13.1 C
Bhubaneswar
Monday, December 15, 2025
Homeଦେଶ ବିଦେଶବନ୍ଦ ହେଲା ପତଞ୍ଜଳିର ଏହି ୧୪ଟି ସାମଗ୍ରୀ.. ଜାଣନ୍ତୁ କ’ଣ କ’ଣ....

ବନ୍ଦ ହେଲା ପତଞ୍ଜଳିର ଏହି ୧୪ଟି ସାମଗ୍ରୀ.. ଜାଣନ୍ତୁ କ’ଣ କ’ଣ….

ନୂଆଦିଲ୍ଲୀ: ବନ୍ଦ ହେଲା ପତଞ୍ଜଳିର ୧୪ ଟି ସାମଗ୍ରୀ । ଲାଇସେନ୍ସ ସସପେଣ୍‌ତ ହେବା ପରେ ପତଞ୍ଜଳି ନିଜର ୧୪ଟି ସାମଗ୍ରୀକୁ ବନ୍ଦ କରିଛି । ୫୬୦୬ ଫ୍ରାଞ୍ଜାଇଜ୍ ଷ୍ଟୋର୍‌କୁ ଏହି ସାମଗ୍ରୀ ପ୍ରତ୍ୟାହାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯୋଗଗୁରୁ ରାମଦେବ ବାବାଙ୍କ ପତଞ୍ଜଳି ଆୟୁର୍ବେଦ ପ୍ରାଇଭେଟ ଲିମିଟେଡର ୧୪ ସାମଗ୍ରୀର ଉତ୍ପାଦନ ଉପରେ କମ୍ପାନୀ ପକ୍ଷରୁ ରୋକ୍ ଲଗାଯାଇଛି ।

ମୋଟ ୧୪ ସାମଗ୍ରୀ ଉପରେ ଗଣମାଧ୍ୟମର ବିଜ୍ଞାପନ ହଚାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ମୁତାବକ ସୁପ୍ରିମକୋର୍ଟରେ ପତଞ୍ଜଳି ବିଜ୍ଞାପନକୁ ନେଇ ମାମଲା ଚାଲିଥିବା ବେଳେ କମ୍ପାନୀର ଏକାଧିକ ପ୍ରଡକ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ଉତ୍ତରାଖଣ୍ଡ । ରାଜ୍ୟ ସରକାର ୧୪ଟି ପତଞ୍ଜଳି ପ୍ରଡକ୍ଟ ଲାଇସେନ୍ସ ରଦ୍ଦ କରିଛନ୍ତି । ଦିବ୍ୟ ଫାର୍ମାସି ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡ ଅଧିନରେ ଥିବା ୧୪ଟି ପ୍ରଡକ୍ଟ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛି ଉତ୍ତରାଖଣ୍ଡ ସରକାର । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ମଧ୍ୟ ଦାଖଲ କରାଯାଇଛି ।

ଏହି ସତ୍ୟପାଠରେ ଉତ୍ତରାଖଣ୍ଡ ସରକାର କହିଥିଲେ ଯେ, ରାଜ୍ୟ ଲାଇସେନ୍ସ ପ୍ରାଧିକରଣ କର୍ତ୍ତୃପକ୍ଷ ପତଞ୍ଜଳିର ୧୪ଟି ଉତ୍ପାଦର ଲାଇସେନ୍ସ ରଦ୍ଦ କରିଛନ୍ତି । ଏଥିସହ ଏକ ବିଜ୍ଞପ୍ତି ଜାରି କରାଯାଇ ପତଞ୍ଜଳିକୁ ବେଆଇନ ବିଜ୍ଞାପନ ପ୍ରକାଶନ କାରଣରୁ ଜରିମାନା, କାରାଦଣ୍ଡ କିମ୍ବା ଉଭୟ ସମେତ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦିଆଯାଇଛି । ଲାଇସେନ୍ସ ରଦ୍ଦ ହେବା ପରେ ‘ସ୍ୱସରୀ ଗୋଲ୍ଡ’, ‘ସ୍ୱସରୀ ବଟୀ, ‘ବ୍ରୋଙ୍କମ୍‌’, ‘ସ୍ୱସରୀ ପ୍ରବାହୀ’, ‘ସ୍ୱସରୀ ଅବଲେହ’, ‘ମୁକ୍ତାବତୀ ଏକ୍ସଟ୍ରା ପାୱାର’, ‘ଲିପିଡୋମ୍‌’, ‘ବିପି ଗ୍ରୀଟ୍‌’, ‘ମଧୁଗ୍ରୀଟ୍‌’, ‘ମଧୁନାଶିନୀବଟୀ ଏକ୍ସଟ୍ରା ପାୱାର’, ‘ଲିବମୃତ ଆଡଭାନ୍ସ’, ଲିବୋଗ୍ରୀଟ ଗୋଲ୍ଡ ଏବଂ ପତଞ୍ଜଳି ଦୃଷ୍ଟି ଆଇ ଡ୍ରପ୍ ଔଷଧ ଉପରେ ରୋକ୍ ଲଗାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking