24.1 C
Bhubaneswar
Friday, February 13, 2026
Homeଦେଶ ବିଦେଶତାରିକ ରହମାନ ବାଂଲାଦେଶ ପ୍ରଧାନମନ୍ତ୍ରୀ!

ତାରିକ ରହମାନ ବାଂଲାଦେଶ ପ୍ରଧାନମନ୍ତ୍ରୀ!

ନୂଆଦିଲ୍ଲୀ: ବାଂଲାଦେଶରେ ତାରିକ ରହମାନଙ୍କ ନେତୃତ୍ୱାଧୀନ ବିଏନପି ବୃହତ ବିଜୟ ଅଭିମୁଖେ ଅଗ୍ରସର ହେଉଛି । ଶେଖ ହାସିନା ଗାଦିଚ୍ୟୁତ ହେବା ପରେ ବାଂଲାଦେଶରେ ପ୍ରଥମ ଥର ଗୁରୁବାର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ମତଦାନ ପରେ ଭୋଟ ଗଣତି ଆରମ୍ଭ ହୋଇଯାଇଥିଲା । ବିଏନପିର ବିଜୟ ପରେ ତାରିକ ରହମାନ ଆଗାମୀ ପ୍ରଧାନମନ୍ତ୍ରୀ ହେବା ନିଶ୍ଚିନ୍ତ । ବାଂଲାଦେଶରେ ବିଏନପିକୁ ବହୁମତ ମିଳିଛି । ମଧ୍ୟାହ୍ନ ସୁଦ୍ଧା ଫଳାଫଳ ବାହାରିବ । ମୁଖ୍ୟ ପ୍ରତିଦ୍ୱନ୍ଦୀ ଜମାତ-ଇ-ଇସଲାମିକଙ୍କ ଠୁ ଅଧିକ ଭୋଟ ହାତେଇଛନ୍ତି । ୨୦୦ରୁ ଅଧିକ ଆସନରେ ଆଗୁଆ ରହିଛି ବିଏନପି । ବିଏନପିର ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ତାରିକ ରହମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ମୋଦି ଟ୍ୱିଟ କରି କହିଛନ୍ତି, ଏହି ବିଜୟ ବାଂଲାଦେଶର ଲୋକଙ୍କର ତାଙ୍କ ନେତୃତ୍ୱ ପ୍ରତି ବିଶ୍ୱାସକୁ ଦର୍ଶାଉଛି । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଭାରତ ସର୍ବଦା ଏକ ଗଣତାନ୍ତ୍ରିକ, ପ୍ରଗତିଶୀଳ ଏବଂ ଅନ୍ତର୍ଭୁକ୍ତ ବାଂଲାଦେଶର ସମର୍ଥନରେ ରହିବ । ତାରିକ ୧୭ ବର୍ଷ ନିର୍ବାସନରେ ବ୍ରିଟେନରେ ରହିବା ପରେ ବାଲାଦେଶ ଫେରିଥିବା ବେଳେ ଉଭୟ ଢାକା-୧୭ ଓ ବୋଗୁରା-୬ ଆସନରୁ ବିଜୟୀ ହୋଇଥିବା ନିର୍ବାଚନ କମିଶନଙ୍କ ଅନୌପଚାରିକ ଫଳାଫଳରୁ ଜଣାପଡିଛି ।ଏଥିସହିତ ଆମେରିକା ମଧ୍ୟ ରହମାନଙ୍କୁ ତାଙ୍କର ଐତିହାସିକ ବିଜୟ ପାଇଁ ଅଭିନନ୍ଦନ ଜଣାଇଛି । ବାଂଲାଦେଶରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ବ୍ରେଣ୍ଟ ଟି କ୍ରିଷ୍ଟେନସେନ ଏକ୍ସରେ ସଫଳତାର ସହିତ ନିର୍ବାଚନ ଅନୁଷ୍ଠିତ ହେବ । ବାଂଲାଦେଶର ଜନସାଧାରଣଙ୍କୁ ଏବଂ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିକୁ ଶୁଭେଚ୍ଛା ଜଣାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking