13.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶବାଂଲାଦେଶରେ ହିନ୍ଦୁ ମହିଳାଙ୍କ ମୁହଁ ବାନ୍ଧି ଦୁଷ୍କର୍ମ

ବାଂଲାଦେଶରେ ହିନ୍ଦୁ ମହିଳାଙ୍କ ମୁହଁ ବାନ୍ଧି ଦୁଷ୍କର୍ମ

ନୂଆଦିଲ୍ଲୀ: ବାଂଲାଦେଶରେ ଶେଖ ହସିନାଙ୍କ ଇସ୍ତଫା ପରେ ହିନ୍ଦୁମାନଙ୍କ ଘରେ ଚୋରି, ଭଙ୍ଗାରୁଜା ଏବଂ ହିନ୍ଦୁ ମହିଳାଙ୍କ ସହ ଦୁଷ୍କର୍ମର ଅନେକ ଘଟଣା ସାମ୍ନାକୁ ଆସିଛି । ବାଂଲାଦେଶରେ ହିନ୍ଦୁମାନଙ୍କୁ ହତ୍ୟା ଏବଂ ମନ୍ଦିରରେ ଭଙ୍ଗାରୁଜା ବହୁ ପରିମାଣରେ ଘଟୁଛି । ବାଂଲାଦେଶର ଅନେକ ହିନ୍ଦୁ ମହିଳାମାନେ ଇସଲାମୀୟ ବିକ୍ଷୋଭକାରୀଙ୍କ ଦ୍ୱାରା ହୋଇଥିବା ଅତ୍ୟାଚାରର କାହାଣୀ କହିବାକୁ ଆଗକୁ ଆସିଛନ୍ତି । ଗୁରୁବାର ଦିନ ଏକ ଭିଡିଓ ଜାରି କରାଯାଇଛି । ଏହି ଭିଡିଓରେ ବାଂଲାଦେଶର ପିରୋଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରହୁଥିବା ଅନେକ ହିନ୍ଦୁ ମହିଳାମାନଙ୍କର ଅଟେ । ଏହି ବିକ୍ଷୋଭକାରୀଙ୍କ ଦ୍ୱାରା ସିକାର ହୋଇଥିବା ମହିଳାମାନେ କହିଛନ୍ତି ଯେ, ସେମାନେ ଖଣ୍ଡା ଏବଂ ଧାରୁଆ ଅସ୍ତ୍ର ସହ ଆସିଥିଲେ । ସେ ସବୁ କିଛି ଚୋରି କରିନେଲେ । ନିଜ ଝିଅମାନଙ୍କୁ ବଞ୍ଚାଇବା ପାଇଁ ସେମାନେ ସବୁକିଛି ଦେଇଦେଲେ ।

ଅନ୍ୟ ଜଣେ ହିନ୍ଦୁ ମହିଳା କାନ୍ଦି କାନ୍ଦି କହିଛନ୍ତି ଯେ, ରାତିରେ ଲୋକେ ଆସିଲେ । ସେମାନେ ଆମ ଘରେ ଭଙ୍ଗାରୁଜା କଲେ ଏବଂ ସବୁ କିଛି ଚୋରି କରିନେଲେ । ଆମେ ଏହି ସମୟରେ ଲୁଚିଯାଇଥିଲୁ । ସେମାନେ ଆମ ଭାଉଜଙ୍କୁ ଏକ ରୁମକୁ ନେଇଯାଇଥିଲେ ଏବଂ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଏହାପରେ ଆମେ ଦେଖିବାକୁ ପାଇଥିଲୁ ଯେ, ଆମ ଭାଉଜଙ୍କ ମୁହଁରେ କପଡା ବନ୍ଧା ଯାଇଛି । ସେ ତାଙ୍କର ଗଳା କାଟିବାକୁ ଚାହୁଁଥିଲେ । ତାଙ୍କୁ ବଞ୍ଚାଇବା ପାଇଁ ଆମେ ସେମାନଙ୍କୁ ସବୁ ସୁନା ଗହଣା ଦେଇଥିଲୁ । ପୀଡିତ ମହିଳା କହିଛନ୍ତି ଯେ, ତାଙ୍କୁ ଚେତାବନୀ ଦିଆଯାଇଥିଲା ଯେ, ବିକ୍ଷୋଭକାରୀଙ୍କ ୫୦ ଜଣ ଲୋକେ ତାଙ୍କ ଘର ଘେରିଛନ୍ତି, ଏବଂ ସେମାନଙ୍କ ପାଖେ ଖସି ପଳାୟନ କରିବାର କୌଣସି ରାସ୍ତା ନାହିଁ । ଏହାପରେ ସେ ମୋ ସହ ସବୁ କରିଥିଲେ ଏବଂ ପରେ ସବୁ କିଛି ନେଇଯାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking