16.1 C
Bhubaneswar
Saturday, December 27, 2025
Homeଓଡିଶାଭୟଙ୍କର ସଡକ ଦୁର୍ଘଟଣା : ୨ ମୃତ, ୩ ଗୁରୁତର

ଭୟଙ୍କର ସଡକ ଦୁର୍ଘଟଣା : ୨ ମୃତ, ୩ ଗୁରୁତର

ନୂଆପଡା : ନୂଆପଡା ଜିଲ୍ଲା ବେଲଟୁକୁରି ଥାନା ଶରଧାପୁରରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ ଓ ସ୍କୁଟି ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କର ମୃତ ହୋଇଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ତେଣୁ ତୁରନ୍ତ ଗୁରୁତର ଆହତ ମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଆଜି ସକାଳେ ବିଳାସପୁର ଗାଁର ଦୁଇ ବନ୍ଧୁ ଏକ ସ୍କୁଟି ଯୋଗେ ଖରିଆର ରୋଡରୁ ଲାପଟପ କିଣି ଘରକୁ ଫେରୁଥିଲେ। ଏତିକିବେଳେ ସରଧାପୁର ଗାଁର ତୁଳାରାମ ତାଙ୍କ ସ୍ତ୍ରୀ ଏବଂ ୩ ବର୍ଷର ଶିଶୁକୁ ଧରି ଏକ ବାଇକ୍ ଯୋଗେ ଛତିଶଗଡ ଯାଉଥିଲେ। ସେହି ସମୟରେ ହଠାତ ସରଧାପୁର ଛକ ନିକଟରେ ସ୍କୁଟି ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ଆରୋହୀଙ୍କର ମୃତ୍ୟୁ ଘଟିଥିବାବେଳେ ୩ଜଣଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳର ପହଞ୍ଚି ମୃତଦେହ ଉଦ୍ଧାର କରିଆବ ସହିତ ଘଟଣାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking