26.1 C
Bhubaneswar
Wednesday, December 17, 2025
Homeଓଡିଶାବିଜେଡ଼ି ଛାଡ଼ି କଂଗ୍ରେସକୁ ଫେରିଲେ ପ୍ରଦୀପ

ବିଜେଡ଼ି ଛାଡ଼ି କଂଗ୍ରେସକୁ ଫେରିଲେ ପ୍ରଦୀପ

ଭୁବନେଶ୍ୱର: କେନ୍ଦ୍ରାପଡ଼ାର ସାଂସଦ ପ୍ରାର୍ଥୀ ସିର୍ଦ୍ଧାଥ ସ୍ୱରୂପ ଦାଶ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ସଂଯୋଜକ ପ୍ରଫୁଲ୍ଲ ଦାସଙ୍କ ଉପସ୍ଥିତିରେ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି । ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ୱକୁ ଆସ୍ତାପ୍ରକଟ କରି ଏବଂ ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜ୍ଜୁନ ଖଡ଼େଗଙ୍କ ନୀତି ଓ ଆଦର୍ଶକୁ ପାଥେୟ କରି କେନ୍ଦ୍ରାପଡ଼ାର ବିଜେଡ଼ି ନେତା ପ୍ରଦୀପ ପ୍ରଧାନ ତାଙ୍କର ବହୁ ସମର୍ଥକମାନଙ୍କ ସହିତ କଂଗ୍ରେସ ଦଳରେ ଆନୁଷ୍ଠାନିକ ଭାବେ ଯୋଗଦେଇଛନ୍ତି । ଏହି ଅବସରରେ ପିସିସି ସଭାପତି ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଯୁବନେତା ପ୍ରଦୀପ ପ୍ରଧାନ ତାଙ୍କ ସମର୍ଥକ ଜିଲ୍ଲା ସମ୍ପାଦକ ସତ୍ୟରଞ୍ଜନ ପାଢ଼ୀ, ପୂର୍ବତନ କାଉନସିଲର କିଶୋର ସାହୁ, ରଣଜିତ ସାହୁ, ପୂର୍ବତନ ନଗର ସଭାପତି ରଙ୍ଗାଧର ମଲ୍ଲିକ, ପୂର୍ବତନ ଛାତ୍ର ସଭାପତି ଆଶିଷ ଲେଙ୍କା, ସୂର୍ଯ୍ୟକନ୍ତ ମଲ୍ଲିକ, ସଂଗ୍ରାମ ମଳିକ, ବିନୋଦ ମଳିକ, ପ୍ରକାଶ ମଳିକ, ବିକାଶ ସାହୁ, ବାପି ସାହୁ, ତୁଷାର ତ୍ରିପାଠୀଙ୍କୁ କଂଗ୍ରେସ ଦଳକୁ ସ୍ୱାଗତ କରି ସେମାନଙ୍କ ଯୋଗଦାନ ଆଗକୁ କେନ୍ଦ୍ରାପଡ଼ାରେ ଓ ରାଜ୍ୟରେ କଂଗ୍ରେସ ସଂଗଠନ ସୁଦୃଢ଼ ହେବ ବୋଲି କହିଥିଲେ । ଉଲ୍ଲେଖ୍ଯୋଗ୍ୟ ଶ୍ରୀଯୁକ୍ତ ପ୍ରଧାନ କଂଗ୍ରେସ ଦଳରେ ପୂର୍ବତନ ପିସିସି ସଭ୍ୟ ଭାବେ କାର୍ଯ୍ୟକରିଥିଲେ । ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ, ଉପସଭାପତି ରାଜେଶ ରାଉତ, ପ୍ରଶାନ୍ତ ରାଉତ, ଆଶିଷ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking