33.1 C
Bhubaneswar
Thursday, February 26, 2026
Homeଓଡିଶାମହିଳାଙ୍କୁ କଟୁରିରେ ଆକ୍ରମଣ କଲେ ଅସାମାଜିକ ଯୁବକ 

ମହିଳାଙ୍କୁ କଟୁରିରେ ଆକ୍ରମଣ କଲେ ଅସାମାଜିକ ଯୁବକ 

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଭୁବନ ବ୍ଲକ ଦିଘି ଗ୍ରାମ ପଞ୍ଚାୟତ ମୁଗୁପଦା ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗ୍ରାମରେ ଜୟଦେବ ନାୟକଙ୍କ ପତ୍ନୀ ପ୍ରତିମା ନାୟକ ଗୁରୁବାର ସକାଳେ ସୁଦଶା ବ୍ରତ ପାଇଁ ଘର ନିକଟରେ ଥିବା ପାଇପରୁ ପାଣି ନେଉଥିବାବେଳେ ହଠାତ ଗ୍ରାମର ଜଣେ ଅସାମାଜିକ ଯୁବକ ପ୍ରତିମାକୁ ଏକ କଟୁରୀରେ ଆକ୍ରମଣ କରିଥିଲେ ।ପ୍ରଥମେ ବେକକୁ ଓ ପରେ କାନ୍ଧକୁ ହାଣିଦେବାରୁ ମହିଳା ପଡିଯାଇଥିଲେ । ପରେ ଗ୍ରାମବାସୀମାନେ ମହିଳାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ମହିଳାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ହେଲେ କେଉଁ କାରଣରୁ ଏପରି ଘଟଣା ଘଟିଛି ତାହା ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ କାମାକ୍ଷାନଗର ପୁଲିସ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking