23.1 C
Bhubaneswar
Monday, February 2, 2026
Homeଦେଶ ବିଦେଶଫର୍ଣ୍ଣିଚର କାରଖାନାରେ ଲାଗିଲା ନିଆଁ

ଫର୍ଣ୍ଣିଚର କାରଖାନାରେ ଲାଗିଲା ନିଆଁ

ଗୁଜୁରାଟ: ଗୁଜୁରାଟର କଚ୍ଛରେ ହାଇୱେ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟରେ ଥିବା ଏକ ଫର୍ଣ୍ଣିଚର କମ୍ପାନୀରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହାପରେ ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ଅଂଚଳକୁ ଖାଲି କରାଯାଇଛି । ସୂଚନା ଅନୁସାରେ ଗାନ୍ଧୀଧାମ ଭାଚାଉ ରାଜପଥର ଏକ ଭାରତ ପେଟ୍ରୋଲିୟମ ପେଟ୍ରୋଲ ପମ୍ପ ନିକଟରେ ଥିବା ଏକ କାଠ ଫର୍ଣ୍ଣିଚର କାରଖାନାରେ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଏହି ଫର୍ଣ୍ଣିଚର କମ୍ପାନୀରେ ବିପୁଳ ପରିମାଣରେ କାଠ ସାମଗ୍ରୀ  ଥିବାରୁ ଅଗ୍ନିଶମ କର୍ମଚାରୀମାନଙ୍କୁ ନିଆଁ ଲିଭାଇବାରେ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଛି। ଖବରପାଇ ଗାନ୍ଧୀଧାମ ପୌରପାଳିକା ସମେତ ଅଗ୍ନିଶମ ବାହିନୀ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ପେଟ୍ରୋଲ ପମ୍ପର କର୍ମଚାରୀମାନଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking