21.1 C
Bhubaneswar
Sunday, March 23, 2025
Homeଓଡିଶାଗ୍ରାମ୍ୟ ଉନ୍ନୟନ ବିଭାଗର ଖର୍ଚ୍ଚ ଦାବି ୧୦ ହଜାର ୧୯ କୋଟି ୬୧ ଲକ୍ଷ ୯୭...

ଗ୍ରାମ୍ୟ ଉନ୍ନୟନ ବିଭାଗର ଖର୍ଚ୍ଚ ଦାବି ୧୦ ହଜାର ୧୯ କୋଟି ୬୧ ଲକ୍ଷ ୯୭ ହଜାର

ଭୁବନେଶ୍ୱର : ଗାଁ ହେଉଛି ଆମର ମାଁ l ଗାଁ ରେ ବାସକରେ ଓଡ଼ିଶାର ଆତ୍ମା l ଗାଁ ସହ ଯୋଡ଼ି ହୋଇଛି ଆମର ଭାବନା.. ସ୍ଵାଭିମାନ.. ଅସ୍ମିତା l ଗାଁ ରେ ରହିଛି ସମୃଦ୍ଧ ଓଡ଼ିଶା ଗଠନ କରିବାର ଚାବିକାଠି l ଓଡ଼ିଶାର ଗ୍ରାମାଞ୍ଚଳର ବିକାଶ ପାଇଁ ଐତିହାସିକ ବଜେଟ୍ ର ବ୍ୟବସ୍ଥା କରିଥିବାରୁ ମୁଁ ଦେଶର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜି ଓ ଲୋକଙ୍କ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମହୋଦୟଙ୍କୁ ମୋର ହୃଦୟର ଗଭୀରତମ ପ୍ରଦେଶରୁ କୃତଜ୍ଞତା ଜଣାଉଛି l ଏହା ସହ ଆମର ପ୍ରେରଣା, ଉତ୍ସାହ ଓ ଆଶୀର୍ବାଦର ଉତ୍ସ ଓଡ଼ିଶାର ଜନତା ଜନର୍ଦ୍ଦନଙ୍କୁ ଏହି ଗଣତନ୍ତ୍ରର ମନ୍ଦିର ଓଡ଼ିଶା ବିଧାନସଭାର ଏହି ପବିତ୍ର ଗୃହରୁ ମୋର ହାର୍ଦ୍ଦିକ କୃତଜ୍ଞତା ଜଣାଉଛି l ତାଙ୍କରି ଆଶୀର୍ବାଦରେ ଆଜି ଡବଲ୍ ଇଞ୍ଜିନ୍ ର ସରକାର ଓଡ଼ିଶାବାସୀଙ୍କ ସେବାରେ ସମର୍ପିତ l ଲୋକଙ୍କ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା 2025-26 ଆର୍ଥିକ ବର୍ଷ ପାଇଁ ଆଗତ ହୋଇଥିବା ବଜେଟ୍ ରେ ଗ୍ରାମ୍ୟ ଉନ୍ନୟନ ବିଭାଗ କୁ ଯେଉଁ ଭଳି ଭାବରେ ଗୁରୁତ୍ଵ ଦିଆଯାଇଛି ସେଥି ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମହୋଦୟଙ୍କୁ ଓଡ଼ିଶାର ଗ୍ରାମାଞ୍ଚଳର ପ୍ରତିଟି ବ୍ୟକ୍ତିଙ୍କ ତରଫରୁ ଗାଁର ବିକାଶ ପାଇଁ ସମର୍ପିତ ଗ୍ରାମ୍ୟ ଉନ୍ନୟନ ବିଭାଗର ମନ୍ତ୍ରୀ ଭାବରେ ମୁଁ ସାଧୁବାଦ ଜଣାଉଛି l

ଓଡ଼ିଶାର ସାମଗ୍ରିକ ବିକାଶ ଆମର ପ୍ରାଥମିକ ଲକ୍ଷ୍ୟ l ତାହା ମଧ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର ଦାୟିତ୍ଵl ଏଠାରେ ମାନ୍ୟବର ବାଚସ୍ପତି ମହୋଦୟାଙ୍କ ମାଧ୍ୟମରେ ମୁଁ ଗୃହକୁ ସୂଚିତ କରିବାକୁ ଚାହୁଁଛି ଯେ ଗ୍ରାମ୍ୟ ଉନ୍ନୟନ ବିଭାଗର ମନ୍ତ୍ରୀ ଭାବରେ ଦାୟିତ୍ଵ ଗ୍ରହଣ କଲାପରେ ମୁଁ ପ୍ରଥମ କରି ପିଏମ୍-ଜନମନ ସଙ୍କ୍ରାନ୍ତୀୟ ଫାଇଲ୍ ଦସ୍ତଖତ କରି ମୋର କାର୍ଯ୍ୟ ଆରମ୍ଭ କରିଥିଲି l ଏହା ଦ୍ୱାରା ବିଶେଷ ଭାବରେ ଅନୁନ୍ନତ ଜନଜାତି ରହୁଥିବା ଅନେକ ଅସଂଯୋଜିତ ଜନବସତିକୁ ସବୁଦିନିଆ ରାସ୍ତା ନିର୍ମାଣ ସମ୍ଭବପର ହୋଇଥିଲାl ଏହା ଆମ ସରକାରଙ୍କର ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରାଥମିକତାକୁ ଦର୍ଶାଉଛି l ଗ୍ରାମାଞ୍ଚଳରେ ରାସ୍ତା, ସେତୁ, ସରକାରୀ ଗୃହ ନିର୍ମାଣ ଏବଂ ସେଗୁଡିକର ଉତ୍ତମରୂପେ ରକ୍ଷଣାବେକ୍ଷଣ କରିବା ଏହି ବିଭାଗର ମୁଖ୍ୟ କର୍ତ୍ତବ୍ୟ ଅଟେ । ଚଳିତ ଆର୍ଥିକ ବର୍ଷ 2024-25 ରେ ଏହି ବିଭାଗ February ମାସ ଶେଷ ସୁଦ୍ଧା 3470.37 କିମି ରାସ୍ତା, 164 ସେତୁ ଏବଂ 273 କୋଠାବାଡି ର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିଅଛି ଏବଂ 7429.08 କି. ମି. ରାସ୍ତା, 1098 ସେତୁ ଏବଂ 2631 କୋଠାବାଡି ର ନିର୍ମାଣ କାର୍ଯ୍ୟ ଚାଲୁ ରହି ଅଛି । ୨୦୨୫-୨୬ ଆର୍ଥିକ ବର୍ଷରେ ଗ୍ରାମ୍ୟ ଉନ୍ନୟନ ବିଭାଗ ନିମନ୍ତେ କାର୍ଯ୍ୟକ୍ରମ ବ୍ୟୟପାଇଁ 7729.52 କୋଟି ଟଙ୍କା ଏବଂ ପ୍ରଶାସନିକ ପାଇଁ 2290.10 କୋଟି ଟଙ୍କାର ବ୍ୟୟପ୍ରସ୍ତାବରହିଛି । ଏହି ବିଭାଗର ମୁଖ୍ୟ ଯୋଜନା ଗୁଡିକର ସଫଳତା ଏବଂ ୨୦୨୫-୨୬ ବର୍ଷ ପାଇଁ ଯୋଜନା ବିଷୟରେ ତଥ୍ୟ ନିମ୍ନରେ ପ୍ରଦାନ କରାଗଲା ।

100 ରୁ ଅଧିକ ବିଶେଷଭାବେ ଅନୁନ୍ନତ ଜନଜାତି ବାସ କରୁଥିବା ଗ୍ରାମ ଗୁଡିକର ସଂଯୋଗୀକରଣକୁ ଦୃଷ୍ଟିରେ ରଖି PM JANMAN ଯୋଜନାରେ ଅଦ୍ୟାବଧି 46 ଟି ଗ୍ରାମକୁ ସଂଯୋଗ ପାଇଁ ପ୍ରଥମ ଦଫାରେ ୪୦ ଗୋଟି ରାସ୍ତା ଓ ୨ ଗୋଟି ସେତୁ ନିର୍ମାଣ ନିମନ୍ତେ ୧୪୯.୭୪ କୋଟି ଟଙ୍କାର ମଞ୍ଜୁରୀ କେନ୍ଦ୍ରସରକାରଙ୍କ ତରଫରୁ ପ୍ରାପ୍ତ ହୋଇଅଛି।ତତ୍ ସହିତ 27 ଟି ଗ୍ରାମକୁ ସଂଯୋଗ ପାଇଁ 26 ଗୋଟି ରାସ୍ତା ଓ ୨ ଗୋଟି ସେତୁ ନିର୍ମାଣ ନିମନ୍ତେ କେନ୍ଦ୍ରସରକାରଙ୍କ ଅନୁମୋଦନ ନିମନ୍ତେ ପ୍ରେରଣ କରାଯାଇଛି। ଏତଦ ବ୍ୟତୀତ 263 ଗୋଟି ଗ୍ରାମର ସଂଯୋଗୀକରଣ ନିମନ୍ତେ SC & ST ବିଭାଗ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା joint verification କାର୍ଯ୍ୟ ଚାଲୁ ରହିଅଛି। ୨୦୨୫-୨୬ ଆର୍ଥିକ ବର୍ଷରେ PM JANMANରେ ମୋଟ 100.00 କୋଟି ଟଙ୍କାର ବ୍ୟୟ ବରାଦ ପ୍ରସ୍ତାବ କରାଯାଇଅଛି ।

ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା
୨୦୦୦-୦୧ରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାର ପ୍ରଥମ ଦଫାରେ ରାଜ୍ୟରେ ଗ୍ରାମାଞ୍ଚଳରେ ଥିବା ଅସଂଯୋଜିତ ଗ୍ରାମ ଗୁଡିକୁ ସଂଯୋଗୀକରଣ କାର୍ଯ୍ୟକ୍ରମହାତକୁ ନିଆଯାଇଥିଲା। ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା-୨ ଏବଂ ୩ ରେ ପୂର୍ବରୁ ନିର୍ମିତ ହୋଇଥିବା ମୁଖ୍ୟ ରାସ୍ତାଗୁଡିକର ଉନ୍ନତୀକରଣ ଓ ସଂପ୍ରସାରଣ କରି ଗ୍ରାମାଞ୍ଚଳର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ପ୍ରାଧାନ୍ୟ ଦିଆଯାଇଅଛି । ଏହି ଯୋଜନା ଆରମ୍ଭରୁ ୨୦୨୫ ଫେବୃୟାରୀ ସୁଦ୍ଧା ୩୨୮୫୨.୨୮ କୋଟି ଟଙ୍କା ବ୍ୟୟ କରାଯାଇ ୧୭୪୯୯ ଗୋଟି ରାସ୍ତା ସମ୍ପୂର୍ଣ୍ଣ କରାଯାଇ ୭୦୩୮୨.୬୪ କି.ମି. ରାସ୍ତା ଏବଂ ୬୨୪ ଗୋଟି ସେତୁ ନିର୍ମାଣ କରାଯାଇଅଛି । ଏହାର ଫଳସ୍ୱରୂପ ୧୬୯୯୧ ଗୋଟି ଅସଂଯୋଜିତ ଗ୍ରାମକୁ ସବୁଦିନିଆ ରାସ୍ତା ଦ୍ୱାରା ସଂଯୋଗୀକରଣ କରାଯାଇଅଛି। ୨୦୨୪-୨୫ ଆର୍ଥିକ ବର୍ଷରେ ୨୦୨୫ ଫେବୃୟାରୀ ଶେଷ ସୁଦ୍ଧା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ-୧, ୨ ଓ ୩ ଅଧିନରେ, ୬୨୭.୧୫ କୋଟି ଟଙ୍କା ଖର୍ଚ୍ଚ କରାଯାଇ ୬୧୨.୪୬ କି.ମି. ରାସ୍ତା ଏବଂ ୨୬ ଗୋଟି ସେତୁ ନିର୍ମାଣ କରାଯାଇଅଛି । ବର୍ତ୍ତମାନ ଭାରତ ସରକାରଙ୍କ ଅନୁମୋଦନ କ୍ରମେ PMGSY ଯୋଜନାର ଚତୁର୍ଥ ପର୍ଯ୍ୟାୟ ସମସ୍ତ ରାଜ୍ୟମାନଙ୍କରେ କାର୍ଯ୍ୟକାରୀ ହେବାକୁ ଯାଉଛି । ଏହି ପର୍ଯ୍ୟାୟରେ 2011 ଜନଗଣନା ଭିତ୍ତିରେ ନିୟମାନୁସାରେସମତଳଅଞ୍ଚଳରେ 500+ ଜନସଂଖ୍ୟା, 250+ ଜନସଂଖ୍ୟା, ସ୍ୱତନ୍ତ୍ରବର୍ଗକ୍ଷେତ୍ର (ଆଦିବାସୀଅନୁସୂଚୀ-V ଅଞ୍ଚଳ) ଏବଂବାମପନ୍ଥୀଉଗ୍ରବାଦୀପ୍ରଭାବିତଜିଲ୍ଲା (MHA ଦ୍ୱାରାଅଧିସୂଚିତଅଞ୍ଚଳ) ରେ 100+ ଜନସଂଖ୍ୟାରବିଶିଷ୍ଟଅସଂଯୋଜିତ ଗ୍ରାମ (Habitation) ଗୁଡିକୁ ସଂଯୋଗ କରିବାର ବ୍ୟବସ୍ଥା କରାଯାଇଅଛି। ଏଥିପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ବିକଶିତ କରାଯାଇଥିବା “ଗ୍ରାମ ସଡ଼କ ସର୍ଭେ ଆପ୍” ନାମକ ଏକ ମୋବାଇଲ୍ ଆପ୍ଲିକେସନ୍ ଦ୍ୱାରା ଅସଂଯୋଜିତ ଗ୍ରାମ ଗୁଡିକୁ ସଂଯୋଗୀ କରଣ କରୁଥିବା ରାସ୍ତା ଗୁଡିକର ସର୍ଭେ କାର୍ଯ୍ୟ ସହିତ DRRP ପ୍ରସ୍ତୁତି ପ୍ରକ୍ରିୟା ଚାଲୁ ରହିଛି। ଏହି କାର୍ଯ୍ୟଗୁଡିକ ସମ୍ପୂର୍ଣ୍ଣ ହେବାପରେ ଏହି ଯୋଜନାର ନିୟମ ଅନୁଯାୟୀ ଯୋଗ୍ୟ ବିବେଚିତ ଅସଂଯୋଜିତ ଗ୍ରାମ (Habitation) ଗୁଡିକୁ ସଂଯୋଗୀକରଣ କରାଯିବ। ଆର୍ଥିକ ବର୍ଷ 2025-26 ରେ ରାଜ୍ୟ 1000 କି.ମି. ରାସ୍ତାଅନୁମୋଦନ ପାଇବ ବୋଲି ଆଶା କରାଯାଉଛି। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ସମୁଦାୟ ଅନୁଦାନର 60 ଭାଗ ଅର୍ଥକୁ କେନ୍ଦ୍ର ସରକାର ଏବଂ ବାକି 40 ଭାଗ ଅର୍ଥକୁ ରାଜ୍ୟ ସରକାର ବହନ କରିବେ। ୨୦୨୫-୨୬ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ମୋଟ ୧୬୦୦.୦୨ କୋଟି ଟଙ୍କାର ବ୍ୟୟ ବରାଦ ପ୍ରସ୍ତାବ କରାଯାଇଅଛି ।

ନିର୍ବାଚନମଣ୍ଡଳୀୱାରୀ ଅର୍ଥବଣ୍ଟନ (CWA)
ଗ୍ରାମାଞ୍ଚଳରେ ଥିବା ୧୪୨ ଗୋଟି ନିର୍ବାଚନ ମଣ୍ଡଳୀରେ ରାସ୍ତା ନିର୍ମାଣ ତଥା ଉନ୍ନତିକରଣ ଏହି ଯୋଜନାର ଲକ୍ଷ୍ୟ ଅଟେ । ଏହି ଯୋଜନା 2020-21 ଆର୍ଥିକ ବର୍ଷରୁ କାର୍ଯ୍ୟକାରୀ ହେଉନଥିଲା। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାକୁ ପୁନଃ କାର୍ଯ୍ୟକାରୀ କରିବାକୁ ବଜେଟରେ 142.00 କୋଟି ଟଙ୍କାର ବ୍ୟବସ୍ଥା ରହିଅଛି । ପୁର୍ବରେ ଏହି ଯୋଜନାରେ 28.40 କୋଟି ଟଙ୍କାର ବ୍ୟୟ ବରାଦ ରହୁଥିଲା ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଏହି ଯୋଜନାରେ ରାସ୍ତା ନିର୍ମାଣ ତଥା ଉନ୍ନତିକରଣ ପାଇଁ ୧୪୨ କୋଟି ଟଙ୍କା ରାଜ୍ୟ ବଜେଟରେ ରଖିବା ପାଇଁ ପ୍ରସ୍ତାବ ଦିଆଯାଇଅଛି ।

ମୁଖ୍ୟମନ୍ତ୍ରୀ ସଡକ ଯୋଜନା(MMSY):
ସବୁଦିନିଆ ରାସ୍ତା ଦ୍ୱାରା ସଂଯୋଗୀକରଣ ହୋଇନଥିବା ଜନବସତି ଗୁଡିକୁ ରାଜ୍ୟର ନିଜସ୍ୱ ଅର୍ଥ ବ୍ୟବସ୍ଥାରେ ସଂଯୋଗୀକରଣ କରିବା ପାଇଁ ୨୦୧୪-୧୫ ଆର୍ଥିକ ବର୍ଷଠାରୁ ମୁଖ୍ୟମନ୍ତ୍ରୀ ସଡକ ଯୋଜନା କାର୍ଯ୍ୟକାରୀ କରାଯାଉଅଛି ଓ ପରବର୍ତ୍ତୀ ସମୟ, ୨୦୨୧-୨୨ ଆର୍ଥିକ ବର୍ଷରେ ଏହି ଯୋଜନା ମାଧ୍ୟମରେ ଗ୍ରାମ୍ୟ ଉନ୍ନୟନ ରାସ୍ତା ଓ ହସ୍ତାନ୍ତରିତ ହୋଇଥିବା ପଞ୍ଚାୟତିରାଜ ଏବଂ ପାନୀୟ ଜଳଯୋଗାଣ ବିଭାଗ ରାସ୍ତା ଗୁଡିକର ଉନ୍ନତିକରଣତଥାପ୍ରଶସ୍ତିକରଣକରାଯାଉଅଛି। ଏହି ଯୋଜନା ପ୍ରାରମ୍ଭରୁ୨୦୧୪-୧୫ ଆର୍ଥିକ ବର୍ଷଠାରୁ୨୦୨୪ ମାର୍ଚ୍ଚ ମାସ ଶେଷ ସୁଦ୍ଧା, ୩୬୯୩.୬୧ କୋଟି ଟଙ୍କା ବିନିଯୋଗ କରାଯାଇ ୧୨୭୫ ଗୋଟି ରାସ୍ତା (୫୭୮୪.୫୮ କି.ମି.) ନିର୍ମାଣ କରାଯାଇଅଛି । ଚଳିତ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଏହି ଯୋଜନାରେ ଚାଲୁରହିଥିବା ରାସ୍ତା ଗୁଡିକୁ ସମ୍ପୂର୍ଣ୍ଣ କରିବା ନିମନ୍ତେ ୨୨୫ କୋଟି ଟଙ୍କା ଅର୍ଥର ବ୍ୟବସ୍ଥା କରାଯାଇଅଛି।ସେଥିମଧ୍ୟରୁ୨୦୨୫ ଫେବୃୟାରୀ ମାସ ଶେଷ ସୁଦ୍ଧା ୧୩୪.୨୧ କୋଟି ଟଙ୍କା ଖର୍ଚ୍ଚ କରାଯାଇ୨୨୭.୬୭ କି.ମି. ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଅଛି। ୨୦୨୫-୨୬ଆର୍ଥିକ ବର୍ଷରେ ପୂର୍ବରୁ ଚାଲୁରହିଥିବା ରାସ୍ତା ଗୁଡିକର ନିର୍ମାଣ ବାବଦରେ ୨୦୯.୯୪ କୋଟି ଟଙ୍କା ରାଜ୍ୟ ବଜେଟରେ ରଖିବା ପାଇଁ ପ୍ରସ୍ତାବ ଦିଆଯାଇଅଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ରାସ୍ତା ପ୍ରକଳ୍ପ ପାଇଁ ନିମ୍ନଲିଖିତ ଯୋଜନା ଗୁଡିକ ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଅଧିନରେ କାର୍ଯ୍ୟକାରୀ କରାଯାଉଅଛି ।

ମୁଖ୍ୟମନ୍ତ୍ରୀ ସଡକ ଯୋଜନା-ଗ୍ରାମ୍ୟ ରାସ୍ତାର ଉନ୍ନତିକରଣ(MMSY-Improvement to Existing RD Roads):
ବର୍ଦ୍ଧିତ ଯାନବାହନ ସଂଖ୍ୟାକୁ ଦୃଷ୍ଟିରେ ରଖି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ରାସ୍ତା ଗୁଡିକର ସଠିକ୍ ଉନ୍ନତିକରଣ ପାଇଁ ଏହି ଯୋଜନାରେ ବ୍ୟବସ୍ଥା କରାଯାଇଥାଏ । ଏହି ଯୋଜନାରେ
• ବ୍ଲକ ଠାରୁ ଜିଲ୍ଲା Headquarters କୁ ସଂଯୋଗକରୁଥିବା ରାସ୍ତା ଗୁଡିକୁ ପ୍ରସସ୍ଥିକରଣ କରି 7.0 ମିଟର ଚଉଡା କରିବାପାଇଁ ବ୍ୟବସ୍ଥାରହିଅଛି।
• ଗ୍ରାମ ପଂଚାୟତଠାରୁ ବ୍ଲକ Headquarters କୁ ସଂଯୋଗକରୁଥିବା ରାସ୍ତା ଗୁଡିକୁ ପ୍ରସସ୍ଥିକରଣକରି 5.5 ମିଟର ଚଉଡା କରାଯାଉ ଅଛି।
ଚଳିତ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଏହି ଯୋଜନାରେ ଚାଲୁରହିଥିବା ରାସ୍ତା ଗୁଡିକ ସହିତ ନୂତନ ରାସ୍ତା ନିର୍ମାଣ ସକାଶେ ରାଜ୍ୟ ବଜେଟରେ ୩୫୦ କୋଟି ଟଙ୍କା ଅର୍ଥର ବ୍ୟବସ୍ଥା କରାଯାଇଅଛି। ସେଥିମଧ୍ୟରୁ ଫେବୃୟାରୀ ମାସ ଶେଷ ସୁଦ୍ଧା୧୭୫.୯୬ କୋଟି ଟଙ୍କା ଖର୍ଚ୍ଚ କରାଯାଇ୨୨୬.୧୪ କି.ମି. ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଅଛି। ଚଳିତ ୨୦୨୪-୨୫ ଆର୍ଥିକ ବର୍ଷ ଅଦ୍ୟାବଧି ରାଜ୍ୟ ସରକାର 500 ଗୋଟି ରାସ୍ତା (2535.18 କି.ମି.) ର ନିର୍ମାଣ ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ୨୦୨୫-୨୬ଆର୍ଥିକ ବର୍ଷରେ ପୂର୍ବରୁ ଚାଲୁରହିଥିବା ରାସ୍ତା ଗୁଡିକର ନିର୍ମାଣ ଏବଂ ନୂତନ ରାସ୍ତାର ନିର୍ମାଣ ପାଇଁ ୧୧୦୦.୦୦ କୋଟି ଟଙ୍କା (MMSY-Improvement to Existing RD Road-୧୦୦ କୋଟି ଟଙ୍କା ଏବଂ Public Works (SASCE)-୧୦୦୦ କୋଟିଟଙ୍କା) ରାଜ୍ୟ ବଜେଟରେ ରଖିବା ପାଇଁ ପ୍ରସ୍ତାବ ଦିଆଯାଇଅଛି ।

ମୁଖ୍ୟମନ୍ତ୍ରୀ ସଡକ ଯୋଜନା-ହସ୍ତାନ୍ତରିତ ରାସ୍ତାର ଉନ୍ନତିକରଣ କାର୍ଯ୍ୟକ୍ରମ (MMSY-TRIP):
ଗ୍ରାମାଞ୍ଚଳଗୁଡିକରେ ଗମନାଗମନର ଉନ୍ନତିକରଣର ଲକ୍ଷ୍ୟ ନେଇ ବିଭିନ୍ନ ବିଭାଗ ଯଥା ପଞ୍ଚାୟତିରାଜ ଓ ପାନୀୟଜଳ/ଜଳସମ୍ପଦ ବିଭାଗରୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତରିତ ହୋଇଥିବା ରାସ୍ତା ଗୁଡିକର ନିର୍ମାଣ ଓ ଉନ୍ନତିକରଣ ପାଇଁ ଏହି ଯୋଜନାଟି ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା । ଏହି ଯୋଜନାରେ ୨୦୨୧-୨୨ ଆର୍ଥିକ ବର୍ଷ ଠାରୁ ୨୦୨୩-୨୪ ଆର୍ଥିକ ବର୍ଷ ମଧ୍ୟରେ ୫୫୩.୩୮ କୋଟି ଟଙ୍କା ବିନିଯୋଗ କରାଯାଇ ୯୭ ଗୋଟି ରାସ୍ତା (୪୨୯.୦୪ କି.ମି.) ନିର୍ମାଣ କରାଯାଇଅଛି । ଚଳିତ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଏହି ଯୋଜନାରେ ଚାଲୁରହିଥିବା ରାସ୍ତା ଗୁଡିକ ସହିତ ନୂତନ ରାସ୍ତା ନିର୍ମାଣ ସକାଶେ ରାଜ୍ୟ ବଜେଟରେ୧୯୯୯ କୋଟି ଟଙ୍କା ଅର୍ଥର ବ୍ୟବସ୍ଥା କରାଯାଇଅଛି । ସେଥିମଧ୍ୟରୁ ଫେବୃୟାରୀ ମାସ ଶେଷ ସୁଦ୍ଧା ୧୨୨୫.୨୬ କୋଟି ଟଙ୍କା ଖର୍ଚ୍ଚ କରାଯାଇ୫୭୩.୯୭ କି.ମି. ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଅଛି। ଚଳିତ ୨୦୨୪-୨୫ ଆର୍ଥିକ ବର୍ଷ ଅଦ୍ୟାବଧି ରାଜ୍ୟ ସରକାର ୨୪୦ ଗୋଟି ରାସ୍ତା (୧୨୨୮.୩୨କି.ମି.) ର ନିର୍ମାଣ ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ୨୦୨୫-୨୬ଆର୍ଥିକ ବର୍ଷରେ ପୂର୍ବରୁ ଚାଲୁରହିଥିବା ରାସ୍ତା ଗୁଡିକର ନିର୍ମାଣ ଏବଂ ନୂତନ ରାସ୍ତା ନିର୍ମାଣ ପାଇଁ ୧୪୫୦ କୋଟି ଟଙ୍କାରାଜ୍ୟ ବଜେଟରେ ରଖିବା ପାଇଁ ପ୍ରସ୍ତାବ ଦିଆଯାଇଅଛି ।

ମୁଖ୍ୟମନ୍ତ୍ରୀ ସଡକ ଯୋଜନା-ଦୁର୍ଗମ ଅଞ୍ଚଳରେ ଅସଂଯୋଜିତ ଗ୍ରାମର ସଂଯୋଗୀକରଣ (MMSY-CUVDA):
ଦୁର୍ଗମ ଅଞ୍ଚଳରେ ଥିବା ଅସଂଯୋଜିତ ଗ୍ରାମକୁ ସବୁଦିନିଆ ରାସ୍ତା ସହିତ ସଂଯୋଗୀକରଣ ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ଅଟେ । ପ୍ରଥମେ ଏହି ଯୋଜନାଟି “ଅସଂଯୋଜିତ ଗ୍ରାମର ସଂଯୋଗୀକରଣ” ନାମରେ କାର୍ଯ୍ୟକାରୀ ହୋଇଥିଲା । ୨୦୧୯-୨୦ ଆର୍ଥିକ ବର୍ଷଠାରୁ ମୋଟ ୧୩୧ଗୋଟି ପ୍ରକଳ୍ପ (୭୮୪.୩୧କି.ମି.) ହାତକୁ ନିଆଯାଇଥିଲା ।ସେଥିମଧ୍ୟରୁ ବିଗତ ୨୦୨୩-୨୪ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୩୦୦.୪୦କୋଟି ଟଙ୍କା ଖର୍ଚ୍ଚ କରାଯାଇ୪୫ ଗୋଟି ରାସ୍ତା ନିର୍ମାଣ (୧୨୯.୬୫ କି.ମି.) ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଅଛି । ଅଧିକନ୍ତୁ ୨୦୨୩-୨୪ ଆର୍ଥିକ ବର୍ଷରେ ଆହୁରି ୨୧ ଗୋଟି ରାସ୍ତା (୧୪୬.୧୬ କି.ମି.) ଏହିପରି ସମୁଦାୟ ୧୫୨ ଗୋଟି ରାସ୍ତା (୮୭୧.୩୮ କି.ମି.) ଏହି ଯୋଜନାରେ ଅଦ୍ୟାବଧି ଅନ୍ତର୍ଭୁକ୍ତ କରାଯାଇଅଛି । ଚଳିତ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଏହି ଯୋଜନାରେ ଚାଲୁରହିଥିବା ରାସ୍ତା ଗୁଡିକ ସହିତ ନୂତନ ରାସ୍ତା ନିର୍ମାଣ ସକାଶେ ରାଜ୍ୟ ବଜେଟରେ ୧୫୦ କୋଟି ଟଙ୍କା ଅର୍ଥର ବ୍ୟବସ୍ଥା କରାଯାଇଅଛି। ସେଥିମଧ୍ୟରୁ ଫେବୃୟାରୀ ମାସ ଶେଷ ସୁଦ୍ଧା ୧୩୨.୦୮ କୋଟି ଟଙ୍କା ଖର୍ଚ୍ଚ କରାଯାଇ୧୨୪.୬୧କି.ମି ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଅଛି। ଚଳିତ ୨୦୨୪-୨୫ ଆର୍ଥିକ ବର୍ଷ, ଅଦ୍ୟାବଧି ରାଜ୍ୟ ସରକାର ୫୭ ଗୋଟି ରାସ୍ତା (୪୦୧.୨୧କି.ମି.)ର ନିର୍ମାଣ ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ୨୦୨୫-୨୬ଆର୍ଥିକ ବର୍ଷରେ ପୂର୍ବରୁ ଚାଲୁରହିଥିବା ରାସ୍ତା ଗୁଡିକର ନିର୍ମାଣ ଏବଂ ନୂତନ ରାସ୍ତାର ନିର୍ମାଣ ପାଇଁ ୧୮୮.୦୦ କୋଟି ଟଙ୍କା ରାଜ୍ୟ ବଜେଟରେ ରଖିବା ପାଇଁ ପ୍ରସ୍ତାବ ଦିଆଯାଇଅଛି ।

ମୁଖ୍ୟମନ୍ତ୍ରୀ ସଡକ ଯୋଜନା-ଅସଂଯୋଜିତ ରାସ୍ତାର ସଂଯୋଗୀକରଣ (MMSY-CMRL):
ସଂଯୋଗୀକରଣରୁ ବାଦ ପଡିଯାଇଥିବା ଆନ୍ତଃରାଜ୍ୟ, ଆନ୍ତଃଜିଲ୍ଲା ବା ଆନ୍ତଃମଣ୍ଡଳ ରାସ୍ତାର ସଂଯୋଗୀକରଣ ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ଅଟେ । ପୂର୍ବରୁ ଏହି ଯୋଜନାଟି “ଆନ୍ତଃଜିଲ୍ଲା ଆନ୍ତଃମଣ୍ଡଳ”ନାମରେ କାର୍ଯ୍ୟକାରୀ ହୋଇଥିଲା। ୨୦୨୦-୨୧ ଆର୍ଥିକ ବର୍ଷଠାରୁ ମୋଟ୪୦୦ଗୋଟି ପ୍ରକଳ୍ପ (୧୬୪୯.୮୧କି.ମି.) ହାତକୁ ନିଆଯାଇଥିଲା । ସେଥିମଧ୍ୟରୁ ବିଗତ ୨୦୨୩-୨୪ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୩୭୭.୬୧କୋଟି ଟଙ୍କା ଖର୍ଚ୍ଚ କରାଯାଇ୧୦୬ ଗୋଟି ରାସ୍ତା (୪୦୭.୧୮ କି.ମି.) ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଅଛି । ଚଳିତ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଏହି ଯୋଜନାରେ ଚାଲୁରହିଥିବା ରାସ୍ତା ଗୁଡିକ ସହିତ ନୂତନ ରାସ୍ତା ନିର୍ମାଣ ସକାଶେ ରାଜ୍ୟ ବଜେଟରେ୪୭୦ କୋଟି ଟଙ୍କା ଅର୍ଥର ବ୍ୟବସ୍ଥା କରାଯାଇଅଛି। ସେଥିମଧ୍ୟରୁଫେବୃୟାରୀ ମାସ ଶେଷ ସୁଦ୍ଧା ୩୪୮.୯୨ କୋଟି ଟଙ୍କା ଖର୍ଚ୍ଚ କରାଯାଇ୨୯୫.୬୮ କି.ମି. ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଅଛି। ଚଳିତ ୨୦୨୪-୨୫ ଆର୍ଥିକ ବର୍ଷ ଅଦ୍ୟାବଧି ରାଜ୍ୟ ସରକାର 113 ଗୋଟି ରାସ୍ତା (422.10 କି.ମି.) ର ନିର୍ମାଣ ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ୨୦୨୫-୨୬ଆର୍ଥିକ ବର୍ଷରେ ପୂର୍ବରୁ ଚାଲୁରହିଥିବା ରାସ୍ତା ଗୁଡିକର ନିର୍ମାଣ ଏବଂ ନୂତନ ରାସ୍ତାର ନିର୍ମାଣ ପାଇଁ ୪୫୨ କୋଟି ଟଙ୍କାରାଜ୍ୟ ବଜେଟରେ ରଖିବା ପାଇଁ ପ୍ରସ୍ତାବ ଦିଆଯାଇଅଛି ।

ମୁଖ୍ୟମନ୍ତ୍ରୀ ସଡକ ଯୋଜନା- ଦୈବୀଦୁର୍ବିପାକରୋଧି ରାସ୍ତା ନିର୍ମାଣ (MMSY-Disaster Resilient Road)
ପ୍ରାକୃତିକ ଦୈବୀଦୁର୍ବିପାକ ଯଥା ବାତ୍ୟା, ପ୍ରବଳ ଦୃଷ୍ଟିପାତ, ବନ୍ୟା ଇତ୍ୟାଦି ଦ୍ୱାରା ପ୍ରଭାବିତ ଜିଲ୍ଲାମାନଙ୍କରେ କ୍ଷୟକ୍ଷତିକୁ ସହିପାରୁଥିବା ଭଳି ରାସ୍ତା ନିର୍ମାଣ ଏହି ଯୋଜନାର ମୂଳ ଲକ୍ଷ୍ୟ ଅଟେ । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଏହି ଯୋଜନାରେ ରାସ୍ତା ନିର୍ମାଣ ପାଇଁ ୩୦ କୋଟି ଟଙ୍କା ରାଜ୍ୟ ବଜେଟରେ ରଖିବା ପାଇଁ ପ୍ରସ୍ତାବ ଦିଆଯାଇଅଛି ।

ସେତୁ ବନ୍ଧନ ଯୋଜନା :
ଓଡିଶା ସରକାର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ଥ ସମସ୍ତ ରାସ୍ତାରେ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ବିଭାଗ ଅଧିନସ୍ଥ ମୁଖ୍ୟ ରାସ୍ତାରେ ଥିବା ନଦୀ, ନାଳଉପରେ ସେତୁ ନିର୍ମାଣ କରିବା ଲକ୍ଷ୍ୟରେ‘ସେତୁ ବନ୍ଧନ ଯୋଜନା’ କାର୍ଯ୍ୟକାରୀ କରିଛନ୍ତି । ରାଜ୍ୟର କୋଣ ଅନୁକୋଣରେ ସମସ୍ତଙ୍କ ନିକଟରେ ସବୁଦିନିଆ ସଡକ ଯୋଗାଯୋଗ ପହଞ୍ଚାଇବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ।ଯୋଜନା ପ୍ରାରମ୍ଭରୁ ୨୦୨୪-୨୫ ବର୍ଷ ବର୍ତ୍ତମାନ ସୁଦ୍ଧା ମୋଟ 2874 ଗୋଟି ସେତୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇ ତନ୍ମଧ୍ୟରୁ ୧୫୮୦ ଗୋଟି ସେତୁ ନିର୍ମାଣ କାର୍ଯ୍ୟ ଫେବୃୟାରୀ ୨୦୨୫ ସୁଦ୍ଧା ସମ୍ପୂର୍ଣ୍ଣ ହୋଇଅଛି । ୨୦୨୪-୨୫ ଆର୍ଥିକ ବର୍ଷରେ ଫେବୃୟାରୀ ୨୦୨୫ ସୁଦ୍ଧା ୧୩୮ ଗୋଟି ସେତୁର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଅଛି। ତନ୍ମଧ୍ୟରୁ ମୁଖ୍ୟତଃ ଜମି ଅଧିଗ୍ରହଣ ସମସ୍ୟା କାରଣରୁ ପୂର୍ବ ବର୍ଷ ମାନଙ୍କରେ ସମ୍ପୂର୍ଣ୍ଣ ହୋଇପାରୁନଥିବା 23 ଟି ସେତୁ ପ୍ରକଳ୍ପକୁ ବିଶେଷ ଧ୍ୟାନ ଦିଆଯାଇ ସମ୍ପୂର୍ଣ୍ଣ କରାଯାଇଛି।୨୦୨୪-୨୫ ଆର୍ଥିକ ବର୍ଷରେ 2135 କୋଟି ଟଙ୍କାର ବ୍ୟୟ ବରାଦ ବଜେଟରେ ରହିଅଛି ଏବଂ ତନ୍ମଧ୍ୟରୁ ଫେବୃୟାରୀ ୨୦୨୫ ସୁଦ୍ଧା ୧୬୨୪.୧୫ କୋଟି ଟଙ୍କାର ବ୍ୟୟ ହୋଇଅଛି । ଆଗାମୀ ଆର୍ଥିକ ବର୍ଷ ୨୦୨୫-୨୬ ରେ 250 ଗୋଟି ନୂତନ ସେତୁ ପ୍ରକଳ୍ପ ନିଆଯିବା ପାଇଁ ପ୍ରସ୍ତାବ ରହିଛି। ଚାଲୁରହିଥିବା ସେତୁ ପ୍ରକଳ୍ପ ତଥା ନୂତନ ସେତୁର ନିର୍ମାଣ ନିମନ୍ତେ ଉକ୍ତ ଯୋଜନାରେ ୨୦୨୫-୨୬ ଆର୍ଥିକ ବର୍ଷରେ ୨୦୦୦ କୋଟି ଟଙ୍କାର ବ୍ୟୟ ବରାଦ ନିମନ୍ତେ ପ୍ରସ୍ତାବ ଅଛି । ପୂର୍ବ ବର୍ଷ ମାନଙ୍କରେ ଏହି ଯୋଜନାରେ କାର୍ଯ୍ୟ ସମାପ୍ତ ଦିନଠାରୁ 2 ବର୍ଷ ପର୍ଯ୍ୟନ୍ତdefect liability period ରହିଥିବା ସ୍ଥଳେ ବର୍ତମାନ ଏହାକୁ 5 ବର୍ଷ କୁ ବୃଦ୍ଧି କରାଯିବ ଯାହାଦ୍ବାରା ତୃଟିପୂର୍ଣ୍ଣ କାର୍ଯ୍ୟ ପାଇଁ ସମ୍ପୃକ୍ତ ଠିକାଦାରଙ୍କୁ ଉତ୍ତରଦାୟୀ କରାଯାଇପାରିବ। ସେତୁ ନିର୍ମାଣ ପରେ 5 ବର୍ଷ ନିୟମିତ ରକ୍ଷଣାବେକ୍ଷଣ ର ବ୍ୟବସ୍ଥା ମଧ୍ୟ କରାଯିବ।

ସେତୁ ସହିତ-ଆଡିବନ୍ଧ :
ଅଧିକ ଜଳସେଚନର ଉତ୍ସ ସୃଷ୍ଟି କରିବା ତଥା ମଣିଷ ସମାଜ ଓ ପ୍ରାଣୀ ସଂପଦର ବ୍ୟବହାର, ଜଳଯୋଗାଣ ଏବଂ ଭୂତଳ ଜଳସ୍ତର ପୁନର୍ଭରଣ, ମୃତ୍ତିକା ସଂରକ୍ଷଣ, ତାପ ନିୟନ୍ତ୍ରଣ ଏବଂ ଜୀବିକା ନିର୍ବାହ ନିମନ୍ତେ ୨୦୨୧-୨୨ ଆର୍ଥିକ ବର୍ଷରୁ ୨୦୨୩-୨୪ ଆର୍ଥିକ ବର୍ଷ ପର୍ଯ୍ୟନ୍ତ୧୧୮ ଗୋଟି ସେତୁରେ ଆଡିବନ୍ଧ ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇ ତନ୍ମଧ୍ୟରୁ ଫେବୃୟାରୀ ୨୦୨୫ ସୁଦ୍ଧା ୬୪ ଗୋଟି ଆଡିବନ୍ଧର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଛି । ୨୦୨୪-୨୫ ଆର୍ଥିକ ବର୍ଷରେ ଫେବୃୟାରୀ ୨୦୨୫ ସୁଦ୍ଧା ୩୩ ଗୋଟି ସେତୁ ସହିତ ଆଡିବନ୍ଧ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଅଛି । ଆଗାମୀ ଆର୍ଥିକ ବର୍ଷ ୨୦୨୫-୨୬ ରେ ୧୦୦ ଗୋଟି ନୂତନ ସେତୁ ସହିତ ଆଡିବନ୍ଧ ପ୍ରକଳ୍ପ ନିଆଯିବା ପାଇଁପ୍ରସ୍ତାବ ରହିଛି । ୨୦୨୪-୨୫ ଆର୍ଥିକ ବର୍ଷରେ ୬୩ କୋଟି ଟଙ୍କାର ବ୍ୟୟ ବରାଦ ବଜେଟରେ ରହିଅଛି ଏବଂ ତନ୍ମଧ୍ୟରୁ ଫେବୃୟାରୀ ୨୦୨୫ ସୁଦ୍ଧା ୩୮.୪୬ କୋଟି ଟଙ୍କାର ବ୍ୟୟ ହୋଇଅଛି । ଚାଲୁରହିଥିବା ଏବଂ ନୂତନ ସେତୁ ସହିତ ଆଡିବନ୍ଧ ପ୍ରକଳ୍ପ ନିମନ୍ତେ ଉକ୍ତ ଯୋଜନାରେ୨୦୨୫-୨୬ଆର୍ଥିକ ବର୍ଷରେ ୫୫.୫୦ କୋଟି ଟଙ୍କାର ବ୍ୟୟ ବରାଦ ନିମନ୍ତେ ପ୍ରସ୍ତାବ ଅଛି ।

ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ମରାମତି ଓ ରକ୍ଷଣାବେକ୍ଷଣ ସମ୍ବନ୍ଧରେ :-
ନୂତନ ରାସ୍ତା ନିର୍ମାଣ ସହିତ ଏହି ବିଭାଗ, ନିର୍ମିତ ହୋଇଥିବା ରାସ୍ତାର ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟକୁ ମଧ୍ୟ ହାତକୁ ନେଇଥାଏ, ଯାହାଦ୍ୱାରା ନିର୍ମିତ ହୋଇଥିବା ରାସ୍ତାର ଅବନତି ହୋଇନଥାଏ ତଥା ସାମାଜିକ ଆର୍ଥିକ ଉନ୍ନତିରେ ସହାୟକ ହୋଇଥାଏ। ୨୦୨୪-୨୫ ଆର୍ଥିକ ବର୍ଷରେ୫୫୦.୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇ ୪୯୩୦.୫୦୦ କି.ମି. ଗ୍ରାମ୍ୟ ଉନ୍ନୟନ ରାସ୍ତାର ମରାମତି ଓ ରକ୍ଷଣାବେକ୍ଷଣ କରାଯାଉଅଛି । ୨୦୨୫-୨୬ ଆର୍ଥିକ ବର୍ଷରେ ଗ୍ରାମ୍ୟ ଉନ୍ନୟନ ରାସ୍ତାର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ୯୯୯.୯୭ କୋଟି ଟଙ୍କାର ପ୍ରସ୍ତାବ ରହିଅଛି ।

ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ନିର୍ମିତ ରାସ୍ତାର ନିୟମିତ ରକ୍ଷଣାବେକ୍ଷଣ ସମ୍ବନ୍ଧରେ
୨୦୨୪-୨୫ ଆର୍ଥିକ ବର୍ଷରେ ୧୯୧୪୪କି.ମି. ନିୟମିତ ରକ୍ଷଣାବେକ୍ଷଣ ପାଇଁ ୧୬୦ କୋଟି ଟଙ୍କାର ବ୍ୟୟ ବରାଦ ରଖାଯାଇଅଛି । ତା.୧୧.୦୩.୨୦୨୫ରିଖ ସୁଦ୍ଧା ୬୪୭୧.୦୬କି.ମି. ରାସ୍ତାର ମରାମତି ଓ ରକ୍ଷଣାବେକ୍ଷଣ କରାଯାଇ ୫୪.୦୯କୋଟି ଟଙ୍କା ଖର୍ଚ୍ଚ ହୋଇଅଛି।
୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ଏହି ଯୋଜନାରେ ୧୫୦ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଅଛି । ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ

