30.1 C
Bhubaneswar
Saturday, March 14, 2026
Homeଓଡିଶାବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ

ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୂବନେଶ୍ୱର: ଏସଆଇଆରକୁ ନେଇ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ । ପ୍ରଥମେ ଏସଆଇଆର ପରେ ରାଜ୍ୟସଭାକୁ ନେଇ ହେବ ଆଲୋଚନା । ରାଜ୍ୟସଭା ଭୋଟ ନେଇ ଦିଆଯିବ ଟ୍ରେନିଂ । ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ । ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ, ବିଧାୟକ, ସାଂସଦ ଏବଂ ସମସ୍ତ ବିଧାୟକ ପ୍ରାର୍ଥୀ ମଧ୍ୟ ଉପସ୍ଥିତ । ରାଜ୍ୟ ପଦାକଧିକାରୀ ସହ ଜିଲ୍ଲା ସଭାପତି ମାନେ ଉପସ୍ଥିତ । ଏସଆଇରକୁ ନେଇ ରାଜ୍ୟ ବିଜେପି ହାତକୁ ନେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଗାଁ କୁ ଯିବେ ନେତା । ସବୁ ଜିଲ୍ଲା ଏବଂ ନିର୍ବାଚନ ମଣ୍ଡଳୀରେ ହେବ ଏସଆଇଆର କର୍ମଶାଳା । କାହିଁକି ଆବଶ୍ୟକ ହେଉଛି SIR । ଏହା ଦ୍ୱାରା କଣ ମିଳିବ ଫାଇଦା । ତାକୁ ଗ୍ରାଉଣ୍ଡ ଜିରୋରେ ଲୋକଙ୍କୁ ବୁଝେଇବା ନେତା । ଏନେଇ ଆଜି ରାଜ୍ୟ କାର୍ଯ୍ୟାଳୟରେ ଚୂଡ଼ାନ୍ତ ହେବ କାର୍ଯ୍ୟକ୍ରମ ଆଉ ରଣନୀତି । ପରେ ରାଜ୍ୟସଭା ନେଇ ସମସ୍ତ ବିଧାୟକ ମାନଙ୍କ ସହ ବୈଠକରେ ଆଲୋଚନା । ଭୋଟିଙ୍ଗ ନେଇ ଦିଆଯିବ ଟ୍ରେନିଂ । ଟ୍ରେନିଂ ପରେ ବସରେ ପାରାଦ୍ୱୀପ ଯିବେ ବିଜେପି ବିଧାୟକ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking