22.1 C
Bhubaneswar
Wednesday, December 10, 2025
Homeଓଡିଶାନିର୍ଭରଯୋଗ୍ୟ ଗ୍ରୀଡ୍ ପାଇଁ ସୌର ଏବଂ ପବନ ଶକ୍ତିର ମିଶ୍ରଣ ଜରୁରୀ: ଉପମୁଖ୍ୟମନ୍ତ୍ରୀ 

ନିର୍ଭରଯୋଗ୍ୟ ଗ୍ରୀଡ୍ ପାଇଁ ସୌର ଏବଂ ପବନ ଶକ୍ତିର ମିଶ୍ରଣ ଜରୁରୀ: ଉପମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର: ମାନ୍ୟବର ଉପମୁଖ୍ୟମନ୍ତ୍ରୀ, କୃଷି ଏବଂ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ନବୀକରଣୀୟ ଶକ୍ତି ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଭାରତର ପବନ ଶକ୍ତି ଉତ୍ପାଦନର ଇତିହାସ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ରହି ଆସିଛି। ଓଡ଼ିଶା ପବନ ଓ ସୌରଶକ୍ତି ଭଳି ନବୀକରଣୀୟ ଶକ୍ତି ଲକ୍ଷ୍ୟ ପଥରେ ଅଗ୍ରଗତି କରୁଛି। ଏହାର ପ୍ରାକୃତିକ ସମ୍ପଦ, ଲମ୍ବା ଉପକୂଳ ଓ ଅବ୍ୟବହୃତ ଶୂନ୍ୟ ପାହାଡ଼ ଶିଖରର ବ୍ୟବହାର କରି ପବନ ଶକ୍ତି ଉତ୍ପାଦନ କରିବା ଲକ୍ଷ୍ୟ ରଖିଛି। ନିର୍ଭରଯୋଗ୍ୟ ଗ୍ରୀଡ୍ ପାଇଁ ସୌର ଏବଂ ପବନ ଶକ୍ତିର ମିଶ୍ରଣ ଜରୁରୀ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ମତବ୍ୟକ୍ତ କରିଛନ୍ତି।

ବୈଠକରେ ଜାତୀୟ ସ୍ତରରେ ନିର୍ଦ୍ଧାରିତ ପ୍ରତିଶ୍ରୁତି (NDCs) ହାସଲ କରିବା ପାଇଁ ଅତ୍ୟାବଶ୍ୟକ ପବନ ଶକ୍ତି ଉତ୍ପାଦନ କ୍ଷମତା ବୃଦ୍ଧି କରିବା, ଉତ୍ପାଦନ ସମ୍ଭାବନା, ଚ୍ୟାଲେଞ୍ଜ ଏବଂ ସମ୍ଭାବ୍ୟ ମାର୍ଗ ବିଷୟରେ ଆଲୋଚନା କରାଯାଇଥିଲା। ୨୦୩୦ ସୁଦ୍ଧା ଅଣ-ଜୀବାଶ୍ମ ଇନ୍ଧନ-ଆଧାରିତ ଶକ୍ତି ସମ୍ପଦରୁ ୫୦% ବିଦ୍ୟୁତ ଶକ୍ତି ସ୍ଥାପିତ କ୍ଷମତା ହାସଲ କରିବା ଏବଂ ୨୦୭୦ ସୁଦ୍ଧା ନେଟ୍ ଜିରୋ କାର୍ବନ ହାସଲ କରିବା ପାଇଁ ପବନ ଶକ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଭରେଡି ନାମକ ଏକ ଦକ୍ଷିଣ ଆଫ୍ରିକୀୟ କମ୍ପାନୀ ଓଡ଼ିଶାର କିଛି ଜିଲ୍ଲାରେ ପବନ ଟର୍ବାଇନ୍ ସ୍ଥାପନ ବିଷୟରେ ଏକ ଉପସ୍ଥାପନା ପ୍ରଦର୍ଶନ କରିଥିଲା। ବୈଠକରେ ଶକ୍ତି ବିଭାଗ ପ୍ରମୁଖ ସଚିବ ଶ୍ରୀ ବିଶାଳ କୁମାର ଦେବ, ଗ୍ରୀଡକୋ, ପରିଚାଳନା ନିର୍ଦ୍ଦେଶକ ଡ. ସତ୍ୟପ୍ରିୟ ରଥ, ବିତ୍ତପରାମର୍ଶଦାତା-ତଥା- ସ୍ୱତନ୍ତ୍ର ସଚିବ ଶ୍ରୀ ଦେବିଦତ୍ତ ତ୍ରିପାଠି, ଅତିରିକ୍ତ ସଚିବ ଶ୍ରୀ ସାଇଦତ୍ତ ବିପ୍ଳବ କେଶରୀ, ଏଭରେଡି ଦକ୍ଷିଣ ଏସିଆ ବ୍ୟବସାୟ ମୁଖ୍ୟ ଶ୍ରୀ ଅରିଜିତ ଦାସ, ଜଳସେଚନ ଓ ଜଳସମ୍ପଦ, କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking