ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସନଗର ସହରରେ ଆଜି ହୋଲିରେ ଯୋକଡିଆ ଖରସ୍ରୋତା ନଦୀରେ ଅଘଟଣ ଘଟିଛି। ରଙ୍ଗ ଖେଳିସାରି ନଦୀରେ ଗାଧୋଉଥିବା ବେଳେ ବୁଡ଼ିଯାଇ ଜଣେ ଯୁବକ ମୃତ ଘଟିଛି। ମୃତ ଯୁବକ ଜଣକ ହେଲେ ଯାଜପୁର ରୋଡ ଥାନା ପଦ୍ମପୁର ଅଞ୍ଚଳର ସଂଗ୍ରାମ ଅଜିତାଭ ଦାସ (୪୦)। ସେ ଏଚ୍ଡିଏଫ୍ସି ବ୍ୟାଙ୍କରେ ଉଚ୍ଚ ପଦସ୍ଥ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ଗତବର୍ଷ ହୋଲିରେ ମଧ୍ୟ ଉକ୍ତ ସ୍ଥାନରେ ବ୍ୟାସନଗର ସହରର ଫେରୋକ୍ରୋମ ଶିବାନନ୍ଦ ନଗରର ଦୁଇ ଭାଇ ବୁଡି ମୃତ୍ଯବରଣ କରିଥିଲେ। ପ୍ରତିବର୍ଷ ଅଘଟଣ ଘଟୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ଯାହାକୁ ନେଇ ସାଧରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଅନ୍ୟ ଲୋକମାନଙ୍କୁ ପୁଲିସ ଗାଧୋଉଥିବା ବେଳେ ଘଟଣାସ୍ଥଳରୁ ସମସ୍ତଙ୍କୁ ଘଉଡାଇ ଦେଇଛି। ଶବ ଜବତ କରି ଯାଜପୁର ରୋଡ ଡାକ୍ତରଖାନା ଶବ ଗୃହରେ ରଖାଯାଇଥିବା ବେଳେ ପରିବାର ଲୋକଙ୍କୁ ଖବର ଦିଆଯାଇଛି।









