31.1 C
Bhubaneswar
Thursday, July 3, 2025
Homeଓଡିଶାଦିନ ଦ୍ବିପ୍ରହରରେ ଗୋଡାଇ ଗୋଡାଇ ଯୁବକଙ୍କୁ ଆକ୍ରମଣ କଲେ ଦୃର୍ବୃତ୍ତ

ଦିନ ଦ୍ବିପ୍ରହରରେ ଗୋଡାଇ ଗୋଡାଇ ଯୁବକଙ୍କୁ ଆକ୍ରମଣ କଲେ ଦୃର୍ବୃତ୍ତ

ପୁରୀ: ଦିନ ଦ୍ବିପ୍ରହରରେ ବୁଲିଲା ଖଣ୍ଡା । ଗୋଡାଇ ଗୋଡାଇ ଯୁବକଙ୍କୁ ଆକ୍ରମଣ । ଆକ୍ରମଣରେ ଲହୁଲୁହାଣ ଯୁବକ । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି । ଏପରି ଏକ ସମ୍ବେଦନଶୀଳ ଘଟଣା ଘଟିଛି ପୁରୀ ବଳିଆପଣ୍ଡା ଅଞ୍ଚଳରେ । ଦିନ ଦ୍ବିପ୍ରହରରେ ଖଣ୍ଡା ଦ୍ୱାରା ଆତଙ୍କ ଖେଳାଇ ଦୃର୍ବୃତ୍ତମାନେ ଯୁବକଙ୍କୁ ଆକ୍ରମଣ କରିଥିବା ବେଳେ ଯୁବକ ଜଣଙ୍କ ଗୁରତର ଆହତ ହୋଇଛନ୍ତି । ଆହତ ହୋଇଥିବା ଯୁବକ ଜଣକ ହେଲେ ଅଟୋ ସଂଘ ସଭାପତି ଦୀପ୍ତି ରଞ୍ଜନ ମହାନ୍ତି । ଅଭିଯୁକ୍ତ ରାକେଶ କୁମାର ସାହୁ ଦୀପ୍ତିଙ୍କୁ ଆକ୍ରମଣ କରିଥିବାବେଳେ ଦୀପ୍ତିଙ୍କ ଦେହରେ ବିଭିନ୍ନ ଜାଗାରେ ଖଣ୍ଡା ଚୋଟ ଲାଗିଛି । ସିସିଟିଭିରେ ଆକ୍ରମଣ ବେଳର ଦୃଶ୍ଯ କଏଦ ହୋଇଛି । ଯାହାକୁ ଯାଞ୍ଚ କରୁଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking