34.1 C
Bhubaneswar
Tuesday, March 24, 2026
Homeଓଡିଶାଗାଁରେ ଦନ୍ତା ଉତ୍ପାତ: ଭୟରେ ଗ୍ରାମବାସୀ

ଗାଁରେ ଦନ୍ତା ଉତ୍ପାତ: ଭୟରେ ଗ୍ରାମବାସୀ

ବାଲେଶ୍ୱର: ଗାଁରେ ଦନ୍ତା ଉତ୍ପାତ । ବାଲେଶ୍ୱର ଜିଲ୍ଲା ନୀଳଗିରି ସହର ନିକଟ ଗାଙ୍ଗପୁରା ଗାଁରେ ୨ଟି ଦନ୍ତାହାତୀ ପାଣି ଉପଦ୍ରବ କରିଛନ୍ତି । ଖାଦ୍ୟ ଅନ୍ୱେଷଣରେ କୁଳଡିହା ଅଭୟାରଣ୍ୟରୁ ଦନ୍ତା ଦୁଇଟି ଆସି ଗାଁ ମୁହାଁ ହୋଇଥିବା ଅନୁମାନ କରାଯାଉଛି । ଆଜି ବୋର ସମୟରେ ନୀଳଗିରି ନିକଟ ଗାଙ୍ଗପୁରା ଗାଁରେ ପ୍ରବେଶ କରିଥିଲେ । ଗାଁ ଦାଣ୍ଡରେ ପଇଁତରା ମାରିଥିଲେ । ହାତୀ ଦୁଇଟିକୁ ଦେଖି ଲୋକେ ଭୟଭୀତ ହୋଇଥିଲେ । ବନବିଭାଗକୁ ଅବଗତ କରିବା ପରେ ବନବିଭାଗ ଓ ଗ୍ରାମବାସୀ ମିଳିତ ଭାବରେ ହାତୀ ଘଉଡାଇବାରେ ଲାଗିଛନ୍ତି । ହାତୀ ଦୁଇଟି ଅନେକ ଲୋକଙ୍କ ଆସବାବ ପତ୍ର ନଷ୍ଟ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking