27.1 C
Bhubaneswar
Thursday, March 19, 2026
Homeଓଡିଶାଦିଲ୍ଲୀପଙ୍କୁ ସମର୍ଥନ ପାଇଁ ନବୀନ ରାଜି ଥିଲେ: ରବୀନ୍ଦ୍ର

ଦିଲ୍ଲୀପଙ୍କୁ ସମର୍ଥନ ପାଇଁ ନବୀନ ରାଜି ଥିଲେ: ରବୀନ୍ଦ୍ର

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଏବେ ରାଜ୍ୟ ରାଜନୀତି ଉଠୁଛି ପଡ଼ୁଛି । ଆଉ ଏହାରି ଭିତରେ ନିକଟରେ ବିଜେଡିକୁ ବାଏ ବାଏ କରି ପଦ୍ମ ଧରିଥିବା ବରିଷ୍ଠ ରାଜନେତା ଗୁରୁବାର ଏକ ବଡ଼ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ସମର୍ଥନ ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜି ଥିଲେ । ଦିଲ୍ଲୀପ କହିଛନ୍ତି ଯେ ଦିଲ୍ଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ହେଲେ ତାଙ୍କୁ ସମର୍ଥନ କରିବେ ବୋଲି ନବୀନ କହିଥିଲେ । ତେବେ ପ୍ରାର୍ଥୀ ହେଲା ପରେ ତାଙ୍କୁ କାହିଁକି ସମର୍ଥନ କଲେନି ସେକଥା କେବଳ ନୀବନ ହିଁ କହିପାରିବେ । ପ୍ରାର୍ଥୀ ହେବା ପୂର୍ବରୁ ଦିଲ୍ଲୀପ ବାବୁଙ୍କ ନବୀନ ପଟ୍ଟନାୟକ ଡାକିଥିଲେ । ସ୍ୱାଧୀନ ପ୍ରାର୍ଥୀ ହେଲେ ସମର୍ଥନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ନବୀନ ବାବୁ କ’ଣ ପାଇଁ ନିଜ ନିଷ୍ପତ୍ତିରୁ ଓହରିଗଲେ ସେକଥା ମୋତେ ଜଣାନାହିଁ । ନବୀନ ବାବୁ ଯନି ଦିଲ୍ଲୀପ ବାବୁଙ୍କୁ ସମର୍ଥନ କରିଥାନ୍ତେ ତେବେ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା। ୩ ମାସ ନୁହେଁ ୬ ମାସ ପୂର୍ବରୁ ଦିଲ୍ଲୀପ ବାବୁଙ୍କ ସହ ଭେଟଘାଟ ହୋଇଥିଲା ବୋଲି ରବୀନ୍ଦ୍ର ଜେନା କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking