29.1 C
Bhubaneswar
Tuesday, March 17, 2026
Homeଓଡିଶାବାରୁଣି ସ୍ନାନ ଅବସରରେ ବୈତରଣୀ କୂଳରେ ଭକ୍ତଙ୍କ ସମାଗମ

ବାରୁଣି ସ୍ନାନ ଅବସରରେ ବୈତରଣୀ କୂଳରେ ଭକ୍ତଙ୍କ ସମାଗମ

ଯାଜପୁର: ବାରୁଣି ସ୍ନାନ ଅବସରରେ ଶ୍ରଦ୍ଧାଳୁଙ୍କ ବୁଡ଼ । ବାରୁଣୀ ସ୍ନାନ ଅବସରରେ ଯାଜପୁରରେ ବୈତରଣୀ ନଦୀର ଦଶାଶ୍ବମେଧ ଘାଟରେ ଶହ ଶହ ଶ୍ରଦ୍ଧାଳୁ ବୁଡ଼ ପକାଉଛନ୍ତି । ବଡ଼ି ଭୋରରୁ ବୁଡ଼ ପକାଇ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରୁଛନ୍ତି ଶ୍ରଦ୍ଧାଳୁମାନେ । ଯାହାକି ବାରୁଣୀ ଅବସରରେ ଏହି ତୀର୍ଥ ସ୍ଥାନରେ ସ୍ନାନ କଲେ ସବୁ ପାପ କ୍ଷୟ ହୁଏ ବୋଲି ବିଶ୍ୱାସ ରହିଛି । ବିଭିନ୍ନ ନଦୀ କୂଳରେ ବାରୁଣୀ ବୁଡ ପକାଇବା ସହ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଲେ ଅଶେଷ ପୁଣ୍ୟ ମିଳିବାର ରହିଛି ବିଶ୍ୱାସ । ଜିଲ୍ଲା ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଛି ବୈତରଣୀ ନଦୀ କୂଳରେ । ଲୋକଙ୍କ ବିଶ୍ୱାସ ରହିଛି ଗଙ୍ଗାଠୁ ବୈତରଣୀ ୧୨ ବର୍ଷ ବଡ଼ । ତେଣୁ ଗଙ୍ଗା ନଦୀ ଭଳି ଓଡ଼ିଶାରେ ବୈତରଣୀ ହିଁ ବାରୁଣୀ ସ୍ନାନ ପାଇଁ ସର୍ବଶ୍ରେଷ୍ଠ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking