27.1 C
Bhubaneswar
Wednesday, March 25, 2026
Homeଓଡିଶାକୃଷିରେ ନବସୃଜନ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର କୃଷକଙ୍କୁ ଫସଲର ଆଗୁଆ ସୂଚନା ପ୍ରଦାନ କରି...

କୃଷିରେ ନବସୃଜନ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର କୃଷକଙ୍କୁ ଫସଲର ଆଗୁଆ ସୂଚନା ପ୍ରଦାନ କରି ଲାଭାନ୍ୱିତ କରିବାରେ ସହାୟକ ହେବ – ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ଆଜି ଲୋକସେବା ଭବନରେ କୃଷି କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର ନେଇ ଏକ ଆଲୋଚନା ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଅଛି। ଏଥିରେ କୃଷି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଜାଧବ, କୃଷି ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା ମଧ୍ୟ ଯୋଗଦେଇଥିଲେ। ଗତକାଲି ଓଡ଼ିଶାର ବଜେଟ ଘୋଷଣା ହୋଇଛି, ଏଥିରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ପୂର୍ବବର୍ଷ ତୁଳନାରେ ୧୨. ୩% ବୃଦ୍ଧି ଘଟିଛି। ଏହା ଦର୍ଶାଉଛି ଯେ କୃଷକ ଓ କୃଷିକାର୍ଯ୍ୟକୁ ଅଧିକ ଲାଭାନ୍ୱିତ କରିବା ପାଇଁ ସରକାର ପ୍ରତିବଦ୍ଧ। ଏଥିପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସମୟ ସହ ତାଳଦେଇ ଆମକୁ କ୍ଷେତରେ ବିଭିନ୍ନ ନବସୃଜନ ଓ ନୂତନ ପନ୍ଥା ଆପଣେଇ କୃଷିରୁ ଭଲ ଲାଭ ପ୍ରାପ୍ତ କରିପାରିବା ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି। ଆଜିର ସମୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ବ୍ୟବହାର କରି ଫସଲର ତଦାରଖ କରାଯାଇପାରୁଛି। ରୋଗ ପୋକର ଆଗୁଆ ସୂଚନା ମିଳିପାରୁଛି ଏବଂ ତାପମାତ୍ରା ଅନୁଯାୟୀ ଫସଲର ନିୟନ୍ତ୍ରଣ ମଧ୍ୟ ହୋଇପାରୁଛି। ଓଡ଼ିଶାରେ ଡିଜିଟାଲ କ୍ରପ ସର୍ଭେ ମଧ୍ୟ ସାଟେଲାଇଟ ମାଧ୍ୟମରେ କରାଯାଉଛି। ଏହି ଅବସରରେ କୃଷିବାସ ନାମକ ଏକ ସଂସ୍ଥା ନିଜର ସ୍ମାର୍ଟଫୋନ ଚାଳିତ ଆପ୍ ସମ୍ବନ୍ଧୀୟ ଏକ ଉପସ୍ଥାପନା ଉପମୁଖ୍ୟମନ୍ତ୍ରୀଙ୍କୁ ପ୍ରଦର୍ଶନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking