ଜଗତ୍ସିଂହପୁର: କର୍ଣ୍ଣାଟକ ରାଜ୍ୟ କୋଲାର ଜିଲ୍ଲା କୋଲାର ଗୋଲ୍ଡ ଫିଲ୍ଡ(କେଜିଏଫ୍) ଗ୍ରାମର ଜଣେ ସାଧାରଣ ପରିବାରରୁ ଡିଗ୍ରୀ ହାସଲ କରିଥିବା ୩୭ ବର୍ଷିୟ ଯୁବକ ଦିବାକର ରେଡ୍ଡି, ଜନ ସାଧାରଣଙ୍କୁ ସଡକ ସୁରକ୍ଷା ସମ୍ବନ୍ଧରେ ସର୍ବ ଭାରତ(୨୮ରାଜ୍ୟ+୮କେନ୍ଦ୍ର ଶାସିତ ଅଞ୍ଚଳ)ରେ ସଚେତନ ବାର୍ତ୍ତା ଦେବା ପାଇଁ ନିଜ ବାଇକରେ ହେଲମେଟ୍ ପିନ୍ଧି ୨୦୨୩ ନଭେମ୍ବର ୧ରୁ ବାଙ୍ଗାଲୋରରୁ ଯାତ୍ରା ଆରମ୍ଭ କରିଛନ୍ତି। ତାଙ୍କର ଲକ୍ଷ ପ୍ରତି ରାଜ୍ୟର ପ୍ରତି ଜିଲ୍ଲା(୨ଲକ୍ଷ କିମି ବାଇକ ଯାତ୍ରା)ରେ ଏହି ସଚରତନ ବାର୍ତ୍ତା ପହଞ୍ଚାଇ ଗୀନିଜ୍ ବୁକ୍ ଅଫ୍ ରେକର୍ଡ କରିବା ଏବଂ ବାଇକ ଚଲାଇବା ସମୟରେ ନିଜ ଜୀବନକୁ ସୁରକ୍ଷିତ ରଖିବା ସହିତ ସଡକ ସୁରକ୍ଷା ସମ୍ପର୍କରେ କିପରି ହେଲମେଟ୍ ପିନ୍ଧି ଯାତ୍ରା କରିବ। ଯାତ୍ରା ସମୟରେ ମୋବାଇଲ କିମ୍ବା ନିଶା ବ୍ୟବହାର ଠାରୁ ଦୂରରେ ରହିବ। ରାସ୍ତାର ନିୟମ କାନୁନ ମାନି ବାଇକ ଚଳାଇବ ଇତ୍ୟାଦି ଅନ୍ତର୍ଭୂକ୍ତ। ତେବେ ସେ ଇତି ମଧ୍ୟରେ ୧୯ରାଜ୍ୟ ତଥା ଛତିସଗଡ, ଝାରଖଣ୍ଡ, ୟୁପି, ବିହାର, ଗୋଆ, ମହାରାଷ୍ଟ୍ର, ଦୀଲ୍ଲୀ, ହରିଆନା, ପଞ୍ଜାବ, ଜାମୁ କାଶ୍ମୀର, ହିମାଚଳ ପ୍ରଦେଶ, ଉତରାଖଣ୍ଡ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶ ଇତ୍ୟାଦିର ସମସ୍ତ ରାଜ୍ୟରେ ଏହି ବାର୍ତ୍ତା ପହଞ୍ଚାଇ ଆଜି ସୋମବାର ଅପରାହ୍ନରେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାରେ ପହଞ୍ôଚଛନ୍ତି।
ଜଗତସିଂହପୁରେ ପହଞ୍ôଚବା ପରେ ବିଭିନ୍ନ ସଂଗଠନ ତଥା ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ରାଜ୍ୟ ସହ ସଂଯୋଜକ ରଶ୍ମୀ ରଞ୍ଜନ ସ୍ୱାଇଁ, ରୁସା ସ୍ୱେଚ୍ଛାସେବୀ ଅନୁଷ୍ଠାନର ସମ୍ପାଦକ ନିରଞ୍ଜନ ବାରିକ, ସାମାଜୀକ କର୍ମୀ ରବି ମହାନ୍ତିଙ୍କ ସହିତ ଜଗତସିଂହପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ସ୍ୱାଗତ କରାଯାଇଛି। ଏଥି ସହିତ ଶ୍ରୀ ରେଡ୍ଡି ଆଜି ଜଗତସିଂହପୁରରେ ରାତ୍ରୀ ଜାପନ କରିବା ପରେ ମଙ୍ଗଳବାର ପୂର୍ବାହ୍ନରେ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଦେଖାକରି କେନ୍ଦ୍ରାପଡା ଜିଲ୍ଲା ଯାତ୍ରା କରିବେ। ତାଙ୍କର ରାତ୍ରୀଯାପନ ନିମନ୍ତେ ଜଗତସିଂହପୁରର ସହକାରୀ ଆଞ୍ଚଳିକ ପରିବହନ ଅଧିକାରୀ ପି.କେ ବେହେରା ସ୍ଥାନୀୟ ରୟାଲ ଗେଷ୍ଟ ହାଉସରେ ସମସ୍ତ ବ୍ୟବସ୍ଥା କରିଥିବା ଜଣାଯାଇଛି। ତେବେ ସେ ୨ବର୍ଷ ଏକ ମାସ ମଧ୍ୟରେ ୧ଲକ୍ଷ ୭ହଜାର କିମି ଅତିକ୍ରମ କରିଛନ୍ତି। ଦୈନିକ ୨୦୦ରୁ ୨୫୦କିମି ବାଇକ ଚାଳନା କରୁଛନ୍ତି। ରାତ୍ରୀ ଜାପନ ମନ୍ଦିର,ସରକାରୀ,ବେସରକାରୀ ଗେଷ୍ଟ ହାଉସ, ବିଭିନ୍ନ ଅନୁଷ୍ଠାନ କାର୍ଯ୍ୟାଳୟମାନଙ୍କରେ ସ୍ଥାୟୀୟ ଅଞ୍ଚଳବାସୀ ଓ ସରକାରୀ ଅଧିକାରୀଙ୍କ ସହଯୋଗରେ ସମ୍ଭବ ହୋଇଛି ବୋଲି ଶ୍ରୀ ରେଡ୍ଡି ସୁଚନା ପ୍ରଦାନ କରିଛନ୍ତି। ଏଥି ସହିତ ତାଙ୍କର ୨ଲକ୍ଷ କିମି ଲକ୍ଷ ପୂରଣ କରିବା ପାଇଁ ଆଉ ଏକ ବର୍ଷ ସମୟ ଲାଗିବ ବୋଲି ଗଣମାଧ୍ୟମରେ ପ୍ରକାଶ କହିଛନ୍ତି।









