ଭୁବନେଶ୍ୱର : ସ୍ୱାସ୍ଥ୍ୟର ଯତ୍ନ ନେବା ସହିତ କେଶର ଯତ୍ନ ନେବା ଆବଶ୍ୟକ । କେଶ ଝଡିବା ଏକ ବହୁତ ବଡ ସମସ୍ୟା । ଆଜିର ଜୀବନ ଶୈଳୀରେ ବିଭିନ୍ନ ପ୍ରକାର ଚାପ ଯୋଗୁଁ କେଶ ଝଡିଥାଏ । ଜଣେ ବ୍ୟକ୍ତି ସପ୍ତାହକୁ କେତେଥର କେଶ ସଫା କରିବା ଉଚିତ କଣ ଜାଣିଛନ୍ତି କି । ଯଦି ଆପଣଙ୍କର କେଶ ଅତ୍ୟଧିକ ଶୁଷ୍କ କିମ୍ବା ଅତ୍ୟଧିକ ତେଲିଆ ନୁହେଁ , ତେବେ ଆପଣ ସପ୍ତାହରେ ୨ରୁ ୩ ଥର କେଶ ଧୋଇପାରିବେ । ଏମିତି କରିବା ଦ୍ୱାରା ଆପଣଙ୍କ କେଶକୁ କୌଣସି କ୍ଷତି ପହଞ୍ଚାଇବ ନାହିଁ । କିଛି ଲୋକଙ୍କ କେଶ ଶୁଖିଲା ଥାଏ । ତେବେ କେଶକୁ ଧୋଇବା ଠାରୁ ଦୂରେଇ ରହିବା ଉଚିତ । ସପ୍ତାହକୁ ୧ରୁ ୨ଥର ଧୋଇବା ଉଚିତ । ବାହାରକୁ ବାହାରିବା ଦ୍ୱାରା କେଶରେ ଧୁଳି ଲାଗି କେଶ ମଇଳା ହୋଇଯାଏ । ଯାହା ଫଳରେ କେଶକୁ ଧୋଇବାକୁ ପଡେ । କେଶରେ ସିଧାସଳଖ ସାମ୍ପୁକୁ ବ୍ୟବହାର କରନ୍ତୁ ନାହିଁ ସେଥିରେ ଅଳ୍ପ ଟିକିଏ ପାଣି ମିଶାଇ ମୁଣ୍ଡରେ ଲଗାନ୍ତୁ । ଯଦ୍ୱାରା କେଶ ଝଡିବା ରୋକିଥାଏ । କେଶ ସିଲ୍କ ରହିବା ପାଇଁ କିଛି ଲୋକ କଣ୍ଡିସନର ବ୍ୟବହାର କରନ୍ତି ଯାହା ଆପଣଙ୍କ କେଶ ସୁନ୍ଦର ରଖିଥାଏ ।