ନୂଆଦିଲ୍ଲୀ: ୟାଦାଦ୍ରି ଭୁବନଗିରି ଜିଲ୍ଲାର ଚୌତୁପଲ ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ଡୋଟିଗୁଡେମର ଏକ ପ୍ରୟୋଗଶାଳାରେ ରେଡିଏଟର ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ହୋଇଥିଲା । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ସୂଚନା ପାଇ ଘଟଣାସ୍ଥଳରେ ଦମକଳ ବାହିନୀ , ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ୧୦ ଟି ଦମକଳ ଗାଡି ପଠାଯାଇଥିଲା । ବହୁ କଷ୍ଟରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା । ଅଧିକାରୀଙ୍କ କହିବା ଅନୁଯାୟୀ, ଏଯାଏଁ କୌଣସି ମୃତାହତର ରିପୋର୍ଟ ମିଳିନାହିଁ । ବିସ୍ପୋରଣର ସଠିକ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ୟାଦାଦ୍ରି ଭୁବନଗିରି ଜିଲ୍ଲାର ଚୌତୁପଲ ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ଡୋଟିଗୁଡେମରେ ଥିବା ବ୍ରୁନ୍ଦାବନ ଲାବୋରେଟୋରୀ ପ୍ରାଇଭେଟ ଲିମିଟେଡରେ ରେଡିଏଟର ବିସ୍ଫୋରଣ ପରେ ଏପରି ଘଟଣା ଘଟିଥିଲା । ତେବେ ନିଆଁ କିପରି ଲାଗିଲା ତାହାର କାରଣ ତଦନ୍ତ କରୁଛି ପୋଲିସ ।










