ନୂଆଦିଲ୍ଲୀ: ଇରାନର ରାଜଧାନୀ ତେହେରାନରେ ପାକିସ୍ତାନ ଦୂତାବାସ ନିକଟରେ ଇସ୍ରାଏଲ-ଆମେରିକାର ଆକ୍ରମଣ ପରେ, ଇସଲାମାବାଦ ଇସ୍ରାଏଲକୁ ଏହାର କୂଟନୀତିଜ୍ଞଙ୍କ ସୁରକ୍ଷା ନେଇ କଠୋର ଚେତାବନୀ ଦେଇଛି। ପାକିସ୍ତାନ କହିଛି ଯେ, ଏହାର କୂଟନୀତିଜ୍ଞଙ୍କ ପ୍ରତି ଇରାନରେ କିମ୍ବା ଅନ୍ୟ କୌଣସି ସ୍ଥାନରେ ଯେକୌଣସି ବିପଦର କଡ଼ା ଜବାବ ଦିଆଯିବ। ସରକାର ସମ୍ବନ୍ଧିତ ପାକିସ୍ତାନ ରଣନୈତିକ ଫୋରମର ଏକ ବିବୃତିରେ କହିଛି ଯେ, ଇସ୍ରାଏଲ ମନେ ରଖିବା ଉଚିତ, ପାକିସ୍ତାନ କତର ନୁହେଁ। ଯଦି ବିଶ୍ୱର ଯେକୌଣସି ସ୍ଥାନରେ ଆମର କୂଟନୀତିଜ୍ଞଙ୍କ ପ୍ରତି କୌଣସି କ୍ଷତି ହୁଏ, ତେବେ ଆମେ ସେମାନଙ୍କୁ କଡ଼ା ଜବାବ ଦେବୁ ।ଗୁରୁବାର ଇସ୍ରାଏଲ ଓ ଆମେରିକା କେନ୍ଦ୍ରୀୟ ତେହେରାନରେ ଆକାଶମାର୍ଗରୁ ଆକ୍ରମଣ କରିଥିଲେ। ତେହେରାନର ପାକିସ୍ତାନ ଦୂତାବାସ ଏବଂ ଏହାର ରାଷ୍ଟ୍ରଦୂତଙ୍କ ବାସଭବନ ନିକଟରେ ଆକ୍ରମଣ କରିଥିଲା। ପ୍ରାଥମିକ ରିପୋର୍ଟରୁ ଦୂତାବାସ ପରିସର କିମ୍ବା ପାକିସ୍ତାନ ଦୂତାବାସ କର୍ମଚାରୀ ଆହତ ହୋଇନଥିଲେ। କିନ୍ତୁ ଦୂତାବାସ ନିକଟରେ ବିସ୍ଫୋରଣ ଯୋଗୁ ଅନେକ କୋଠା ଦୋହଲି ଯାଇଥିଲା । ପଶ୍ଚିମ ଏସିଆରେ ଯୁଦ୍ଧ ଶୁକ୍ରବାର ୨୮ ଦିନରେ ପ୍ରବେଶ କରିଥିବାବେଳେ ତେହେରାନ, କସନ ଓ ଆବାଦନ ଉପରେ ଆକାଶମାର୍ଗରୁ ଆଜି ଆକ୍ରମଣ ହୋଇଛି ।










