31.1 C
Bhubaneswar
Wednesday, March 18, 2026
Homeଓଡିଶାପ୍ରତିଶୋଧ ନେଇଛି : ରମେଶ

ପ୍ରତିଶୋଧ ନେଇଛି : ରମେଶ

ଭୁବନେଶ୍ୱର: କ୍ରସ ଭୋଟିଂ ନେଇ ବର୍ଷିଲେ କଂଗ୍ରେସ ବିଧାୟକ ରମେଶ ଜେନା । ୨୪ ବର୍ଷ ଧରି ବିଜେଡି ହଇରାଣ କରିଥିଲା, ପ୍ରତିଶୋଧ ନେଇଛି । ମୋ ପ୍ରତି, ପରିବାର ପ୍ରତି ନିର୍ବାଚନ ମଣ୍ଡଳୀ ପ୍ରତି ଅନ୍ୟାୟ କରିଥିଲେ । ସୁଯୋଗକୁ ଅପେକ୍ଷା କରିଥିଲି , ପ୍ରତିଶୋଧ ନେଲି ।ବିଜେଡି ଯେଉଁ ହଇରାଣ କରିଛି, ଯିଏ ପ୍ରକୃତ କଂଗ୍ରେସ ଲୋକ , ଭୁଲିପାରବନି । ମୋ ବିବେକ କହିଲା ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେବିନି । ମୋ ବିରୋଧରେ ଓ ମୋ ୮୫ ବର୍ଶର ବାପା ନାଁରେ ବି ମାମଲା କଲେ । ମୋ ମାଆ ବାପଙ୍କ ସ୍ୱାଭିମାନ ଓ ସମ୍ମାନ ପାଇଁ ଭୋଟ ଦେଲିନି । ଆହୁରି କହିଛନ୍ତି, ବାପା ଏଜେଣ୍ଟ ରହିବେ, ପୁଅ ଭୋଟ ଦେବ କହି ଟାର୍ଗେଟ କଲେ । ପୁଅ କାହାକୁ ଭୋଟ ଦେଲା, ବାପା କଣ ସତ କହିବେ କି ପଚାରିଲେ ରମେଶ । ଯେତେବେଳେ ପୁଅ ଭୋଟ ଦେବାର ଅଛି , ବାପା ଏଜେଣ୍ଟ ରହିବା କଥା କି । ସୂଚନା ଥାଉକି, ରାଜ୍ୟସଭା ନିର୍ବାଚନରେ ରମେଶ ଜେନା କ୍ରସ ଭୋଟିଂ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking