27.8 C
Bhubaneswar
Wednesday, March 26, 2025
Homeଓଡିଶାଘରେ ପଶି ଯୁବକଙ୍କୁ ହାଣି ଲୁଟିନେଲେ ୨୦ ଲକ୍ଷର ସୁନା ଗହଣା

ଘରେ ପଶି ଯୁବକଙ୍କୁ ହାଣି ଲୁଟିନେଲେ ୨୦ ଲକ୍ଷର ସୁନା ଗହଣା

ବାଲେଶ୍ବର: ଘରେ ପଶି ଯୁବକଙ୍କୁ ହାଣି ଲୁଟିନେଲେ ୨୦ ଲକ୍ଷର ସୁନା ଗହଣା । ବାଲେଶ୍ବର ସିମୁଳିଆ ଥାନା ବାଟି ପଞ୍ଚାୟତ ବଣଗଢ଼ିଆ ଗାଁରୁ ଲୁଟ୍ ହୋଇଛି ।  ଗାଁର ଆନନ୍ଦ ବେହେରାଙ୍କ ଘରୁ ଗତକାଲି ରାତିରେ ୨୦ ଲକ୍ଷରୁ ଅଧିକ ଟଙ୍କାର ଗହଣା ଲୁଟିବା ସହିତ ତାଙ୍କ ସାନ ପୁଅକୁ ଭୁଜାଲିରେ ହାଣି ଗୁରୁତର କରିଛନ୍ତି ଦୁର୍ବୃତ୍ତ । ଗତକାଲି ବିଳମ୍ବିତ ରାତିରେ ୫ଜଣ ଦୁର୍ବୃତ୍ତ ଘରର କବାଟ ଭାଙ୍ଗି ଭିତରକୁ ପଶିଥିଲେ ।  ଏହି ସମୟରେ ପରିବାର ଲୋକେ ଉଠି ପଡିବାରୁ ସମସ୍ତଙ୍କୁ ମାଡ଼ ମାରି ୮ ଲକ୍ଷ ୪୦ ହଜାର ନଗଦ ଟଙ୍କା ସମେତ ସୁନା ଗହଣା ଲୁଟ୍ କରିଛନ୍ତି । ଏହି ସମୟରେ ଆନନ୍ଦଙ୍କ ସାନ ପୁଅ ରତିକାନ୍ତ ବେହେରାଙ୍କୁ ଦୁର୍ବୃତ୍ତମାନେ ଭୁଜାଲି ଓ ଲୁହା ରଡ଼ରେ ଆକ୍ରମଣ କରିବା ଯୋଗୁ ସେ ଗୁରୁତର ଆହତ ହୋଇଥିଲେ । ପରିବାର ଲୋକେ ତାଙ୍କୁ ସିମୁଳିଆ ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୋଲିସ  ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking