33.1 C
Bhubaneswar
Sunday, June 22, 2025
Homeଦେଶ ବିଦେଶଚୀନ୍‌ରେ ମୁଣ୍ଡ ଟେକିଲାଣି ନୂଆ ଭାଇରସ୍‌

ଚୀନ୍‌ରେ ମୁଣ୍ଡ ଟେକିଲାଣି ନୂଆ ଭାଇରସ୍‌

ନୂଆଦିଲ୍ଲୀ: କରୋନା ପରେ ଚୀନ୍‌ରେ ଏକ ନୂଆ ଭାଇରସ୍‌ ମିଳିଛି । ଆମେରିକୀୟ ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି, ଏଚ୍‌କେୟୁ୫-କୋଭ୍‌-୨ ନାମକ ଏହି ଭାଇରସ୍‌ ମଣିଷକୁ ସଂକ୍ରମିତ କରିପାରେ । ଏବେ ବାଦୁଡ଼ିଙ୍କଠାରେ ଏହି ଭାଇରସ୍‌ ଚିହ୍ନଟ ହୋଇଛି । କିନ୍ତୁ ଛୋଟ ମ୍ୟୁଟେସନ୍‌ (ପରିବର୍ତ୍ତନ) ପରେ ଏହା ମଣିଷ ମଧ୍ୟରେ ବ୍ୟାପିଯିବ । ମର୍ସ (ମିଡିଲ ଇଷ୍ଟ୍‌ ରେସ୍ପରେଟୋରୀ ସିଣ୍ଡ୍ରୋମ୍‌) ସହ ଏହି ଭାଇରସ୍‌ର ସାମଞ୍ଜସ୍ୟ ରହିଛି ।

ଚୀନ୍‌ର ଦକ୍ଷିଣ ଓ ପୂର୍ବ କ୍ଷେତ୍ରରେ ସର୍ବପ୍ରଥମେ ଏହି ଭାଇରସ୍‌କୁ ବାଦୁଡ଼ିଠାରେ ଚିହ୍ନଟ କରାଯାଇଥିଲା । ଏହାକୁ ଉହାନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିର ଗବେଷକମାନେ ଆବିଷ୍କାର କରିଥିଲେ । ଏହି ଲାବ୍‌ରୁ କୋଭିଡ୍‌-୧୯ ଭାଇରସ୍‌ ବ୍ୟାପିଥିବାର ଆଶଙ୍କା କରାଯାଏ । ଏସିଆ, ସିଙ୍ଗାପୁର, ହଂକଂ, ଚୀନ୍‌, ଥାଇଲାଣ୍ଡ ଓ ଭାରତରେ କରୋନା ଭାଇରସ୍‌ ମାମଲା ଦ୍ରୁତ ବଢୁଥିବାବେଳେ ଏହି ଖବର ଚିନ୍ତା ବଢ଼ାଇଛି। କେବଳ ଭାରତରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୫ ହଜାରରୁ ଅଧିକ ।

ଏଚ୍‌କେୟୁ୫-କୋଭ୍‌-୨ ଭାଇରସ୍‌ ମର୍ବେକୋ ଭାଇରସ୍‌ ସମୂହର ଅଂଶ । ଏଥିରେ ମିଡିଲ ଇଷ୍ଟ୍‌ ରେସ୍ପିରେରେଟୋରୀ ସିଣ୍ଡ୍ରୋମ (ମର୍ସ-କୋଭ୍‌) ଭଳି ଘାତକ ଭାଇରସ୍‌ ରହିଛି । ମର୍ସ-କୋଭ୍‌ ମୁଖ୍ୟତଃ ବାଦୁଡ଼ିଙ୍କଠାରେ ଦେଖିବାକୁ ମିଳେ । ଏହା ଓଟଙ୍କ ଜରିଆରେ ମଣିଷଙ୍କ ମଧ୍ୟରେ ବ୍ୟାପେ । ଓଟକୁ ଏହାର ସଂରକ୍ଷକ (ଯେଉଁଠି ନିଷ୍କ୍ରିୟ ଭାଇରସ୍‌ ରହନ୍ତି) କୁହାଯାଏ । ମର୍ସ ପ୍ରଥମ ଥର ୨୦୧୨ରେ ସାଉଦି ଆରବରେ ସାମ୍ନାକୁ ଆସିଥିଲା ।

ମର୍ସର ମୃତ୍ୟୁ ହାର ହାରାହାରି ୩୪ ପ୍ରତିଶତ ଅଧିକ । ଅର୍ଥାତ୍‌ ତିନି ଜଣଙ୍କ ମଧ୍ୟରେ ଜଣେ ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁ ହୁଏ । ୱାଶିଂଟନ୍‌ ଷ୍ଟେଟ୍‌ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏଚ୍‌କେ୫ ଭାଇରସ୍‌ର ଅଧ୍ୟୟନ କରିଥିଲେ । ନେଚର୍‌ କମ୍ୟୁନିକେସନ୍‌ସ ପତ୍ରିକାରେ ଏହାର ଫଳ ପ୍ରକାଶ ପାଇଛି । ବୈଜ୍ଞାନିକମାନେ ଜାଣିବାକୁ ପାଇଲେ, ଏଚ୍‌କେୟୁ୫-କୋଭ୍‌-୨ର ଏକ ପ୍ରକାର ‘ଲାଇନେଜ୍‌ ୨’ ପୂର୍ବରୁ ହିଁ ମଣିଷ କୋଷିକାକୁ ସଂକ୍ରମିତ କରିବାରେ ସକ୍ଷମ । ଭାଇରସ୍‌ର ସ୍ପାଇକ୍‌ ପ୍ରୋଟିନ୍‌ରେ ଏକ ଛୋଟ ପରିବର୍ତ୍ତନ ତାକୁ ମାନବ ଏସିଇ୨ କୋଷିକାଗୁଡ଼ିକ ସହ ଯୋଡ଼ିବାରେ ସକ୍ଷମ କରିପାରେ, ଯାହା ଲୋକଙ୍କ ଗଳା, ମୁହଁ ଓ ନାକରେ ମିଳନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking