25.1 C
Bhubaneswar
Monday, January 12, 2026
Homeଦେଶ ବିଦେଶବିହାରରେ ଭୋଟର ତାଲିକାର ସଂଶୋଧନ

ବିହାରରେ ଭୋଟର ତାଲିକାର ସଂଶୋଧନ

ନୂଆଦିଲ୍ଲୀ: ବିହାରରେ ଭୋଟର ତାଲିକାର ବିଶେଷ ସଘନ ସଂଶୋଧନ (SIR) ସଫଳତାର ସହ ସମାପ୍ତ ହୋଇଛି | ଏହି ପ୍ରକ୍ରିୟାର ସଫଳତା ପାଇଁ ନିର୍ବାଚନ ଆୟୋଗ ବିହାରର ସମସ୍ତ ଭୋଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି | ଆଜି ପ୍ରକାଶିତ ଚୂଡ଼ାନ୍ତ ଭୋଟର ତାଲିକାରେ ପ୍ରାୟ ୭.୪୨ କୋଟି ଭୋଟରଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି | ବିହାରରେ ଭୋଟର ତାଲିକାର ବିଶେଷ ସଘନ ସଂଶୋଧନ (SIR) ସଫଳତାର ସହ ସମାପ୍ତ ହୋଇଥିବା ଯୋଗୁଁ ଭାରତ ନିର୍ବାଚନ ଆୟୋଗ (ECI) ବିହାରର ଜନସାଧାରଣ, ନିର୍ବାଚନ ଅଧିକାରୀ, ରାଜନୈତିକ ଦଳ ଏବଂ ଅନ୍ୟାନ୍ୟ ପ୍ରମୁଖ ଅଂଶୀଦାରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

୧.ଚୂଡ଼ାନ୍ତ ଭୋଟର ତାଲିକାର ମୁଦ୍ରିତ ଏବଂ ଡିଜିଟାଲ କପି ରାଜନୈତିକ ଦଳଗୁଡ଼ିକଙ୍କୁ ଉପଲବ୍ଧ କରାଯାଉଛି। ଯେକୌଣସି ଭୋଟର ଏହାକୁ https://voters.eci.gov.in ଅନଲାଇନ ଲିଙ୍କ ମାଧ୍ୟମରେ ଯାଞ୍ଚ କରିପାରିବେ।

୨. ବିହାରର ମୁଖ୍ୟ ନିର୍ବାଚନ ଅଧିକାରୀ (CEO), ସମସ୍ତ ୩୮ ଜିଲ୍ଲାର ଜିଲ୍ଲା ନିର୍ବାଚନ ଅଧିକାରୀ (DEO), ୨୪୩ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO), ୨,୯୭୬ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (AERO), ପ୍ରାୟ ୧ ଲକ୍ଷ ବୁଥ୍ ସ୍ତରୀୟ ଅଧିକାରୀ (BLO), ଲକ୍ଷ ଲକ୍ଷ ସ୍ୱେଚ୍ଛାସେବକ ଏବଂ ୧୨ ପ୍ରମୁଖ ରାଜନୈତିକ ଦଳର ଅଂଶଗ୍ରହଣ, ସେମାନଙ୍କ ଜିଲ୍ଲା ସଭାପତି ଏବଂ ସେମାନଙ୍କ ଦ୍ୱାରା ନିଯୁକ୍ତ ୧.୬ ଲକ୍ଷରୁ ଅଧିକ ବୁଥ୍ ସ୍ତରୀୟ ଏଜେଣ୍ଟ (BLA)ଙ୍କ ନିରନ୍ତର ଓ ନିଷ୍ଠାପର ପ୍ରୟାସ ଯୋଗୁଁ ଏପରି ଏକ ବିଶାଳ କାର୍ଯ୍ୟ ସଫଳତର ସହ ସମାପନ ହୋଇପାରିଛି ।

୩. ପ୍ରକ୍ରିୟା ଚାଲୁଥିବା ସମୟରେ ନିୟମିତ ଭାବରେ ସଚେତନତା ଏବଂ ବିଭିନ୍ନ ତଥ୍ୟ ଓ ମତାମତ ପ୍ରଚାର ଓ ପ୍ରସାର କରିଥିବା ହେତୁ ଆୟୋଗ ମୁଦ୍ରିତ, ବୈଦୁତିକ ଏବଂ ସାମାଜିକ ଗଣମାଧ୍ୟମକୁ ମଧ୍ୟ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।

୪. SIR ପ୍ରକ୍ରିୟା ବୁଝାଇବା ଏବଂ ସେମାନଙ୍କ ସୁଚିନ୍ତିତ ପ୍ରତିକ୍ରିୟା ତର୍ଜମା କରିବା ପାଇଁ ରାଜନୈତିକ ଦଳଗୁଡ଼ିକ ସହିତ ନିୟମିତ ବୈଠକ ଅନୁଷ୍ଠିତ ହୋଇଥିଲା । ୨୦ ଜୁଲାଇ ୨୦୨୫ ସୁଦ୍ଧା, ଯୋଗ୍ୟ ଭୋଟରମାନଙ୍କୁ ଚିହ୍ନଟ କରିବା ଉଦ୍ଦେଶ୍ୟରେ, CEO/DEO/ERO/BLO ମାନେ ମୃତ ଭୋଟରଙ୍କ ତାଲିକା ରାଜନୈତିକ ଦଳଙ୍କ ଉଦ୍ଦେଶ୍ୟରେ ବୁଥ୍-ସ୍ତରୀୟ ତାଲିକାକୁ ଉପଲବ୍ଧ କରିଥିଲେ, ଯାହାଙ୍କ ପରିଗଣନା ଫର୍ମ ଗ୍ରହଣ କରାଯାଇ ନଥିଲା, ଯେଉଁମାନେ ସ୍ଥାୟୀ ଭାବରେ ସ୍ଥାନାନ୍ତରିତ ହୋଇଥିଲେ କିମ୍ବା ଯେଉଁମାନଙ୍କୁ ଖୋଜାଖୋଜି କରାଯାଇ ପାରିନଥିଲା, ତାହା ମଧ୍ୟ ଉପଲବ୍ଧ କରାଯାଇଥିଲା । ଚିଠା ଭୋଟର ତାଲିକା ସମସ୍ତ ରାଜନୈତିକ ଦଳ ସହିତ ମଧ୍ୟ ବଣ୍ଟନ କରାଯାଇଥିଲା। ଏହା ସହିତ, ଚିଠା ତାଲିକାରେ ଅନ୍ତର୍ଭୁକ୍ତ ନଥିବା ନାମଗୁଡ଼ିକର ତାଲିକା ଜନ ସାଧାରଣଙ୍କ ଅବଗତି ନିମନ୍ତେ DEO/DM (ଜିଲ୍ଲା-ଅନୁସାରେ) ଏବଂ CEO ବିହାର ୱେବସାଇଟରେ ପ୍ରଦର୍ଶିତ ହୋଇଥିଲା।

୫. ସମ୍ବିଧାନର ଧାରା ୩୨୬ ଏବଂ ନିର୍ବାଚନ ଆୟୋଗର “କୌଣସି ଯୋଗ୍ୟ ଭୋଟର ବାଦ ଦିଆଯିବ ନାହିଁ, ଏବଂ କୌଣସି ଅଯୋଗ୍ୟ ବ୍ୟକ୍ତିଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରାଯିବ ନାହିଁ” ନୀତି ଅନୁଯାୟୀ SIR ପ୍ରସ୍ତୁତ କରାଯାଇଛି।

୬. ଯଦି କୌଣସି ଯୋଗ୍ୟ ବ୍ୟକ୍ତି ଭୋଟର ତାଲିକାରେ ନିଜ ନାମ ଅନ୍ତର୍ଭୁକ୍ତ କରିବା ପାଇଁ ଆବେଦନ କରିବାକୁ ଚାହାଁନ୍ତି, ତେବେ ସେମାନେ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ପୂର୍ବରୁ ଦଶ ଦିନ ପର୍ଯ୍ୟନ୍ତ ଆବେଦନ ଦାଖଲ କରିପାରିବେ।

୭. ଯଦି କୌଣସି ବ୍ୟକ୍ତି ଚୂଡ଼ାନ୍ତ ଭୋଟର ତାଲିକାରେ ପ୍ରବେଶ ସମ୍ପର୍କରେ EROଙ୍କ ନିଷ୍ପତ୍ତିରେ ସନ୍ତୁଷ୍ଟ ନ ହୁଅନ୍ତି, ତେବେ ସେମାନେ ଲୋକପ୍ରତିନିଧିତ୍ୱ୍ୱ ଆଇନ, ୧୯୫୦ର ଧାରା ୨୪ ଅନୁଯାୟୀ, ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ ପ୍ରଥମ ଅପିଲ୍ ଏବଂ CEOଙ୍କ ନିକଟରେ ଦ୍ୱିତୀୟ ଅପିଲ୍ ଦାଖଲ କରିପାରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking