28.1 C
Bhubaneswar
Thursday, February 5, 2026
Homeଓଡିଶାପୁଣି ଖସିଲା ସୁନା, ରୂପାର ଦର

ପୁଣି ଖସିଲା ସୁନା, ରୂପାର ଦର

ଭୁବନେଶ୍ୱର: ପୁଣି ଖସିଲା ସୁନା, ରୂପାର ଦର । ୨୪ କ୍ୟାରେଟ ସୁନା ଦର ୫ ହଜାର ୨୦ ଟଙ୍କା ହ୍ରାସ ପାଇଛି । ୧୦ ଗ୍ରାମ ପିଚା ୨୪ କ୍ୟାରେଟ ସୁନା ଦର ଏବେ ୧ ଲକ୍ଷ ୫୪ ହଜାର ୪ ଶହ ୨୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୪ ହଜାର ୬୦୦ ଟଙ୍କା କମିଛି । ୨୨ କ୍ୟାରେଟ ସୁନା ୧୦ ଗ୍ରାମର ଦର ୧ ଲକ୍ଷ ୪୧ ହଜାର ୫ ଶହ ୫୦ ଟଙ୍କାକୁ ଖସିଛି । ସେପରି ରୂପା ମଧ୍ୟ କେଜି ପିଛା ୨୦ ହଜାର କମି ହୋଇଛି ୩ ଲକ୍ଷ ଟଙ୍କା । ଗତକାଲି ଉଭୟ ୨୪ ଓ ୨୨ କ୍ୟାରେଟ ସୁନା ୬ ହଜାରରୁ ଅଧିକ ଟଙ୍କା ବଢିଥିଲା । ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନା ଦର ୬ ହଜାର ୬ଶହ ଟଙ୍କାକୁ ବୃଦ୍ଧି ପାଇ ୧ ଲକ୍ଷ ୬୦ ହଜାର ୫ ଶହ ୩୦ ଟଙ୍କାରେ ପହଞ୍ଚିଥିଲା । ୨୨ କ୍ୟାରେଟ ସୁନା ଦର ୬ ହଜାର ୫୦ ଟଙ୍କା ବଢି ୧ ଲକ୍ଷ ୪୭ ହଜାର ୧୫୦ ଟଙ୍କା ହୋଇଯାଇଥିଲା । ରୂପା କେଜି ୨୦ ହଜାର ବଢି ୩ ଲକ୍ଷ ୨୦ ହଜାର ଟଙ୍କା ହୋଇଥିଲା । କିନ୍ତୁ ଆଜି ଏଥିରେ ପରିବର୍ତ୍ତନ ହୋଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking