ଜଗତସିଂପୁର : ପାରାଦୀପ ପିପିଏଲ ମୁଖ୍ୟ ଫାଟକ ଆଗରେ ଶ୍ରମିକଙ୍କର ଧାରଣା ଦେଖିବାକୁ ମିଳିଛି । ଶ୍ରମିକମାନେ ଆନ୍ଦୋଳନ କରୁଛନ୍ତି । ସୂଚନା ଅନୁସାରେ ୧୨ ଦିନ ହେବ କମ୍ପାନୀ ପକ୍ଷରୁ ମେକାନିକାଲ ୱାର୍କସଙ୍କର ଗେଟ ପାସ ବନ୍ଦ କରାଯାଇଥିବାରୁ ଅଭିଯୋଗ କରି ଧାରଣା ଦେଇଛନ୍ତି ପାଖାପାଖି ୩୦୦ରୁ ଅଧିକ ଶ୍ରମିକ । ସେମାନଙ୍କୁ ବେଆଇନ ଭାବେ ଛଟେଇ କରାଯାଇଥିବାନେଇ ଅଭିଯୋଗ ହୋଇଛି । କାମ ବନ୍ଦ କରାଯାଇଥିବାରୁ ପରିବାର ଚଳାଇବା ସେମାନଙ୍କ ପାଇଁ କଷ୍ଟକର ହୋଇପଡିଛି । ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏକଥା ଶ୍ରମିକ କହୁଛନ୍ତି । ତୁରନ୍ତ ସେମାନଙ୍କୁ କାମ ଦେବା ପାଇଁ ସେମାନେ ଦାବି କରୁଛନ୍ତି । ଦାବି ପୂରଣ ନହେବା
ପଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ ଏହି ଚେତାବନୀ ଦେଇଛନ୍ତି ଶ୍ରମିକ । କମ୍ପାନୀ ଗେଟ ଆଗରେ ଧାରଣାରେ ବସି ଗାଡି ମୋଟର ଅଟକି ରହିଛି ।










