19.1 C
Bhubaneswar
Friday, February 6, 2026
Homeଓଡିଶାଦିବ୍ୟାଙ୍ଗ ଦୋକାନୀକୁ ମାଡ ମାରି ଲୁଟ୍

ଦିବ୍ୟାଙ୍ଗ ଦୋକାନୀକୁ ମାଡ ମାରି ଲୁଟ୍

ବାଙ୍କୀ : ଦିବ୍ୟାଙ୍ଗ ଦୋକାନୀକୁ ମାଡ ମାରି ଲୁଟ୍ । ଚାନ୍ଦା ନଦେବାରୁ ଦିବ୍ୟାଙ୍ଗ ଦୋକାନୀଙ୍କୁ ମାଡ଼ ସହ ଦୋକାନ ଭଙ୍ଗାରୁଜା କରି ଲୁଟ୍ କରାଯାଇଥିବା ନେଇ ସୂଚନା ମିଳିଛି । ପୀଡ଼ିତା ଦିବ୍ୟାଙ୍ଗ ବ୍ୟକ୍ତି ଜଣଙ୍କୁ ବାରଙ୍ଗ ରତାଗଡ଼ ଗାଁର ନିରଞ୍ଜନ ନାୟକ ବୋଲି ଚିହ୍ନଟ କରଯାଇଛିସୂଚନା ଅନୁସାରେ, କଟକ ଜିଲ୍ଲା ବାରଙ୍ଗ ଥାନା ଗୋଡିସାହି ଫାଣ୍ଡି ଷଣ୍ଢପୁର ଢ଼ାବା ଛକ ନିକଟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ନିରଞ୍ଜନ ଷଣ୍ଢପୁର ଛକରେ ଏକ ଦୋକାନ କରିଛନ୍ତି । ଗତକାଲି ଷଣ୍ଢପୁର ଗାଁରେ କାର୍ତିକେଶ୍ୱର ଭସାଣି ଚାଲିଥିବା ବେଳେ ସେହି ଗ୍ରାମର ୨୦ ରୁ ୨୫ ଜଣ ଯୁବକ ସଂଘବଦ୍ଧ ହୋଇ ତାଙ୍କ ଦୋକାନ ନିକଟକୁ ଆସିଥିଲେ । ଯୁବକ ମାନେ ଦୋକାନୀଙ୍କୁ ଚାନ୍ଦା ମାଗିବାରୁ ଦୋକାନୀ ଚାନ୍ଦା ଦେବାକୁ ମନା କରିଦେଇଥିଲେ । ଯୁବକମାନେ ଦିବ୍ୟାଙ୍ଗ ଦୋକାନୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଦୋକାନ ଭଙ୍ଗାରୁଜା କରି ଦୋକାନରେ ଥିବା ୧୦ ହଜାର ଟଙ୍କା ଜୋର ଜବରଦସ୍ତ ନେଇ ଯାଇଥିଲେ। ଏନେଇ ନିରଞ୍ଜନ ନାୟକ ଗୋଡିସାହି ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି ଅଭଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking