ଭୁବନେଶ୍ୱର: ରାଜ୍ୟରେ ଗ୍ୟାସ, ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ କହିଛନ୍ତି ମନ୍ତ୍ରୀ । ଯଥେଷ୍ଟ ମହଜୁଦ ଥିବା କହିଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ହୋଟେଲକୁ ଆବଶ୍ୟକ ଥିବା ରନ୍ଧନ ଗ୍ୟାସର ୫୦ % ଯୋଗାଇବାକୁ ସକ୍ଷମ କରାଯାଇଛି । ଘରୋଇ କ୍ଷେତ୍ରକୁ କୌଣସି ପ୍ରତିବନ୍ଧକ ଲଗାଯାଇ ନାହିଁ । ଅନ୍ୟପଟେ ଗ୍ୟାସ ସଙ୍କଟକୁ ନେଇ ଦିଲ୍ଲୀରେ କାଲି ବସିବ ବୈଠକ । ୯ଟି ରାଜ୍ୟର ଯୋଗାଣ ମନ୍ତ୍ରୀଙ୍କୁ ନେଇ ଦିନ ୧୧ଟାରେ ବସିବ ବୈଠକ । ବୈଠକରେ ଯୋଗଦେବେ ଓଡିଶାର ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।










