26.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶପାର୍ସଲ ଖୋଲୁ ଖୋଲୁ ମହିଳାଙ୍କର ଆସି ଗଲା ବାନ୍ତି; କାହିଁକି ଜାଣନ୍ତୁ..

ପାର୍ସଲ ଖୋଲୁ ଖୋଲୁ ମହିଳାଙ୍କର ଆସି ଗଲା ବାନ୍ତି; କାହିଁକି ଜାଣନ୍ତୁ..

ନୂଆଦିଲ୍ଲୀ : ଆଜିକାଲି ଅନଲାଇନ ସପିଂର ଦୁନିଆ। ଲୋକେ ଦୋକାନ ବା ମାର୍କେଟ ଯିବା ପରିବର୍ତ୍ତେ ଘରେ ବସି ଅନଲାଇନ କିଣାକିଣିରେ ଅଧିକ ଇଚ୍ଛା କରନ୍ତି। ଲୋକଙ୍କ କହିବାନୁସାରେ, ରିଭ୍ୟୁ , ଅଫର ଓ କମ୍ ମୂଲ୍ୟ କାରଣରୁ ଅନଲାଇନ୍ ସପିଂ ଏକ ବଢିଆ ବିକଳ୍ପ। ହେଲେ ୟୁକେରେ ଜଣେ ମହିଳାଙ୍କ ପାଇଁ ଆମାଜନରୁ ଅନଲାଇନ୍ ସପିଂ କରିବା ଖରାପ ସ୍ୱପ୍ନ ସାବ୍ୟସ୍ତ ହୋଇଛି।

ସେ ନିଜ ପାଇଁ ସାଇକେଲ ହେଲମେଟ ଅର୍ଡର କରିଥିଲେ, କିନ୍ତୁ ପାର୍ସଲ ଖୋଲିବା କ୍ଷଣି ଭିତରର ପଚା ଦୁର୍ଗନ୍ଧରେ ମହିଳାଙ୍କ ବାନ୍ତି ହୋଇଗଲା ଏବଂ ଭିତରର ଦୃଶ୍ୟ ଦେଖି ତାଙ୍କର ହୋସ୍ ଉଡ଼ିଗଲା। ମହିଳାଙ୍କର ନାଁ ରେଚଲ ମ୍ୟାକଏଡମ୍ । ସେ ଅର୍ଡର ଦେଇଥିବା ନିଜର ନୂଆ ହେଲମେଟ ପାଇଁ ଖୁବ୍ ଅପେକ୍ଷାରେ ଥିଲେ। ଯେବେ ପାର୍ସଲ ଆସିଲା , ସେ ଏହାକୁ ଖୋଲିଲେ। ହେଲେ ଏହା ପରେ ଯାହା ହେଲା , ସେ କିଛି ବୁଝି ପାରିଲେନି। ଭିତରୁ ଆସୁଥିବା ପଚା ଗନ୍ଧରେ ମହିଳାଙ୍କ ବାନ୍ତି ଆସିଗଲା, କିନ୍ତୁ ଏହି ଆଶ୍ଚର୍ଯ୍ୟକର ଘଟଣା ଏତିକିରେ ସରି ନଥିଲା। ସେହି ପାର୍ସଲ ଭିତରେ ହେଲ୍‌ମେଟ ହିଁ ନଥିଲା।

ବକ୍ସର ଚାରିକଡ଼େ ବ୍ରେଡର ଖଣ୍ଡ ବିଛେଇ ହୋଇ ଥିଲା। ଏହା ସହ ମୂଷାର ଲେଣ୍ଡି ବି ଥିଲା। ମହିଳା ବକ୍ସ ଭିତର ଖୋଜିବାରୁ ପାର୍ଶ୍ୱରେ ଏକ କଣା ନଜର ଆସିଲା। ଏହାକୁ ଖୋଲିବା ପରେ ଭିତରେ ମଚା ଓ ମୃତ ମୂଷା ପଡ଼ି ଥିଲା। ମହିଳାଙ୍କ କହିବାନୁସାରେ, ମୋର ବିଶ୍ୱାସ ହେଲା ନାହିଁ। ମତେ ଲାଗିଲା କି, ମୁଁ ବେହୋସ ହୋଇ ଯିବି। ଏସବୁ ଦେଖିବା ପରେ ମୁଁ କୌଣସି ବି ଜିନିଷକୁ ଛୁଇଁଲି ନାହିଁ। ପଛକୁ ହଟି ଗଲି। ମୃତ ମୂଷାକୁ ଦେଖି ଓ ପାର୍ସର ଦୁର୍ଗନ୍ଧ ସ୍ଥିତିକୁ ଦେଖି ମ୍ୟାକଏଡମ୍ ଏତେ ଅସୁସ୍ଥ ଅନୁଭବ କଲେ ଯେ , ସେହି ରାତିରେ ଆଉ କିଛି ଖାଇ ପାରିଲେ ନାହିଁ। ସେ ତୁରନ୍ତ ଘଟଣା ବିଷୟରେ ଜଣାଇବାକୁ ଆମାଜନର ଗ୍ରାହକ ସେବାକୁ କଣ୍ଟାକ୍ଟ କଲେ। ଆମାଜନ ଘଟଣା ପାଇଁ କ୍ଷମା ମାଗିଲା ଏବଂ ଏହି ଡେଲିଭରୀ କାରଣରୁ ହୋଇଥିବା ସମସ୍ୟାକୁ ସ୍ୱୀକାର କରି ପୂରା ଟଙ୍କା ଫେରସ୍ତର ପ୍ରତିଶ୍ରୁତି ଦେଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking