ବ୍ୟୁରୋ : ବାତ୍ୟା ଦାନା ପ୍ରଭାବରେ ସାତଭାୟାରେ ଜଳ ପ୍ରଳୟ ସୃା୍ଟି ହୋଇଛି । ଗାଁର ଅଧିକାଂଶ ଲୋକଙ୍କ ଘରେ ପାଣି ପଶିଛି । ରାସ୍ତାରେ ବର୍ଷା ପାଣି ଲହଡି ଭାଙ୍ଗୁଛି । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ବଗପଟିଆରେ ପହଂଚି ବିପନ୍ନଙ୍କ ସହ ଆଲୋଚନା କରିଛନ୍ତି । ବାତ୍ୟା ଅଞ୍ଚଳକୁ ବୁଲି କ୍ଷୟକ୍ଷତିର ସମୀକ୍ଷା ମଧ୍ୟ କରିଛନ୍ତି ।