25.1 C
Bhubaneswar
Saturday, February 14, 2026
Homeଓଡିଶାରାଜପଥରେ ହୁତୁ ହୁତୁ ହୋଇ ଜଳିଗଲା ଦୁଇଟି ଟ୍ରକ

ରାଜପଥରେ ହୁତୁ ହୁତୁ ହୋଇ ଜଳିଗଲା ଦୁଇଟି ଟ୍ରକ

ବାଲେଶ୍ଵର: ରାଜପଥ ଉପରେ ହୁତୁ ହୁତୁ ହୋଇ ଜଳିଗଲା ଦୁଇଟି ଟ୍ରକ। ଭୟଙ୍କର ଦୁର୍ଘଟଣା ପରେ ଉଭୟ ଟ୍ରକରେ ନିଆଁ ଲାଗି ଯାଇଛି। ଦୁଇ ଜଣ  ଗୁରୁତର ଆହତ ହୋଇଛନ୍ତି। ବାଲେଶ୍ଵର ଜିଲ୍ଲା ବସ୍ତା ବାଇପାସ୍ ନିକଟରେ  ଏହି ଦୁର୍ଘଟଣା ହୋଇଛି। ୬୦ ନମ୍ଵର ଜାତୀୟ ରାଜପଥରେ ଟ୍ରଲରକୁ ପଛପଟୁ ଗୋଟିଏ କୋଇଲା ଟ୍ରକ। ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା। ଏହା ପରେ ଦୁଇଟି ଯାକ ଟ୍ରକରେ ନିଆଁ ଲାଗି ଯାଇଥିଲା, ଚାହୁଁ ଚାହୁଁ ଦୁଇଟି ଯାକ ଟ୍ରକ ହୁତୁ ହୁତୁ ହୋଇ ଜଳି ଯାଇଥିଲା। ରାଜପଥ ପେଟ୍ରୋଲିଂ ଟିମ୍ ପହଞ୍ଚି ବସ୍ତା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।  ଅଗ୍ନିଶମ ବାହିନୀ ନିଆଁକୁ ଲିଭାଇବା ପାଇଁ ପ୍ରୟାସ କରୁଛନ୍ତି। ଦୁଇ ଜଣ ଗୁରୁତର ଆହତଙ୍କୁ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking