30.1 C
Bhubaneswar
Wednesday, April 23, 2025
Homeଓଡିଶାପୂର୍ବତନ ବିଧାୟକ ପ୍ରଫୁଲ୍ଲ ଭଞ୍ଜଙ୍କ ପରଲୋକ

ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଭଞ୍ଜଙ୍କ ପରଲୋକ

ଢେଙ୍କାନାଳ: ରାଜ୍ୟ କଂଗ୍ରେସର ବରିଷ୍ଠନେତା ତଥା ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆର ପୂର୍ବତନ ବିଧାୟକ, ତଥା ଅତ୍ୟାଧୁନିକ ଢେଙ୍କାନାଳ ପୌରାଞ୍ଚଳର ନିର୍ମାତା ପ୍ରଫୁଲ୍ଲ ଭଞ୍ଜ(୮୬) ଆଉନାହାନ୍ତି। ଗତକାଲି ବିଳମ୍ବିତ ରାତିରେ ଢେଙ୍କାନାଳ ମୀନାବଜାରସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ଘଟିଛି। ସ୍ୱର୍ଗତ ଭଞ୍ଜ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଆଜି ସକାଳେ ଢେଙ୍କାନାଳ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ôଚ ଶେଷଦର୍ଶନ କରିଥିଲେ। ପୂର୍ବତନ ମନ୍ତ୍ରୀ ନବୀନ ଦାସ, ପୂର୍ବତନ ବିଧାୟକ ସରୋଜ ସାମଲ, ଜିଲ୍ଲା କଂଗ୍ରେସର ସଭାପତି ସୁନୀଲ ଦାସ, ସମାଜସେବୀ ରାମଚନ୍ଦ୍ର ପାତ୍ର, ସ୍ଥାନୀୟ କାଉନ୍‌ସିଲର୍ ନିରୋଦ କୁମାର ସାହୁ, ପୂର୍ବତନ କଂଗ୍ରେସ ଜିଲ୍ଲା ସଭାପତି ସମରେନ୍ଦ୍ର ନନ୍ଦ, ପ୍ରେମଶଙ୍କର ମିଶ୍ର, ଜିଲ୍ଲା ଓକିଲ ସଂଘ ସଭାପତି ଗୋପାଳ ଚନ୍ଦ୍ର ପାତ୍ର, ଜିଲ୍ଲା ଓକିଲ ସଂଘ ଉପସଭାପତି ଟଙ୍କଧର ବେହେରା, ଜିଲ୍ଲା ଓକିଲ ସଂଘ ପୂର୍ବତନ ସଭାପତି ଶିବସାୟୀ ମହାପାତ୍ର, ଦେବାଶିଷ ମିଶ୍ର, ବୁବୁଲି ଧଳ, ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ସ୍ମିତାରାଣୀ ସାମଲ, ରବିନାରାୟଣ ମହାନ୍ତି ପ୍ରମୁଖ ଶେଷଦର୍ଶନ କରିବା ସହିତ ପାର୍ôଥକ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ପରେ ମରଶରୀରକୁ ଏକ ପଟୁଆରରେ ଗାନ୍ଧୀ ମନ୍ଦିର, ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଓ ପରେ ଢେଙ୍କାନାଳ ପୌର କାର୍ଯ୍ୟାଳୟ, ଜିଲ୍ଲା କ୍ରୀଡ଼ା ସଂଘ ପରିସରକୁ ନିଆଯାଇ ସେଠାରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ପରେ ସହର ପରିକ୍ରମା କରାଯାଇ ସୁଆଗିସ୍ଥିତ ଶ୍ମଶାନଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ସୂଚନା ଥାଉକି ସ୍ୱର୍ଗତ ପ୍ରଫୁଲ୍ଲ ଭଞ୍ଜ ଜଣେ କଂଗ୍ରେସର ଜଣେ ଦୃଢ଼ ସଙ୍ଗଠକ ଓ ବରିଷ୍ଠ କଂଗ୍ରେସ ନେତା ଥିଲେ। ସେ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର ଆଗଧାଡ଼ିର ନେତା, ସିଧାସଳଖ ନିର୍ବାଚନରେ ଢେଙ୍କାନାଳ ପୌରସଂସ୍ଥାର ନଗରପାଳ ଭାବେ ବିଜୟୀ ହୋଇଥିବା ବେଳେ, ୧୯୮୫ରୁ ୧୯୯୦ କଂଗ୍ରେସ ଦଳରୁ ଗଁନ୍ଦିଆ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ, ଓଡ଼ିଶା ରାଜ୍ୟ ଓବିସିସିର ଅଧ୍ୟକ୍ଷ ଆଦି ବିଭିନ୍ନ ପଦପଦବୀରେ ରହି କଂଗ୍ରେସ ଦଳର ଜଣେ ଅଦ୍ୱିତୀୟ ସଙ୍ଗଠକ ଭାବେ ସୁପରିଚିତ ଥିଲେ। ଢେଙ୍କାନାଳ ଜିଲ୍ଲା କ୍ରୀଡ଼ା ସଂଘର ପ୍ରତିଷ୍ଠାତା, ସାନ୍ଧ୍ୟ ମହାବିଦ୍ୟାଳୟର ପ୍ରତିଷ୍ଠାତା ଓ ବିଭିନ୍ନ ଲୋକହିତକର କାର୍ଯ୍ୟ ପାଇଁ ସେ ଚିରସ୍ମରଣୀୟ ହୋଇରହିବେ। ତାଙ୍କ ବିୟୋଗରେ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭକରି ବିଭିନ୍ନ ମହଲରୁ ଶୋକର ଛାୟା ଖେଳିଯାଇଛି। ସୁଆଗୀ ଶ୍ମଶାନଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ବେଳେ ପୁତ୍ର ପ୍ରଶାନ୍ତ ଭଞ୍ଜ ମୁଖାଗ୍ନି ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking