ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ବଢୁଥିବା ଅଶାନ୍ତି ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଶକ୍ତି କେନ୍ଦ୍ର ଉପରେ ଆକ୍ରମଣ ନ କରିବା ପାଇଁ ବିରତିକୁ ୧୦ ଦିନ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ଇରାନ ୭ ଦିନ ମାଗିଥିଲା, ମୁଁ ୧୦ ଦିନ ସମୟ ଦେଇଛି ବୋଲି ଟ୍ରମ୍ପ କହିଛନ୍ତି । ଟ୍ରୁଥ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରି ଟ୍ରମ୍ପ କହିଛନ୍ତି ଯେ, ଇରାନ ସରକାରଙ୍କ ଅନୁରୋଧ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଟ୍ରମ୍ପ ପୂର୍ବରୁ ଚେତାବନୀ ଦେଇଥିଲେ ଯେ, ଯଦି ତେହେରାନ ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବାକୁ ମନା କରନ୍ତି ତେବେ ଆମେରିକା ଇରାନର ଶକ୍ତି ଭିତ୍ତିଭୂମିକୁ ଟାର୍ଗେର୍ଟ କରିବା ପରେ ସେ ଇରାନ ଅଧିକାରୀଙ୍କ ସହିତ ଅତ୍ୟନ୍ତ ଫଳପ୍ରଦ ଆଲୋଚନା ବୋଲି ବର୍ଣ୍ଣନା କରି ୫ ଦିନ ପାଇଁ ସମ୍ଭାବ୍ୟ ଆକ୍ରମଣ ସ୍ଥଗିତ ରଖିବାର ଘୋଷଣା କରିଥିଲେ । ଟ୍ରମ୍ପ ସୂଚାଇ ଦେଇଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଚାଲିଛି ଏବଂ ସକାରାତ୍ମକ ଦିଗରେ ଆଗକୁ ବଢ଼ୁଛି। ସେ ଗଣମାଧ୍ୟମ ରିପୋର୍ଟକୁ ଖାରଜ କରି କହିଛନ୍ତି, “ଆଲୋଚନା ଚାଲିଛି ଏବଂ ଏହା ବହୁତ ଭଲ ଚାଲିଛି। ଯୁଦ୍ଧ ବୃଦ୍ଧି ପାଇବା ପରେ ଏହା ପ୍ରଥମ ଥର ଯେ ଆମେରିକା ଇରାନର ଶକ୍ତି କ୍ଷେତ୍ରକୁ ଟାର୍ଗେଟ କରି ଆକ୍ରମଣକୁ ଆନୁଷ୍ଠାନିକ ଭାବରେ ହ୍ରାସ କରିଛି।










