ଭୁବନେଶ୍ୱର: ଆମ ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟ ନିଶ୍ଚୟ ଜିତିବେ କହିଲେ ବାବୁ ସିଂ । ଆମକୁ ଗୁରୁଜ୍ଞାନ ଦେଉଛନ୍ତି କଣ, ସେମାନେ ସେମାନଙ୍କ କଥା ଚିନ୍ତା କରନ୍ତୁ । ବୈଷ୍ଣବ ପରିଡାଙ୍କୁ ଛିଡା କରି ସଂଖ୍ୟା ନଥାଇ ସେମାନେ କେମିତି ଜିତିଲେ । ତେଣୁ ଅରୁଣ ଆମକୁ ଜ୍ଞାନ ନ ଦେଇ ନିଜେ ଚିନ୍ତା କରନ୍ତୁ କହିଛନ୍ତି ବାବୁ ସିଂ । ଭକ୍ତଙ୍କୁ ଏବେ ନବୀନ ଭୂତ ଲାଗିଛି, ୧୬ ତାରିଖ ପରେ ସେ ଭୂତ ଛାଡିଯିବ । ସୂଚନାଥାଉକି, ରାଜ୍ୟସଭା ନିର୍ବାଚନ ପାଇଁ ଜୋରଦାର ହେଉଛି ଅଙ୍କକଷା । ଏପଟେ ବିଜେଡିତ୍ତଦତ୍ତେଶ୍ୱର ହୋତାଙ୍କୁ କମନ କ୍ୟାଣ୍ଡିଡେଟ ଭାବେ ଛିଡା କରିଥିବା ବେଳେ କଂଗ୍ରେସ ଏହାକୁ ସମର୍ଥନ କରିବ ବୋଲି ଭକ୍ତଦାସ ସ୍ପଷ୍ଟ କରିଛନ୍ତି । ନାମାଙ୍କନ କକ୍ଷରେ ମଧ୍ୟ ନବୀନ ଭକ୍ତ ଏକାଠି ବସିଥିବାର ଦେଖାଯାଇଥିଲା ।