ନିର୍ମିତ ୫ ବର୍ଷ ଅବଧି ପୂର୍ଣ୍ଣ କରିସାରିଥିବା ରାସ୍ତାର ସାମୟିକ ରକ୍ଷଣାବେକ୍ଷଣ ସମ୍ବନ୍ଧରେ
ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ୫ ବର୍ଷ ଅବଧି ପୂର୍ଣ୍ଣ କରିସାରିଥିବା ରାସ୍ତା ମଧ୍ୟରୁ ବିଗତ ଆର୍ଥିକ ବର୍ଷ ୨୦୨୩-୨୪ ରେ ୪୪୯୨.୯୧କି.ମି. ରାସ୍ତା ମରାମତି (Periodical Renewal) ପାଇଁ ସରକାରଙ୍କ ଠାରୁ ୬୩୫.୬୪ (୪୯୪.୫୬+୧୪୧.୦୮)କୋଟି ଟଙ୍କା ଅନୁଦାନ ମିଳିଅଛି।ସେଥିମଧ୍ୟରୁ୩୧ ମାର୍ଚ୍ଚ ୨୦୨୪ ଶେଷ ସୁଦ୍ଧା ୩୦୬୮.୨୩କି.ମି. ରାସ୍ତାର ମରାମତି କାର୍ଯ୍ୟ କରାଯାଇ ୪୪୫.୬୦ କୋଟି ଟଙ୍କା ଖର୍ଚ୍ଚ ହୋଇଅଛି । ଚଳିତ୨୦୨୪-୨୫ ଆର୍ଥିକ ବର୍ଷରେ ୩୭୨୪.୫୨୪କି.ମି. ରାସ୍ତା ମରାମତି (Periodical Renewal) ପାଇଁ ସରକାରଙ୍କ ଠାରୁ ୭୭୬.୦୩ (୫୦୦.୦୦+୨୭୬.୦୩) କୋଟି ଟଙ୍କା ଅନୁଦାନ ମିଳିଅଛି। ସେଥିମଧ୍ୟରୁତା.୧୧.୦୩.୨୦୨୫ରିଖ ସୁଦ୍ଧା୬୭୯.୯୮କି.ମି. ରାସ୍ତାର ମରାମତି କାର୍ଯ୍ୟ କରାଯାଇ ୧୨୭.୩୭କୋଟି ଟଙ୍କା ଖର୍ଚ୍ଚ ହୋଇଅଛି ।
୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଏହି ଯୋଜନାରେ555.00କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରହିଅଛି ।

ସରକାରୀ କୋଠାବାଡି ନିର୍ମାଣ
ଗ୍ରାମାଞ୍ଚଳର ଲୋକମାନଙ୍କର ସାମାଜିକ ଓ ଆର୍ଥିକ ସ୍ଥିତିର ଉନ୍ନତି ନିମନ୍ତେ ନିଜସ୍ଵ ଏବଂ ବିଭିନ୍ନ ବିଭାଗର 273 କୋଠାବାଡିର ନିର୍ମାଣ କାର୍ଯ୍ୟ ଚଳିତ ଆର୍ଥିକ ବର୍ଷରେ ସମ୍ପୂର୍ଣ୍ଣ କରାଯାଇଅଛି ୨୦୨୫-୨୬ ଆର୍ଥିକ ବର୍ଷରେ ଗ୍ରାମ୍ୟ ଉନ୍ନୟନ ବିଭାଗର କୋଠାବାଡିନିମନ୍ତେ ରାଜ୍ୟ ଯୋଜନାରେ୯୨.୫୦ କୋଟି ଟଙ୍କାରବ୍ୟୟ ବରାଦ ପ୍ରସ୍ତାବ ରହିଅଛି । 2025-26 ଆର୍ଥିକ ବର୍ଷରେ ବିଭିନ୍ନ ଯୋଜନା ମାଧ୍ୟମରେ ସମ୍ପୂର୍ଣ୍ଣ କରିବାକୁ ରହିଥିବା ଲକ୍ଷ୍ୟ:
1. ରାସ୍ତା ନିର୍ମାଣ – 5200 କି. ମି.
2. ସେତୁ ନିର୍ମାଣ -200 ଗୋଟି
3. ସେତୁ ସହ ଆଡିବନ୍ଧ – 40 ଗୋଟି
4. କୋଠାବାଡି – 300 ଗୋଟି

2025-26 ଆର୍ଥିକ ବର୍ଷ ପାଇଁ ଆଗତ ଗ୍ରାମ୍ୟ ଉନ୍ନୟନ ବିଭାଗର ଏହି ବଜେଟ ନିଶ୍ଚିତ ଭାବରେ ଓଡ଼ିଶାର ଗ୍ରାମୀଣ ବିକାଶକୁ ତ୍ବରାନ୍ବିତ କରିବ ବୋଲି ମୋର ବିଶ୍ବାସ l ରାଜ୍ୟବାସୀ ଆମ ଉପରେ ଯେଉଁ ଆଶା ଓ ଭରଷା ସ୍ଥାପନ କରିଛନ୍ତି ତାହା ପୂରଣ କରିବାରେ ଏହି ବଜେଟ ନିଶ୍ଚିତ ଭାବରେ ସହାୟକ ହେବ l ସେଥି ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ସମସ୍ତ ସମ୍ଭବ ଉଦ୍ୟମ କରୁଛି l ଆଜି ବିଧାନସଭାର ଏହି ପବିତ୍ର ଗୃହରୁ ମୁଁ ଓଡ଼ିଶାବାସୀଙ୍କୁ ସେହି ସଂକଳ୍ପ ସମ୍ବନ୍ଧରେ ସୂଚିତ କରି ୨୦୨୫-୨୬ ଆର୍ଥିକ ବର୍ଷରେ ଗ୍ରାମ୍ୟ ଉନ୍ନୟନ ବିଭାଗ ନିମନ୍ତେ ସର୍ବ ମୋଟ 10 ହଜାର 19 କୋଟି 61 ଲକ୍ଷ 97 ହଜାର ଟଙ୍କା ବ୍ୟୟବରାଦ ଦାବିକୁ ଗୃହରେ ପାରୀତ କରିବାକୁ ପ୍ରସ୍ତାବ ରଖୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking