି ଅମାନବୀୟ ଘଟଣା କିଏ କରିଛି ଜଣା ପଡି ନାହିଁ l ଲେବର ରୁମ୍ ର କାର୍ଯ୍ୟ ରତ ଡାକ୍ତର ନର୍ସ ଓ କର୍ମଚାରୀ କିପରି ଏଭଳି ଅମାନୁଷିକ ଘଟଣା ଜାଣି ପାରିଲେ ନାହିଁ ତାହା ପ୍ରଶ୍ନ ବାଛି ସୃଷ୍ଟି କରିଛି l ଏହା ନେଇ ନାନା କଥା ସମଗ୍ର ସହର ରେ ଚର୍ଚ୍ଚା ହେଉଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking