21.1 C
Bhubaneswar
Tuesday, December 30, 2025
Homeଓଡିଶାପ୍ରଜାବତ୍ସଳ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ପ୍ରଜାବତ୍ସଳ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ମୟୂରଭଞ୍ଜ: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ମୟୂରଭଞ୍ଜ ଜିଲ୍ଲାର ହଳଦିଆ ବନ୍ଧ ଏବେ ସୌନ୍ଦର୍ଯ୍ୟମୟ। ନବବର୍ଷ ପୂର୍ବରୁ ଆଜି ମୟୂରଭଞ୍ଜ ଜିଲ୍ଲାର ପ୍ରଜାବତ୍ସଳ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସହ ହଳଦିଆ ବନ୍ଧର ରୂପାନ୍ତରଣର ଓ ସୋନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମର ଶୁଭ ଉଦଘାଟନ ହୋଇଯାଇଛି। ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରୀ ଡ଼ା.କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ କରକମଳରେ ପର୍ଯ୍ୟଟକଙ୍କ ପାଇଁ ଖୋଲା ଯାଇଛି। ସ୍ଥାନୀୟ ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁଙ୍କ ପ୍ରଚେଷ୍ଟା ଓ ରାଜ୍ୟ ସରକାରଙ୍କ ଟୁରିଜିମ ବିଭାଗ ପକ୍ଷରୁ ଏହି ବନ୍ଧର ବିକାଶ ହୋଇଥିବା ମନ୍ତ୍ରୀ ମତ ଦେଇଛନ୍ତି। ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ ସହ ବୁଲିବାକୁ ଆସି ସେଲ୍ଫି ପଏଣ୍ଟରେ ଫୋଟ ଉଠାଇବା ଓ ବୋଟିଙ୍ଗର ମଜା ନେଇପାରିବେ ପର୍ଯ୍ୟଟକ। ସ୍ଥାନୀୟ ଅଞ୍ଚଳର ଆର୍ଥିକ ସ୍ଥିତି ସୃଦୁଢ ହେବା ସହ ଅନେକ ବେକାର ଯୁବକ ନିୟୋଜିତ ହେବେ। ମନ୍ତ୍ରୀ ଓ ସ୍ଥାନୀୟ ବିଧାୟିକା ସହ ଶୁଭ ଉଦଘାଟନ ଉତ୍ସବରେ ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ମହାରାଣୀ ରଶ୍ମି ରାଜଲଷ୍ମୀ ଭଞ୍ଜଦେଓ, ବିଜେପି ରାଷ୍ଟ୍ରୀୟ ସଦସ୍ୟସୁଗଦା ମୁର୍ମୁ, ସାଂସଦ ନବ ଚରଣ ମାଝୀ ଓ ସାରସକଣା ବିଧାୟକ ଭାଦବ ହାଁସଦାଙ୍କ ସମେତ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ସମସ୍ତେ ଆସି ଏହି ପ୍ରାକୃତିକ ହଳଦିଆ ବନ୍ଧର ମଜା ନେବାକୁ ଅନୁରୋଧ କରିଛନ୍ତି ସ୍ଥାନୀୟ ବିଧାୟିକା ସଞ୍ଜଳି ମୁର୍ମୁ। ଏହା ସହ ବାଙ୍ଗିରିପୋଷି ଅଞ୍ଚଳରେ ଥିବା ଅନ୍ୟ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକର ଉନ୍ନତୀକରଣ ଦିଗରେ ଅଗ୍ରସର ହେବେ ବୋଲି ସ୍ଥାନୀୟ ବିଧାୟିକା ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking