30.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଭୋଟ ଦେଉଛି ବାଂଲାଦେଶ: ଭାରତର ନଜର

ଭୋଟ ଦେଉଛି ବାଂଲାଦେଶ: ଭାରତର ନଜର

ନୂଆଦିଲ୍ଲୀ: ଭୋଟ ଦେଉଛି ବାଂଲାଦେଶ । ୩ ଶହ ଆସନ ପାଇଁ ପ୍ରାୟ ୧୩ କୋଟି ଭୋଟର ମତଦାନ କରୁଛନ୍ତି । ବାଂଲାଦେଶରେ ୩୫୦ ସଦସ୍ୟ ବିଶିଷ୍ଟ ସଦନ ରହିଥିବା ବେଳେ ୩୦୦ ଜଣ ଜାତୀୟ ନିର୍ବାଚନ ମାଧ୍ୟମରେ ଏକକ ଆସନ ବିଶିଷ୍ଟ ନିର୍ବାଚନ ମଣ୍ଡଳୀରୁ ସିଧା ସଳଖ ନିର୍ବାଚିତ ହୁଅନ୍ତି । ଏଥର ମୈଦାନରେ ବିଏନପି ଏବଂ ଜମା ସମେତ ୫୧ଟି ଦଳର ମୋଟ ୧ ହଜାର ୯ ଶହ ୮୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଅପରାହ୍ମ ସାଢେ ୪ଟା ଯାଏଁ ଭୋଟିଂ ହେବା ପରେ ଗଣତି ଆରମ୍ଭ ହେବ । ଏଥର ଭିନ୍ନ ନିର୍ବାଚନ ଦେଖୁଛି ବାଂଲାଦେଶ । କାରଣ ଦଶନ୍ଧି ପରେ ପ୍ରଥମ ଥର ପାଇଁ ଦେଶର ଦୁଇ ପ୍ରମୁଖ ରାଜନୀତିକ ବ୍ୟକ୍ତି ଶେଖ ହାସିନା ଏବଂ ଖାଲିଦା ଜିଆ ନିର୍ବାଚନୀରେ ପ୍ରତିଦ୍ୱନ୍ଦିତା କରୁନାହାନ୍ତି । ଗତବର୍ଷ ବାଂଲାଦେଶ ବିଦ୍ରୋହ ଶେଖ ହସିନାଙ୍କ ଆୱାମୀ ଲିଗ ସରକାରକୁ ପରାଜିତ କରିଥିଲା । ସେବେଠାରୁ ହସିନା ଭାରତରେ ଆଶ୍ରୟ ନେଇଛନ୍ତି । ହସିନାଙ୍କ ଆୱାମୀ ଲିଗକୁ ନିଶିଦ୍ଧ କରାଯାଇଛି । ତାରିକ ରେହମାନଙ୍କ ନେତୃତ୍ୱରେ ବାଂଲାଦେଶ ନ୍ୟାସନାଲିଷ୍ଟିକ ପାର୍ଟି, ବିଏନପି ଏବଂ ଜମାତେ ଇସଲାମିକ ନେତୃତ୍ୱରେ ୧୧ ଦଳୀୟ ମେଣ୍ଟ କରିଛି । ଏହି ନିର୍ବାଚନୀ କେବଳ ବାଂଲାଦେଶ ପାଇଁ ନୁହେଁ, ବରଂ ଦକ୍ଷିଣ ଏୟୀୟ ଦେଶଗୁଡିକ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏଣୁ ଫଳାଫଳ ଉପରେ ସାରା ବିଶ୍ୱରେ ନଜର ରହିଛି । ଶେଖ ହସିନା ବାରତରେ ଆଶ୍ରୟ ନେବା ପରେ ବାଂଲାଦେଶ ସହିତ ଭାରତର ସମ୍ପର୍କକୁ ତିକ୍ତ କରିଛି । ଭାରତ ଏବଂ ବାଂଲାଦେଶ ମଧ୍ୟରେ କ୍ରିକେଟକୁ ନେଇ ମଧ୍ୟ ବିବାଦ ଦେଖାଦେଇଥିଲା । ଟି- ଟେଣ୍ଟି କ୍ରିକେଟ ବିଶ୍ୱକପ ସମୟରେ ବାଂଲାଦେଶ ଭାରତରେ ମ୍ୟାଚ ଖେଳିବାକୁ ମନା କରିଥିଲା ଯାହା ଫଳରେ ବାଂଲାଦେଶ ଟୁର୍ଣ୍ଣାମେଣ୍ଟ ରୁ ଓହରି ଯିବାକୁ ବାଧ୍ୟ ହୋଇଥିଲା । ସେପଟେ ପାକିସ୍ତାନ ସହିତ ବାଂଲାଦେଶର ସମ୍ପର୍କରେ ଉନ୍ନତି ହୋଇଛି । ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀ କାଳୀନ ସରକାର ଅଧୀନରେ ବାଂଲାଦେଶର ଚୀନ ସହିତ ରଣ ନୈତିକ ସମ୍ପର୍କ ମଧ୍ୟ ମଜଭୁତ ହୋଇଛି । ଫଳସ୍ୱରୁପ ଭାରତ , ପାକିସ୍ତାନ ଏବଂ ଚୀନ , ବାଂଲାଦେଶରେ ଆଗାମୀ ନିର୍ବାଚନ ଉପରେ କଡା ନଜର ରଖିଛନ୍ତି । ଭାରତ ଚାହୁଁଛି ନିର୍ବାର୍ଚନ ପରେ ବାଂଲାଦେଶେର ଏପରି ଏକ ସରକାର ଗଠନ ହେଉ ଯାହା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଉନ୍ନତ କରିବ । ନିର୍ବାର୍ଚନୀରେ ହିନ୍ଦୁ ଭୋଟ ନିର୍ଣ୍ଣାୟକ ହୋଇପାରେ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking