ଜାମ୍ମୁ – କାଶ୍ମୀର: ପହଲଗାମ ଆକ୍ରମଣକୁ ନେଇ ବଡ ଖୁଲାସା । ଗୋଇନ୍ଦା ବିଭାଗ ରିପୋର୍ଟରେ ବଡ ଖୁଲାସା । ସମ୍ନାକୁ ଆସିଲା ଆତଙ୍କୀଙ୍କ ବ୍ଲୁପ୍ରିଣ୍ଟ ତଥ୍ୟ । ଗୁଳିମାଡ ପାଇଁ କରିଥିଲେ ସୁଚିନ୍ତିତ ରଣନୀତି । ପ୍ରବେଶ ଓ ପ୍ରସ୍ଥାନ ପଥକୁ କବଜା କରିଥିଲେ । ଆତଙ୍କୀ ହମଲାରେ ୪ ଆତଙ୍କବାଦୀଙ୍କ ସମ୍ପୃକ୍ତ ଥିଲା । ପ୍ରବେଶ ଫାଟକ ପ୍ରବେଶ ଫାଟକ ପଟୁ ୨ ଆତଙ୍କବାଦୀ ଏଣ୍ଟ୍ରି କରିଥିଲେ । ଏକଜିଟ୍ ଗେଟ୍ରେ ଜଣେ ଆତଙ୍କୀ ଜଗି ରହିଥିଲେ । ପ୍ରସ୍ଥାନ ଗେଟରୁ ପ୍ରଥମେ ଗୁଳିମାଡ ହୋଇଥିଲା । ପର୍ଯ୍ୟଟକ ବିକଳରେ ପ୍ରବେଶ ଫାଟକ ଆଡକୁ ଦୌଡିଥିଲେ । ସେଠାରେ ପୂର୍ବରୁ ପ୍ରସ୍ତୁତ ଥିଲେ ୨ ଜଣ ଆତଙ୍କବାଦୀ । ଜଣେ ଆତଙ୍କବାଦୀ ଲୁଚି ରହି ସବୁ ଅନୁଧ୍ୟାନ କରୁଥିଲା । ଗୋଇନ୍ଦା ରିପୋର୍ଟରେ ଆକ୍ରମଣ ସମ୍ପର୍କିତ ସୂଚନା ।