32.1 C
Bhubaneswar
Tuesday, March 31, 2026
Homeଅପରାଧଯୌତୁକ ପାଇଁ ଗଲା ଜୀବନ

ଯୌତୁକ ପାଇଁ ଗଲା ଜୀବନ

ଉତ୍ତର ପ୍ରଦେଶ : ଯୌତୁକ ନମିଳିବାରୁ ସ୍ତ୍ରୀକୁ ମାରିଦେଲା ନୃସଂଶ ସ୍ୱାମୀ। ଘଟଣାଟି ଘଟିଛି ଉତ୍ତର ପ୍ରଦେଶର ଅମରୋହା ଜିଲ୍ଲାର ବୈଖେଡ଼ା ଗାଁରେ। ମୃତ ମହିଳାଙ୍କ ନାଁ ମୀନା। ତାଙ୍କ ସ୍ୱାମୀଙ୍କ ନାଁ ସୁନ୍ଦର। ଦୁଇ ବର୍ଷ ତଳେ ସେମାନଙ୍କ ବିବାହ ହୋଇଥିଲା। ତେବେ ବିବାହ ପରେ ସବୁ ଦିନେ ଯୌତୁକ ନେଇ ମୀନାଙ୍କୁ ନିର୍ଯାତନା ଦେଇ ଆସୁଥିଲେ ସୁନ୍ଦର। ସେ ଯୌତୁକ ବାବଦକୁ ଏକ ଟିଭିଏସ୍ ଆପାଚି ବାଇକ ଓ ୩ ଲକ୍ଷ ଟଙ୍କା ମାଗିଥିଲେ। ସ୍ୱାମୀଙ୍କ ନିର୍ଯାତନା ବଢ଼ି ଚାଲିବାରୁ ରାକ୍ଷୀ ପୂର୍ଣ୍ଣିମାଠାରୁ ମୀନା ସୋହାରକା ସ୍ଥିତ ନିଜ ବାପ ଘରେ ଥିଲେ। କିନ୍ତୁ ସୁନ୍ଦର ସବୁ ଦିନ ସେଠାକୁ ଯାଉଥିଲେ। ଏମିତିକି ସେ ସେଠାରେ ସବୁ ଦିନେ ଖିଆପିଆ କରୁଥିଲେ। ଗତକାଲି ରାତିରେ ମଧ୍ୟ ସୁନ୍ଦର ଶ୍ୱଶୁର ଘରକୁ ଯାଇଥିଲେ। ସେ ସେଠାରୁ ମୀନାଙ୍କୁ ନିଜ ଘରକୁ ନେଇ ଯାଇଥିଲେ। ଘରେ ପହଞ୍ଚିବା ପରେ ସୁନ୍ଦର ପୁଣି ଯୌତୁକ କଥା ଉଠାଇଥିଲେ ଓ ମୀନାଙ୍କ ସହିତ ଝଗଡ଼ା କରିଥିଲେ। ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଚାଲିଥିବା ବେଳେ ସୁନ୍ଦର ଏକ ବାଡ଼ିରେ ମୀନାଙ୍କୁ ନିସ୍ତୁକ ପିଟି ଥିଲେ ଓ ପରେ ତଣ୍ଟି ଚିପି ତାଙ୍କୁ ହତ୍ୟା କରିଥିଲେ ବୋଲି ଅଭିଯୋଗ ହୋଇଛି। ମୀନା ମରିଯିବା ପରେ ସୁନ୍ଦର ସେଠାରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଘଟଣା ସଂପର୍କରେ ପୁଲିସକୁ ସୂଚନା ଦେଇଥିଲେ। ମୀନାଙ୍କ ପରିବାର ଲୋକେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୀନାଙ୍କ ବାପା ବିଜୟ ଖଡ଼କ ବଂଶୀ ଥାନାରେ ଜ୍ୱାଇଁ ସୁନ୍ଦର, ତାଙ୍କ ମା’ ଓ ଅନ୍ୟ ଚାରି ଜଣଙ୍କ ବିରୋଧରେ ଏତଲା ଦେଇଛନ୍ତି। ସେମାନେ ମିଶି ତାଙ୍କ ଝିଅ ମୀନାଙ୍କୁ ମାରିଥିବା ସେ ଅଭିଯୋଗ କରିଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି। ପୁଲିସ ଫେରାର ଅଭିଯୁକ୍ତ ସୁନ୍ଦରକୁ ଧରିବାକୁ ପ୍ରାୟାସ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking