ଜଳେଶ୍ୱର: ଭାସିଗଲେ ୨ କାଉଡିଆ ଭଉଣୀ । ଶିଖରପୁର ଘାଟରେ ଭାସିଗଲେ ୨ କାଉଡିଆ ଭଉଣୀ । ସୁବଣ୍ଣରେଖା ନଦୀରୁ ପାଣି ଭରୁଥିବା ବେଳେ ଅଘଟଣ ଦେଖାଦେଇଛି । ଗାଁ ମନ୍ଦିରକୁ ପାଣି ଢାଳିବା ପାଇଁ ଘାଟକୁ ଯାଇଥିଲେ ୨ ଭଉଣୀ । ସେତେବେଳେ ସେମାନେ ଭାସି ଯାଇଥିଲେ । ଉଭୟ ଚକ ହରି ଗାଁର, ବୟସ ୧୨ ଓ ୧୪ ବର୍ଷର ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ସୂଚନା ପାଇ ଅଗ୍ନିଶମ ବାହିନୀ ଦଳ ପହଞ୍ଚି ବହୁ ଖୋଜା ଖୋଜି କରିଥିଲେ କିନ୍ତୁ ଏ ଯାଏଁ ଉଭୟଙ୍କ ପତ୍ତା ମିଳିପାରିନାହିଁ । ଏନେଇ ପରିବାର ଲୋକମାନଙ୍କ ମନରେ ଅଶାନ୍ତି ଦେଖାଦେଇଛି ।










