20.1 C
Bhubaneswar
Wednesday, December 31, 2025
Homeଓଡିଶାଜମୁଛି ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ଜମୁଛି ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ବରଗଡ଼: ଜମୁଛି ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । କୃଷ୍ଣମୟ ହୋଇଛି ଗୋପପୁର । ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ସପ୍ତମ ଦିବସରେ ଅଭିନୀତ ହୋଇଛି ରାଧାକୃଷ୍ଣଙ୍କ ନାବକେଳି ଦୃଶ୍ୟ । କୃଷ୍ଣଙ୍କ ଲୀଳା ଦେଖିବାକୁ ମିଳିଛି । ରାଧା ଓ ଗୋପୀମାନେ ମଥୁରାରେ ଦଧି ବିକି ଗୋପପୁର ଫେରିବା ବାଟରେ ଯମୁନା ପାରି ହୋଇ ଆସିଲା ବେଳକୁ କୃଷ୍ଣ ନାଉଁରିଆ ବେଶରେ ଜଗି ରହିଥିଲେ । ତା ପରେ ଅନୁଷ୍ଠିତ ହୋଇଥିଲା ରାଧାକୃଷ୍ଣଙ୍କ ନାବକେଳି । ସପ୍ତମ ଦିନରେ ଏହି ମନୋରମ ଦୃଶ୍ୟ ସ୍ଥାନୀୟ ମନାବନ୍ଧରେ ଅନୁଷ୍ଠିତ ହୋଇଥିଲା । ଯାହାକୁ ଦେଖି ରାଧାକୃଷ୍ଣଙ୍କ ପ୍ରେମରେ ବିଭୋର ହୋଇପଡିଥିଲେ ହଜାର ହଜାର ଶ୍ରଦ୍ଧାଳୁ । ଏପଟେ ମଥୁରାରେ କୃଷ୍ଣ ବଳରାମଙ୍କୁ ହତ୍ୟା କରିବା ପାଇଁ ମହାରାଜ କଂସ ଆୟୋଜନ କରିଛନ୍ତି ଛଳନାର ଯାତ୍ରା ଧନୁଯାତ୍ରା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking